ନୂଆଦିଲ୍ଲୀ : ଆସନ୍ତା ୧୫ ତାରିଖରୁ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ଉପରେ ଲାଗୁ ହେବାକୁ ଥିବା ୦.୦୪ ପ୍ରତିଶତ ଶୁଳ୍କ ଆଉ ଲାଗିବନି । ଆସନ୍ତା ବର୍ଷ ଜାନୁଆରୀ ୧ ରୁ ଏହି ନୂଆ ନିୟମ କାର୍ୟ୍ୟକାରୀ କରିବାକୁ ସରକାର ଚିନ୍ତା କରୁଥିବା ସୂଚନା ମିଳିଛି । ଅର୍ଥାତ୍ ୟୁପିଆଇ ଟ୍ରାଞ୍ଜାକ୍ସନ୍ ସମ୍ପୂର୍ଣ୍ଣ ମାଗଣା ରହିବ । ରିପୋର୍ଟ ଅନୁଯାୟୀ, ପାର୍ବଣ ଋତୁରେ ଦୋକାନୀମାନଙ୍କ ଉପରେ ଅତିରିକ୍ତ ବୋଝ ନ ପକାଇବା ପାଇଁ ସରକାର ୦.୪% ମର୍ଚ୍ଚାଣ୍ଟ ଶୁଳ୍କ ଲାଗୁ କରିବାର ସମୟକୁ ବଢ଼ାଇବାକୁ ଚିନ୍ତା କରୁଛନ୍ତି । ଆଗାମୀ କିଛି ଦିନ ମଧ୍ୟରେ ଏ ନେଇ ସରକାର ଆନୁଷ୍ଠାନିକ ଭାବେ ଘୋଷଣା କରିପାରନ୍ତି ।
ଜେୱର ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ
ନୋଇଡା: ଉତ୍ତର ପ୍ରଦେଶର ଜେୱରଠାରେ ନିର୍ମାଣାଧୀନ ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ କରିବା ପ୍ରସ୍ତାବକୁ ଉତ୍ତର ପ୍ରଦେଶ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଲକ୍ଷ୍ନୌଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି…








