ସ୍ମିତ ମଚ୍ଛରଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ବେସାମରିକ ବୀରତ୍ୱ ସମ୍ମାନ

ନୂଆଦିଲ୍ଲୀ: ଫ୍ଲାଏଦୁବାଇ ଫ୍ଲାଇଟରେ ଅସାଧାରଣ ସାହସିକତା ପାଇଁ ଭାରତୀୟ ପାଇଲଟ କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ନାଗରିକ ବୀରତା ସମ୍ମାନ ପ୍ରଦାନ କରାଯିବ । ବିମାନରେ ଥିବା 170ରୁ ଅଧିକ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ଜୀବନ ବଞ୍ଚାଇଥିବା କ୍ୟାପ୍ଟେନ୍ ସ୍ମିତଙ୍କୁ ଇସ୍ରାଏଲର ‘ପ୍ରେସିଡେଣ୍ଟାଲ ଆୱାର୍ଡ ଫର୍‌ ସିଭିଲିଆନ ହିରୋଜିମ୍‌’ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ ଗୁରୁବାର ଘୋଷଣା କରିଛନ୍ତି ।
ଇସ୍ରାଏଲର ସରକାରୀ ପ୍ରେସ୍ କାର୍ଯ୍ୟାଳୟ ଅନୁଯାୟୀ, ଗତ ସପ୍ତାହରେ ଫ୍ଲାଏଦୁବାଇ ବିମାନ FZ1073କୁ ଦୁର୍ଘଟଣାଗ୍ରସ୍ତ କରିବାର କଥିତ ପ୍ରୟାସକୁ ପଣ୍ଡ କରିବାରେ ସାହାଯ୍ୟ କରିଥିବା 6 ଜଣ ଇସ୍ରାଏଲ ଯାତ୍ରୀଙ୍କୁ ଇସ୍ରାଏଲର ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ କରିବା ସମୟରେ ହର୍ଜୋଗ୍ ଏହି ଘୋଷଣା କରିଛନ୍ତି । ଜେରୁସାଲେମରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ କହିଥିଲେ ଯେ, ଭାରତୀୟ ପାଇଲଟ୍ ସ୍ମିତ ସୁସ୍ଥ ହେବା ପରେ ତାଙ୍କୁ ଇସ୍ରାଏଲର ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯିବ ।
ରାଷ୍ଟ୍ରପତି ହର୍ଜୋଗ୍, ସ୍ମିତଙ୍କୁ ସମ୍ମାନିତ କରିବାର ପାଇଁ ଘୋଷଣା କରିବା ସମୟରେ ତାଙ୍କ ସାହସିକତା ଏବଂ ବୃତ୍ତିଗତତାର ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ପାଇଲଟ ସ୍ମିତଙ୍କ କାର୍ଯ୍ୟ ଏକ ବଡ଼ ବିପର୍ଯ୍ୟୟକୁ ଏଡାଇବାରେ ସାହାଯ୍ୟ କରିଥିଲା ​​। ଏହାସହ ସ୍ମିତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।

ପୁରସ୍କାର ଗ୍ରହଣକାରୀଙ୍କୁ ସମ୍ବୋଧିତ କରି ହର୍ଜୋଗ୍ କହିଥିଲେ, “ଆଜି ଆମେ ଇସ୍ରାଏଲର ଯେଉଁ ବୀରମାନଙ୍କୁ ସମ୍ମାନିତ କରୁଛୁ, ସେମାନଙ୍କ ସହିତ ଭାରତର କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କ ସମ୍ପୂର୍ଣ୍ଣ ଓ ଶୀଘ୍ର ଆରୋଗ୍ୟ ପାଇଁ ମଧ୍ୟ ଆମେ ହୃଦୟର ସହ କାମନା କରୁଛୁ । କ୍ୟାପଟେନ୍ ମଚ୍ଛରଙ୍କ ଅସାଧାରଣ ସାହସ, ବୀରତ୍ୱ ଏବଂ ଆଦର୍ଶଗତ ବୃତ୍ତିଗତ ଦକ୍ଷତା ଯୋଗୁଁ ହିଁ ଏହି ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଲା । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିବା ପରେ, ଇସ୍ରାଏଲର ଜନସାଧାରଣଙ୍କ ତରଫରୁ ତାଙ୍କୁ ‘ଷ୍ଟେଟ୍ ଅଫ୍ ଇସ୍ରାଏଲ୍ ପ୍ରେସିଡେନ୍ସିଆଲ୍ ଆୱାର୍ଡ ଫର୍ ସିଭିଲିଆନ୍ ହିରୋଇଜମ୍’ (ନାଗରିକ ବୀରତ୍ୱ ପାଇଁ ଇସ୍ରାଏଲ୍ ରାଷ୍ଟ୍ରପତି ପୁରସ୍କାର) ପ୍ରଦାନ କରିବା ମୋ ପାଇଁ ଏକ ସମ୍ମାନ ଓ ଗୌରବର ବିଷୟ ହେବ ।”

  • Related Posts

    ଜେୱର ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ

    ନୋଇଡା: ଉତ୍ତର ପ୍ରଦେଶର ଜେୱରଠାରେ ନିର୍ମାଣାଧୀନ ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ କରିବା ପ୍ରସ୍ତାବକୁ ଉତ୍ତର ପ୍ରଦେଶ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଲକ୍ଷ୍ନୌଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି…

    Continue reading
    ସିଜେପି ବିକ୍ଷୋଭ ପାଇଁ ମେଟ୍ରୋ କଟକଣା, ଟ୍ରେନ୍ ବାତିଲ

    ନୂଆଦିଲ୍ଲୀ: ଶନିବାର କଂଗ୍ରେସ-ସମର୍ଥିତ ବା ଅନ୍ୟାନ୍ୟ ଦଳ/ସଂଗଠନ ‘କୋକରୋଚ୍ ଜନତା ପାର୍ଟି’ (ସିଜେପି) ପକ୍ଷରୁ ଜନ୍ତର ମନ୍ତରରେ ପ୍ରସ୍ତାବିତ ବିକ୍ଷୋଭ ପ୍ରଦର୍ଶନକୁ ନଜରରେ ରଖି ରାଜଧାନୀ ଦିଲ୍ଲୀରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ