ଭୁବନେଶ୍ଵର, ୦୮ / ୦୮: ଅଗଷ୍ଟ ୩୧ରେ ପ୍ରତିବର୍ଷ ଭଳି ପାଳିତ ହେବାକୁ ଯାଉଛି ସ୍ୱାୟତ୍ତ ଶାସନ ଦିବସ । ଏହି ଉପଲକ୍ଷେ ଅଗଷ୍ଟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାକ୍ ଉତ୍ସବ ପାଳନ ସ୍ୱରୂପ ୧୧୫ଗୋଟି ପୌରପାଳିକାରେ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ ପାଳନ କରାଯିବ । ଏଥି ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ବିଭିନ୍ନ ମହାନଗର ନିଗମର କମିଶନର ଓ ସମସ୍ତ ମୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ ‘ଏକ ପେଡ୍ ମା’କେ ନାମ୍’ ଶୀର୍ଷକ କାର୍ଯ୍ୟକ୍ରମ ଅଧିନରେ ପରିବେଶ ଓ ସବୁଜବନାନୀ ସୃଷ୍ଟି ପାଇଁ ସହରାଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟ ଏବଂ ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ନାଗରିକ ସମାଜର ସଦସ୍ୟଙ୍କୁ ନେଇ ସଚେତନତା ରାଲି, ସବୁଜ ୱାର୍ଡ ଅଭିଯାନର ଶୁଭାରମ୍ଭ, ‘ଗରିମା’ କାର୍ଯ୍ୟକ୍ରମର ସୂଚନା, ଶିକ୍ଷା ଓ ପ୍ରସାର ବ୍ୟବସ୍ଥା, ସହଯୋଗ ଯାନରେ ‘ସହଯୋଗ’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଚାର, ହର୍ ଘର୍ ତିରଙ୍ଗା: ହର୍ ଘର୍ ସ୍ୱଚ୍ଛତା ଥିମ୍ରେ ସହରାଞ୍ଚଳର ପ୍ରମୁଖ ସ୍ଥାନଗୁଡ଼ିକରେ ମେଗା ସ୍ୱଚ୍ଛତା ଅଭିଯାନ, ସବୁଠାରୁ ପରିଷ୍କାର ସହର ବା ରାସ୍ତା ପାଇଁ ୱାର୍ଡ ସ୍ତରୀୟ ପ୍ରତିଯୋଗିତା, ସ୍ୱଚ୍ଛତା ପାଇଁ ଶପଥ ଗ୍ରହଣ ଆଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ଏହା ବ୍ୟତୀତ ପଥ ଉତ୍ସବ ଓ ଏଥି ଅନ୍ତର୍ଗତ ରାସ୍ତା ନିରାପତ୍ତା ସଚେତନତା ସହ ବିଭିନ୍ନ କାର୍ଯ୍ୟକ୍ରମ, ଯୁବଗୋଷ୍ଠୀ ଓ ଛାତ୍ର ସମାଜ ପାଇଁ ପ୍ରବନ୍ଧ, ସ୍ଳୋଗାନ୍ ରାଇଟିଙ୍ଗ୍, ୱାର୍କସପ୍ ଓ ସ୍ପୋର୍ଟସ୍ ଦିବସ ଆଦି ପାଳନ କରାଯିବ ।
କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…








