ହିନ୍ଦୀ ଭାଷା ଜାତୀୟ ସଂହତିର ଏକ ପ୍ରମୁଖ ମାଧ୍ୟମ”: ଏଡିଜି ଅଖିଳ କୁମାର ମିଶ୍ର

ଭୁବନେଶ୍ୱର, ୨୨.୦୪.୨୦୨୬: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଆଜି ଏକ “ରାଜଭାଷା ହିନ୍ଦୀ କର୍ମଶାଳା” ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପିଆଇବି ଏବଂ ସିବିସିର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର କହିଛନ୍ତି, ରାଜଭାଷା ହିନ୍ଦୀର ପ୍ରସାର ଏକ ସାମୂହିକ ଦାୟିତ୍ୱ। ଏଭଳି କର୍ମଶାଳା ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ଗଣମାଧ୍ୟମ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଭାବ ବିନିମୟ, ସମନ୍ୱୟ ଏବଂ ଚିନ୍ତାଧାରା ଆଦାନପ୍ରଦାନ ପାଇଁ ଏକ ପ୍ରଭାବଶାଳୀ ମଞ୍ଚ ପ୍ରଦାନ କରିଥାଏ। ଏଭଳି କାର୍ଯ୍ୟକ୍ରମ ସରକାରୀ କାର୍ଯ୍ୟରେ ହିନ୍ଦୀର ବ୍ୟବହାରକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।
ଶ୍ରୀ ମିଶ୍ର କହିଛନ୍ତି, ସାହିତ୍ୟ, ସଙ୍ଗୀତ ଏବଂ ଗଣଯୋଗାଯୋଗ କ୍ଷେତ୍ରରେ ହିନ୍ଦୀ ଭାଷା ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ନିଜ ମାତୃଭାଷା ଓଡ଼ିଆ ପାଇଁ ଗର୍ବ ଅନୁଭବ କରିବା ସହ ସେ ଉଲ୍ଲେଖ କରିଛନ୍ତି ଯେ, ହିନ୍ଦୀ ଭାଷା ଜାତୀୟ ସଂହତି ଏବଂ ଏକତାର ଏକ ପ୍ରମୁଖ ମାଧ୍ୟମ ଭାବରେ କାର୍ଯ୍ୟ କରେ। ସେ ଅଧିକାରୀମାନଙ୍କୁ ନଥିପତ୍ର, ଚିଠି ଏବଂ ଦୈନନ୍ଦିନ ସରକାରୀ କାର୍ଯ୍ୟରେ ହିନ୍ଦୀର ବ୍ୟବହାର ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ ।
ସମାଜ ବିଜ୍ଞାନ ପ୍ରଫେସର ଡକ୍ଟର ତପନ ରଞ୍ଜନ ମହାନ୍ତି କହିଥିଲେ, ଭାଷା ହେଉଛି ସାମାଜିକ ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । ସେ ମତ ଦେଇଛନ୍ତି ଯେ, ଦେଶର ବିଭିନ୍ନ ଭାଷାଭାଷୀ ଲୋକଙ୍କୁ ଯୋଡ଼ିବାରେ ଏବଂ ଶିକ୍ଷା, ନିଯୁକ୍ତି ତଥା ସାଧାରଣ ଜୀବନରେ ଯୋଗାଯୋଗକୁ ସହଜ କରିବାରେ ହିନ୍ଦୀ ଏକ ସଂଯୋଗକାରୀ ଭାଷା (Link Language) ଭାବରେ କାର୍ଯ୍ୟ କରୁଛି।
ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଡକ୍ଟର ନଳିନୀ କୁମାର ପାତ୍ର ଜନସମ୍ପର୍କ ଏବଂ ପ୍ରଭାବଶାଳୀ ପ୍ରଶାସନ କ୍ଷେତ୍ରରେ ଯୋଗାଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଯେତେବେଳେ ଭାଷା ସରଳ, ସ୍ପଷ୍ଟ ଏବଂ ବ୍ୟାବହାରିକ ଭାବରେ ଲୋକଙ୍କ ସହ ଯୋଡ଼ିହୁଏ, ସେତେବେଳେ ଏହା ସାର୍ଥକ ହୋଇଥାଏ। ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଶେଷ ମୁଣ୍ଡରେ ଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବା ପାଇଁ ହିନ୍ଦୀ ଏକ ସହଜ ମାଧ୍ୟମ। ଭାରତ ସରକାରଙ୍କ ରାଜଭାଷା ବିଭାଗର ସହକାରୀ ନିର୍ଦ୍ଦେଶିକା ସୁଶ୍ରୀ କୀର୍ତ୍ତି ସିଂ, ଦୈନନ୍ଦିନ ସରକାରୀ କାର୍ଯ୍ୟରେ ସରଳ ହିନ୍ଦୀ ବ୍ୟବହାର କରିବାକୁ ଏବଂ ଉପଲବ୍ଧ ତାଲିମ ତଥା ବୈଷୟିକ ଉପକରଣର ସଦୁପଯୋଗ କରିବାକୁ ଅଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି କର୍ମଶାଳାରେ ହିନ୍ଦୀ ଲିଖନ ଏବଂ ବକ୍ତୃତା ପ୍ରତିଯୋଗିତା ସମେତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ଅଧିକାରୀ ଓ କର୍ମଚାରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଭାଗ ନେଇଥିଲେ ।

  • Related Posts

    ମେ’୨ରେ ମାଟ୍ରିକ ରେଜଲ୍ଟ

    ଆସନ୍ତା ମେ’ ୨ରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ବୋଡର଼୍ ଅଫ ସେକେଣ୍ଡାରୀ ଏଡ଼ୁକେସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଷ୍ଟେଟ ଓପନ ସ୍କୁଲ୍‌ ଓ ମଧ୍ୟମା ଫଳ ବି ସେହିଦିନ ପ୍ରକାଶ ପାଇବ । ମେ’…

    Continue reading
    ଯୁବତୀଙ୍କୁ ଦୁଷ୍କର୍ମ ପରେ ମୁହଁକୁ ହାଣିଲା ଦୁବୃର୍ତ୍ତ

    ଢେଙ୍କାନାଳ:ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଜୀବନରେ ମାରିଦେବା ପାଇଁ ମୁହଁକୁ ହାଣିଲା ଦୁବୃର୍ତ୍ତ। ନିକଟରେ ଗାଈ ଚରାଉଥିବା ବ୍ୟକ୍ତିଙ୍କ ଦ୍ୱାରା ଉଦ୍ଧାର ହେବା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା