ହକି ଇଣ୍ଡିଆ ଲିଗ୍‌ : ସୁର୍‌ମା ଏଚ୍‌ସିକୁ ହରାଇଲା ୟୁପି ରୁଦ୍ରସ୍‌

ରାଉରକେଲା: ହକି ଇଣ୍ଡିଆ ଲିଗ୍‌ ପୁରୁଷ ବର୍ଗରେ ୟୁପି ରୁଦ୍ରସ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡ଼ିୟମରେ ଗୁରୁବାର ଖେଳା ଯାଇଥିବା ଏକତରଫା ମ୍ୟାଚରେ ୟୁପି ରୁଦ୍ରସ୍‌ ୩-୦ ଗୋଲରେ ସୁର୍‌ମା ହକି କ୍ଲବ୍‌କୁ ପରାସ୍ତ କରିଛି। ୟୁପି ରୁଦ୍ରସ ଦୁଇଟି ମ୍ୟାଚରୁ ଦୁଇଟି ବିଜୟ ସହ ୬ ପଏଣ୍ଟ ପାଇ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି।
ୟୁପି ରୁଦ୍ରସ ପକ୍ଷରୁ ଓଡ଼ିଆ ଫରୱାର୍ଡ ସୁଦୀପ ଚିର୍‌ମାକୋ କ୍ରମାଗତ ୨ୟ ମ୍ୟାଚ୍‌ରେ ଗୋଲ୍‌ ଦେଇଥିଲେ। ଖେଳ ଆରମ୍ଭର ଦୁଇ ମିନିଟ୍‌ରେ ଗୋଲ ଦେଇ ସୁଦୀପ ଚିର୍‌ମାକୋ ୟୁପି ରୁଦ୍ରସ୍‌ ଦଳକୁ ଆଗୁଆ କରାଇଥିଲେ। ପ୍ରଥମ କ୍ବାର୍ଟର ସୁଦ୍ଧା ୟୁପି ରୁଦ୍ରସ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟରରେ ଉଭୟ ଦଳ କେହି କାହାରିକୁ ଗୋଲ ଦେଇପାରିନଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ୟୁପି ରୁଦ୍ରସ ୧-୦ ଗୋଲରେ ଆଗୁଆ ରହିଥିଲା।

ସୁର୍‌ମା ହକି କ୍ଳବ ଗୋଲ ବରାବର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ୟୁପି ରୁଦ୍ରସ କୌଣସି ସୁଯୋଗ ଦେଇନଥିଲା। ୩୮ ମିନିଟ୍‌ରେ ୟୁପି ରୁଦ୍ରସ ପକ୍ଷରୁ ଜୋବନପ୍ରୀତ ସିଂହ ଦ୍ବିତୀୟ ଗୋଲ ଦେଇଥିଲେ। ତୃତୀୟ କ୍ବାର୍ଟର ସୁଦ୍ଧା ୟୁପି ରୁଦ୍ରସ ୨-୦ ଗୋଲରେ ଆଗୁଆ ରହିଥିଲା। ଅନ୍ତିମ ସୁର୍‌ମା ହକି କ୍ଲବ ଗୋଲ ଦେବା ନେଇ ଉଦ୍ୟମ କରିଥିଲେ ମଧ୍ୟ ୟୁପି ରୁଦ୍ରସ କୌଣସି ସୁଯୋଗ ଦେଇନଥିଲା। ୫୮ ମିନିଟ୍‌ରେ ୟୁପି ରୁଦ୍ରସ ପକ୍ଷରୁ ଆକାଶଦୀପ୍‌ ସିଂହ ୩ୟ ଗୋଲ ଦେଇ ଦଳକୁ ୩-୦ରେ ବିଜୟୀ କରାଇଥିଲେ। ୟୁପି ରୁଦ୍ରସ ପ୍ରଥମ ମ୍ୟାଚରେ କଳିଙ୍ଗ ଲାନ୍‌ସର୍ସକୁ ୩-୧ ଗୋଲରେ ପରାସ୍ତ କରିଥିବାବେଳେ ସୁର୍‌ମା ହକି କ୍ଲବ୍‌-ତାମିଲନାଡ଼ୁ ଡ୍ରାଗନ୍‌ସ ସହ ୧-୧ ଗୋଲ ବରାବର ରଖିଥିଲା। ଶୁକ୍ରବାର ଗୋଟିଏ ମ୍ୟାଚ୍‌ ଓଡ଼ିଶାର ଦଳ କଳିଙ୍ଗ ଲାନ୍‌ସର୍ସ ଓ ତାମିଲନାଡୁ ଡ୍ରାଗନ୍‌ସ ମଧ୍ୟରେ ଖେଳାଯିବ ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ