ହକି ଇଣ୍ଡିଆ ଲିଗ୍‌ , ଉଦ୍‌ଘାଟନୀ ମ୍ୟାଚ ଜିତିଲା ଦିଲ୍ଲୀ ଏସ୍‌ଜି ପାଇପର୍ସ

ରାଉରକେଲା: ଦୀର୍ଘ ୭ ବର୍ଷ ପରେ ହକି ଇଣ୍ଡିଆ ଲିଗ୍‌ ପ୍ରତ୍ୟାବର୍ତ୍ତନ କରିଛି। ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ହକି ଇଣ୍ଡିଆ ଲିଗ୍‌ ପୁରୁଷ ବର୍ଗ ୬ଷ୍ଠ ସଂସ୍କରଣ ଆରମ୍ଭ ହୋଇଛି। ଶନିବାର ଉଦ୍‌ଘାଟନୀ ମ୍ୟାଚରେ ଦିଲ୍ଲୀ ଏସ୍‌ଜି ପାଇପର୍ସ ପେନାଲ୍‌ଟି ସୁଟ୍‌ଆଉଟ୍‌ ୨-୨ (୪-୨) ଗୋଲରେ ଟିମ୍‌ ଗୋନାସିକାକୁ ପରାସ୍ତ କରିଛି। ଏହି ବିଜୟ ସହ ଦିଲ୍ଲୀ ଏସ୍‌ଜି ପାଇପର୍ସ ୨ ପଏଣ୍ଟ ପାଇଥିବା ବେଳେ ପରାଜିତ ଟିମ୍‌ ଗୋନାସିକାକୁ ୧ ପଏଣ୍ଟ ମିଳିଛି। ନିର୍ଦ୍ଧାରିତ ସମୟ ଖେଳ ୨-୨ ଗୋଲ ବରାବର ରହିବାରୁ ସୁଟ୍‌ଆଉଟ୍‌ ହୋଇଥିଲା। ଏଥିରେ ଦିଲ୍ଲୀ ଏସ୍‌ଜି ପାଇପର୍ସ ୪-୨ ଗୋଲରେ ବିଜୟୀ ହୋଇଥିଲା। ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଦିଲ୍ଲୀ ଏସ୍‌ଜି ପାଇପର୍ସ ପକ୍ଷରୁ ଥମାସ ୱାଲଟନ, ମିଚେଲ ଡୋମିନ, କେ ୱିଲୋଟ ଓ ରାଜକୁମାର ପାଲ୍‌ ଗୋଲ ଦେଇଥିଲେ। ଟିମ୍‌ ଗୋନାସିକା ପକ୍ଷରୁ ଲି ମର୍ଟନ ଓ ତିମୋତି କ୍ଲିମେଣ୍ଟ ଗୋଲ ଦେଇଥିଲେ।
୫ ମିନିଟ୍‌ରେ ଦିଲ୍ଲୀ ଏସ୍‌ଜି ପାଇପର୍ସକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ ଆର୍ଜେଣ୍ଟିନାର ଫରୱାର୍ଡ ଥୋମାସ ଡୋମେନ ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ। ପ୍ରଥମ କ୍ବାର୍ଟର ସୁଦ୍ଧା ଦିଲ୍ଲୀ ଏସ୍‌ଜି ପାଇପର୍ସ ୧-୦ ଗୋଲରେ ଅଗ୍ରଣୀ ରହିଥିଲା। ୨୬ ମିନିଟ୍‌ରେ ଟିମ୍‌ ଗୋନାସିକା ପକ୍ଷରୁ ଷ୍ଟୁୱାନ ୱାଲକର ଗୋଲ ଦେଇ ମ୍ୟାଚ୍‌କୁ ୧-୧ ବରାବର କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଖେଳ ୧-୧ ଗୋଲ ବରାବରରେ ରହିଥିଲା। ତୃତୀୟ କ୍ବାର୍ଟର ତଥା ୩୫ ମିନିଟ୍‌ରେ ଟିମ୍‌ ଗୋନାସିକାକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ ଫ୍ରାନ୍‌ସର ଭିକ୍ଟର ସାର୍ଲେଟ ଗୋଲ ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ୩୯ ମିନିଟ୍‌ରେ ଦିଲ୍ଲୀ ଏସ୍‌ଜି ପାଇପର୍ସ ଗୋଲ ବରାବର କରି ନେଇଥିଲା। ଦଳ ପକ୍ଷରୁ ଥୋମାସ ଡୋମେନ ଗୋଲ ଦେଇ ମ୍ୟାଚକୁ ୨-୨ ବରାବର କରିଥିଲେ। ଅନ୍ତିମ କ୍ବାର୍ଟର ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଦଳ ଗୋଲ ଦେବା ନେଇ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ ମଧ୍ୟ କେହି କାହାରିକୁ ଗୋଲ ଦେବାରେ ସଫଳ ହୋଇ ନଥିଲେ। ଏହି ପ୍ରତିଯୋଗିତା ରାଉରକେଲା ଓ ଝାଡ଼ଖଣ୍ଡର ରାଞ୍ଚିରେ ଖେଳାଯାଉଛି। ଏଥିରେ ୮ଟି ଦଳ ଅଂଶଗ୍ରହଣ କରିଛନ୍ତି। ଫେବୃଆରୀ ୧ରେ ଫାଇନାଲ ମ୍ୟାଚ ଖେଳାଯିବ। ରବିବାର ରାଉରକେଲାରେ ୨ଟି ମ୍ୟାଚ ଖେଳାଯିବ। ସନ୍ଧ୍ୟା ୬ଟାରେ ପ୍ରଥମ ମ୍ୟାଚରେ ହାଇଦରାବାଦ ତୁଫାନ୍‌ସ ବନାମ ରାହ ବେଙ୍ଗଲ ଟାଇଗର୍ସ ଓ ରାତି ୮.୧୫ରେ ସୁରମା ହକି କ୍ଲବ୍‌ ବନାମ ତାମିଲନାଡୁ ଡ୍ରାଗନ୍‌ସ ମୁକାବିଲା ହେବ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ