ସ୍ୱତନ୍ତ୍ର ଅଧିବେଶନ ଡାକି ଡ୍ରାମା କରୁଛନ୍ତି: ଅରୁଣ

ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ଦିନ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବସିବ । ରାଜ୍ୟ ସରକାର ଏହି ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଯେଉଁଥିରେ ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା ହେବ । ତେବେ ବିଧାନସଭାର ଏହି ସ୍ୱତନ୍ତ୍ର ଅଧିବେଶନକୁ ବିଜେଡି ବିଧାୟକ ଅରୁଣ ସାହୁ କଟାକ୍ଷ କରିଛନ୍ତି ।

ଶ୍ରୀ ସାହୁ କହିଛନ୍ତି ନିକଟରେ କୌଣସି କାରଣ ନଥାଇ କେନ୍ଦ୍ର ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ । ଏହା ପୂର୍ବରୁ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ୪୮ ଘଣ୍ଟା ମଧ୍ୟରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଥିଲେ । ବିଲ ଆସିବା ପୂର୍ବରୁ କାହା ସହ ଆଲୋଚନା ନକରି ମହିଳା ସଂରକ୍ଷଣ ବିଲ ଆଣିଲେ । ବିଲ ଆସିବା ପୂର୍ବରୁ ବିଜେପି ଏନେଇ ଅନେକ ପ୍ରଚାର କଲା । ଏବେ ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଡ୍ରାମା କରୁଛନ୍ତି । ଏବେ ବିଧାନସଭା କାହିଁକି ଡାକିଲେ ତାହା ମଧ୍ୟ ଜଣାଇନାହାନ୍ତି । ୩୦ ତାରିଖରେ ତାଙ୍କ ସହ ଦେଖାଦେଖି ହେବ ହେବ ଶ୍ରୀ ସାହୁ କହିଛନ୍ତି ।

ପ୍ରକାଶ ଯେ ମହିଳା ସଂରକ୍ଷଣକୁ ନେଇ ସାରା ଦେଶରେ ତୁମ୍ବି ତୋଫାନ ଚାଲିଥିବାବେଳେ ଓଡ଼ିଶା ସରକାର ଡାକିଛନ୍ତି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ଆସନ୍ତା ୩୦ ତାରିଖରେ ଦିନକ ପାଇଁ ବସିବ ବିଧାନସଭା । ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ନେଇ ହେବ ଆଲୋଚନା ।ମହିଳା ସଂରକ୍ଷଣ ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିବାକୁ ଗତ ଏପ୍ରିଲ ୧୬ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିଥିଲା । ଲମ୍ବା ଆଲୋଚନା ଚାଲିଲା । ବିଲ୍ ପାରିତ ହେବା ପାଇଁ ଦୁଇ ତୃତୀୟାଂଶ ସମର୍ଥନ ଆବଶ୍ୟକ ଥିଲା । ପ୍ରଧାନମନ୍ତ୍ରୀଙ୍କ ନିବେଦନ ଓ ସରକାରଙ୍କ ସବୁ ଚେଷ୍ଟା ସତ୍ତେ୍ୱ ବିଲ୍ କାଟ୍ ଖାଇଥିଲା । ଏଥିସହିତ ଆଗତ ହୋଇଥିବା ସୀମା ପୁନଃ ନିର୍ଦ୍ଧାରଣ ସମ୍ପର୍କିତ ସମ୍ବିଧାନ ସଂଶୋଧିତ ବିଲ୍ ମଧ୍ୟ ଆଗତ କରାଯାଇଥିଲା । କିନ୍ତୁ, ମହିଳା ବିଲ୍ କାଟ୍ ଖାଇବା ଦେଖି ସରକାର ତାହାକୁ ଫେରାଇ ନେଇଥିଲେ । ତେବେ ମହିଳା ସଂରକ୍ଷଣ ବିଲ୍କୁ ପାରିତ ନ ହେବାରୁ କେନ୍ଦ୍ର ସରକାର ଏହାକୁ ଜାତୀୟ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯାଇଛନ୍ତି । ପଶ୍ଚିମବଙ୍ଗ ଓ ତାମିଲନାଡ଼ୁ ନିର୍ବାଚନୀ ପ୍ରଚାର ସହ ସବୁ ରାଜ୍ୟରେ ବିଜେପି ଏହାକୁ ନେଇ ବିରୋଧୀ ଦଳକୁ ଦାୟୀ କରି ବିକ୍ଷୋଭ କରିଛି । ଓଡ଼ିଶାରେ ମଧ୍ୟ ବିଜେପି ମହିଳା ସଂରକ୍ଷଣକୁ ନେଇ ରାସ୍ତାକୁ ଓହ୍ଲାଇଛି । ଏହାକୁ ଏକ ବଡ଼ ଅସ୍ତ୍ର କରି ବିଜେଡି ଓ କଂଗ୍ରେସକୁ ଲଗାତାର ଘେରିଛନ୍ତି ଶାସକ ବିଜେପି ଦଳ ।
ଏବେ ବିଧାନସଭାରେ ମଧ୍ୟ ବିରୋଧୀ ଦଳଙ୍କୁ କାଠଗଡ଼ାକୁ ଟାଣିବା ପାଇଁ ବିଜେପି ସରକାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ବିରୋଧୀ ଦଳଙ୍କୁ ମହିଳା ବିରୋଧୀ ଦର୍ଶାଇବା ପାଇଁ ବିଧାନସଭାରେ ବିଧିବଦ୍ଧ ସଂକଳ୍ପ ପାରିତ କରାଯାଇପାରେ ବୋଲି କୁହାଯାଉଛି । ଅନ୍ୟପଟେ ବିରୋଧୀ ଦଳ ପ୍ରସ୍ତାବିତ ସୀମା ପୁନଃ ନିର୍ଦ୍ଧାରଣ ବିଲ୍କୁ ନେଇ କେନ୍ଦ୍ର ସରକାର ଓ ବିଜେପିକୁ ପ୍ରତି ଆକ୍ରମଣ କରିବାକୁ ସୁଯୋଗ ଖୋଜୁଛନ୍ତି । ସୀମା ନିର୍ଦ୍ଧାରଣ ବିଲ୍ ପାରିତ ହୋଇଥିଲେ ସଂସଦରେ ଓଡ଼ିଶାର ସଦସ୍ୟ ସଂଖ୍ୟା ସମାନୁପାତିକ ଭାବେ ବଢ଼ିବନି ବୋଲି ବିରୋଧୀ ଦଳ ଅଭିଯୋଗ କରୁଛନ୍ତି । ଏଭଳି ସ୍ଥିତିରେ ଏହି ଦିନିକିଆ ଅଧିବେଶନ ବେଶ୍ ସରଗରମ ରହିବ ।

  • Related Posts

    ୩୩% ସଂରକ୍ଷଣ ପ୍ରସଙ୍ଗରେ ଅଧିବେଶନ: ମନ୍ତ୍ରୀ

    ଭୁବନେଶ୍ୱର:ଆସନ୍ତା ୩୦ ତାରିଖ ଦିନ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନକୁ ବିଜେଡି ବିଧାୟକ ଅରୁଣ ସାହୁ କଟାକ୍ଷ କରିଥିବାବେଳେ ବେଳେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ତାଙ୍କୁ କାଉଣ୍ଟର କରିଛନ୍ତି । ଶ୍ରୀ ମଲ୍ଲିକ କହିଛନ୍ତି ଯେ ସଂସଦ ଓ ବିଧାନସଭାରେ ମହିଳାମାନଙ୍କ…

    Continue reading
    ଏସି ଭିତରୁ ବାହାରିଲା ଢ଼ମଣା ସାପ

    ହରଭଙ୍ଗା: ଏସି ଭିତରେ ଢମଣା ସାପ । ଦୁଇ ଘଣ୍ଟାର କସରତ ପରେ ଉଦ୍ଧାର ହେଲା ସାପ । ହରଭଙ୍ଗା ବ୍ଲକ ତିଲେଶ୍ୱର ଗାଁର ଫିଲୁନ ପ୍ରଧାନଙ୍କ ଘରେ ଲାଗିଥିଲା ଏହି ଏସି। ଭିତରେ ସାପ ଥିବା ଜାଣି ପରିବାର ଲୋକଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର