ସ୍ପେଶାଲ OTET-2025 ପରୀକ୍ଷା ବାତିଲ

କଟକ: ସ୍ପେସାଲ୍ ଓଟିଇଟି 2025 ବାତିଲ । ମଧ୍ୟ ରାତ୍ରରେ ଏହି ପରୀକ୍ଷା ବାତିଲ ନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଆଜି ଏହି ପରୀକ୍ଷା ଥିବା ବେଳେ ଏହାକୁ ବୋର୍ଡ ବାତିଲ କରିଛି । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଏହି ପରୀକ୍ଷା ପୂର୍ବରୁ ସୋସିଆଲ୍ ମିଡିଆରେ ଓଟିଇଟିର ପେପର୍-୧ ଓ ପେପର୍-୨ର ହାତଲେଖା ପ୍ରଶ୍ନ ଓ ତାହାର ଉତ୍ତର ଘୁରି ବୁଲୁଛି । ଦୁଇଟି ଯାକ ପେପର୍‌ର ଅଧିକାଂଶ ପ୍ରଶ୍ନ ଏବଂ ତା’ର ଉତ୍ତର ଓଡ଼ିଆ ଓ ଇଂରାଜୀର ହାତଲେଖା ପ୍ରଶ୍ନ ମୋବାଇଲ୍‌ରୁ ମୋବାଇଲ୍‌କୁ ଏବେ ଘୂରୁଥିବା ଦେଖିବାକୁ ମିଳୁଛି । ଭାଇରାଲ୍ ହେଉଥିବା ପ୍ରଶ୍ନପତ୍ର ସତ୍ୟ ବୋଲି ଜଣାପଡ଼ିଛି । ଯାହାକୁ ନେଇ ପରୀକ୍ଷା ବାତିଲ କରାଯାଇଛି ।ତେବେ ପରୀକ୍ଷା ଆଗରୁ ଫେସ୍‌ବୁକ୍‌, ହ୍ଵାଟସ୍ ଆପ୍, ଇନ୍‌ଷ୍ଟାଗ୍ରାମ୍ ଆଦି ବିଭିନ୍ନ ସୋସିଆଲ୍ ମିଡିଆରେ ହାତ ଲେଖା ପ୍ରଶ୍ନ ବୁଲିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କେଉଁ ପରିସ୍ଥିତିରେ ଏବଂ କିଏ ଏପରି ଭାଇରାଲ କଲା ତାହାର କାରଣ ଅସ୍ପଷ୍ଟ ରହିଛି । ଭାଇରାଲ ହେଉଥିବା ପ୍ରଶ୍ନପତ୍ର ସତ୍ୟାସତ୍ୟ ଥିବା ଜଣାପଡ଼ିବା ପରେ ବୋର୍ଡ କର୍ତ୍ତୃପକ୍ଷ ଉକ୍ତ ସ୍ବତନ୍ତ୍ର ଓଟିଇଟିକୁ ବାତିଲ୍ କରିଦେଇଛନ୍ତି । ଏନେଇ ବୋର୍ଡର ଜଣେ ଅଧିକାରୀ ନିଜର ନାଁକୁ ଗୋପନ ରଖି ସୂଚନା ଦେଇଛନ୍ତି । ରାତି ଅଧିଆ ଏହି ପରୀକ୍ଷାକୁ ବାତିଲ କରାଯାଇଛି । ଏନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟରାତ୍ରରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।ଉଭୟ ପେପର୍-୧ ଓ ପେପର୍ -୨ର ପ୍ରଶ୍ନପତ୍ର ଭାଇରାଲ୍ ହେବା ଘଟଣା ପରୀକ୍ଷାର୍ଥୀ ତଥା ଇନ୍‌ସର୍ଭିସ୍ ଶିକ୍ଷକମାନଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି । ପରୀକ୍ଷା ବାତିଲ ଯୋଗୁ ରାଜ୍ୟରେ ୭୫ ହଜାରରୁ ଅଧିକ ଆଶାୟୀ ନିରାଶ ହୋଇଛନ୍ତି ।ତେବେ ଏହି ହାତଲେଖା ଓଟିଇଟି ପ୍ରଶ୍ନ କେଉଁଠୁ ଆସିଲା ତାହା ଜଣା ପଡିନାହିଁ । ବୋର୍ଡ ଏହି ପରୀକ୍ଷା ବାତିଲ୍‌ କରିବା ସହ ପରବର୍ତ୍ତୀ ସମୟରେ ସାନି ବିଜ୍ଞପ୍ତି ଜାରି କରିବ ବୋଲି ସୂଚନା ଦେଇଛନ୍ତି ।ପ୍ରାଥମିକ ଶିକ୍ଷାରେ ନିୟୋଜିତ ଇନ୍‌ ସର୍ଭିସ୍ ଶିକ୍ଷକ ମାନଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍ ଓଟିଇଟି) ପାଇଁ ୭୫ ହଜାର ୪୦୩ ଜଣ ଇନ୍‌ ସର୍ଭିସ୍ ଶିକ୍ଷକ ପରୀକ୍ଷା ଦେବା ପାଇଁ ଆବେଦନ କରିଥିଲେ । ରାଜ୍ୟରେ ୩୦ଟି ଜିଲ୍ଲାରେ ୧୯୩ଟି ପରୀକ୍ଷା କେନ୍ଦ୍ର ଚୟନ କରାଯାଇଥିଲା ।

  • Garvita Odia

    Related Posts

    ସର୍ବୋତ୍ତମ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଏୟାରଲିଫ୍ଟ କରାଯାଇଛି:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର : ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କୁ ଭୁବନେଶ୍ବର ଏମ୍ସରୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସର୍ବୋତ୍ତମ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଏୟାରଲିଫ୍ଟ କରାଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ…

    ଏମ୍‌ସ ଦିଲ୍ଲୀରେ ଭର୍ତ୍ତି ହେଲେ ବଳଙ୍ଗା ପୀଡ଼ିତା

    ଭୁବନେଶ୍ବର: ପୁରୀଜିଲ୍ଲା ବଳଙ୍ଗା ଅଞ୍ଚଳରେ ଗତକାଲି ତିନି ଜଣ ଦୁର୍ବୃତ୍ତଙ୍କ ଦ୍ବାରା ଅଗ୍ନିକାଣ୍ଡର ଶିକାର ହୋଇ ଶରୀରର ପ୍ରାୟ ୭୫ ପ୍ରତିଶତ ପୋଡ଼ି ଯାଇଥିବା ପୀଡ଼ିତାଙ୍କୁ ଆଜି ଅପରାହ୍‌ଣରେ ଏମ୍ସ ଦିଲ୍ଲୀରେ ଭର୍ତ୍ତି କରାଯାଇଛି। ବଳଙ୍ଗା ପୀଡ଼ିତାଙ୍କୁ ଏମ୍ସର ବର୍ଣ୍ଣ ୟନିଟ୍‌ରେ…

    Leave a Reply

    Your email address will not be published. Required fields are marked *

    You Missed

    ବିଷ ପିଇ ପରିବାରର ୫ ଜଣ ସଦସ୍ୟ ମୃତ

    ବିଷ ପିଇ ପରିବାରର ୫ ଜଣ ସଦସ୍ୟ ମୃତ

    ତ୍ରୁଟିଶୁନ୍ୟ ପରୀକ୍ଷା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

    ତ୍ରୁଟିଶୁନ୍ୟ ପରୀକ୍ଷା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

    ବିରୋଧୀ ଅଯଥା ରାଜନୀତି କରୁଛନ୍ତି: ମନ୍ତ୍ରୀ

    ବିରୋଧୀ ଅଯଥା ରାଜନୀତି କରୁଛନ୍ତି: ମନ୍ତ୍ରୀ

    ଉପମୁଖ୍ୟମନ୍ତ୍ରୀ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ଆମର ସନ୍ଦେହ: ଲେଖାଶ୍ରୀ

    ଉପମୁଖ୍ୟମନ୍ତ୍ରୀ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ଆମର ସନ୍ଦେହ: ଲେଖାଶ୍ରୀ

    ସର୍ବୋତ୍ତମ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଏୟାରଲିଫ୍ଟ କରାଯାଇଛି:ମୁଖ୍ୟମନ୍ତ୍ରୀ

    ସର୍ବୋତ୍ତମ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଏୟାରଲିଫ୍ଟ କରାଯାଇଛି:ମୁଖ୍ୟମନ୍ତ୍ରୀ

    ଏମ୍‌ସ ଦିଲ୍ଲୀରେ ଭର୍ତ୍ତି ହେଲେ ବଳଙ୍ଗା ପୀଡ଼ିତା

    ଏମ୍‌ସ ଦିଲ୍ଲୀରେ ଭର୍ତ୍ତି ହେଲେ ବଳଙ୍ଗା ପୀଡ଼ିତା