୧୦୦ ବର୍ଷ ହେଲାଣି ଶ୍ରୀ ସଚ୍ଚିଦାନନ୍ଦ ମଠ ଜ୍ଞାନର ଦୀପ୍ତି ବାଣ୍ଟିବା ସହ କର୍ତ୍ତବ୍ୟବୋଧ ଓ ଆତ୍ମଚିନ୍ତନର ମାର୍ଗ ଦର୍ଶନ କରିଆସୁଛି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, 13/08: ଭକ୍ତି, ସେବା ଓ ମାନବତାର ଜୀବନ୍ତ ପ୍ରତୀକ ହେଉଛନ୍ତି ଶ୍ରୀଲ ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦ ଜୀ ଏବଂ ୧୦୦ ବର୍ଷ ଧରି କଟକର ଶ୍ରୀ ସଚ୍ଚିଦାନନ୍ଦ ମଠ ଆଧ୍ୟାତ୍ମିକ, ସାହିତ୍ୟିକ ଓ ସାମାଜିକ କାର୍ଯ୍ୟକଳାପ ଏକ ନୈତିକତାର ପ୍ରଦୀପ ପ୍ରଜ୍ବଳିତ କରି ଆସୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜବାହଲାଲ ଇଣ୍ଡୋର ଷ୍ଟାଡିଅମ ଠାରେ ଶ୍ରୀଲ ପ୍ରଭୁପାଦଙ୍କ ୧୫୧ତମ ଆବିର୍ଭାବ ଜୟନ୍ତୀ ଓ କଟକର ଶ୍ରୀ ସଚ୍ଚିଦାନନ୍ଦ ମଠର ଶତବାର୍ଷିକୀ ଉତ୍ସବ ଅବସରରେ କହିଛନ୍ତି। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କାହିଥିଲେଯେ, ପରମପୂଜ୍ୟ ଶ୍ରୀଲ ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦ ଜୀ କେବଳ ଜଣେ ମହାନ ସନ୍ଥ, ଶିକ୍ଷକ କିମ୍ବା ଧର୍ମପ୍ରଚାରକ ନଥିଲେ, ତାଙ୍କର ଜୀବନ ଦର୍ଶନ, ଗୀତା ଓ ଭାଗବତର ଶାଶ୍ୱତ ସନ୍ଦେଶ, ଏବଂ “ଜୀବନକୁ ଭଗବାନଙ୍କ ସେବାରେ ନିୟୋଜିତ କରିବା”—ଏହି ମୂଲ୍ୟବୋଧ ସଦା ଆମ ପାଇଁ ପ୍ରେରଣା ସାଜିଛି। ଶ୍ରୀ ସଚ୍ଚିଦାନନ୍ଦ ମଠ ଜ୍ଞାନର ଦୀପ୍ତି ବାଣ୍ଟିବା ସହ କର୍ତ୍ତବ୍ୟବୋଧ ଓ ଆତ୍ମଚିନ୍ତନର ମାର୍ଗ ଦର୍ଶନ କରିଆସୁଛି। ଆଜିର ଅର୍ଥ ସର୍ବସ୍ୱ ଦୁନିଆରେ ଏହି ଚେତନାର ଜାଗରଣ ଆମ ସମାଜ ପାଇଁ ଏକ ଅମୂଲ୍ୟ ସମ୍ପଦ। ଗତ ୧୦୦ ବର୍ଷରେ ଏହି ମଠ କେବଳ ଧର୍ମଚେତନା ଜାଗୃତ କରିନାହିଁ, ବରଂ ଶିକ୍ଷା, ଦାନ, ସାଧୁସଙ୍ଗ, ସମାଜସେବା ଓ ଯୁବପିଢ଼ିକୁ ନୈତିକ ଦିଶା ଦେବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଛି ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେଯେ, ଶ୍ରୀଲ ପ୍ରଭୁପାଦଙ୍କର ଅବଦାନ ଆଜି ମଧ୍ୟ ପ୍ରାସଙ୍ଗିକ, ଯାହାକୁ ଅନୁଶୀଳନ କଲେ, ଆଜିର ସମାଜ ବିଶ୍ଵଭାତୃତ୍ଵ ଭାବରେ ପ୍ରତିଷ୍ଠିତ ହୋଇ ଏକ ବାସ୍ତବ ସୁଖ, ସମୃଦ୍ଧ ଓ ଶାନ୍ତି ଲାଭ କରି ପାରିବ। ଶ୍ରୀଲ ପ୍ରଭୁପାଦଙ୍କ ୧୫୧ତମ ଆବିର୍ଭାବ ଜୟନ୍ତୀ କେବଳ ଏକ ସ୍ମୃତି ଦିବସ ନୁହେଁ, ବରଂ ଆମ ପାଇଁ ଏକ ସଂକଳ୍ପ ଯେ, ଆମେ ତାଙ୍କର ଦେଇଯାଇଥିବା ଆଦର୍ଶ, ସେବାଭାବ ଓ ଭକ୍ତିର ପଥରେ ଅଟଳ ରହିବୁ। ଭକ୍ତିଭାବର ପ୍ରକୃତ ସଜ୍ଞା ଓ ଉଦ୍ଦେଶ୍ୟ ହେଉଛି ମାନବର ଅନ୍ତରାତ୍ମାକୁ ଶୁଦ୍ଧି କରିବା। ଏହି ଦିଗରେ ଶ୍ରୀ ଶିଲ ପ୍ରଭୁପାଦ ଆମକୁ ମାର୍ଗ ଦର୍ଶନ କରିଯାଇଛନ୍ତି। ତେଣୁ, ତାଙ୍କ ପ୍ରଦର୍ଶିତ ମାର୍ଗକୁ ଆମେ ଆମ ଜୀବନଶୈଳୀର ଅଂଶ ଭାବେ ଅନ୍ତର୍ଭୁକ୍ତ କରିପାରିଲେ, ଆମ ଜୀବନ ସାର୍ଥକ ହୋଇଯିବ। ତାଙ୍କରି ଦିଗଦର୍ଶନ ଓ ବାଣୀ ଆମ ପାଇଁ ଅମୃତର ଆଶ୍ଲେଷ ହେଇ ରହିବ ବୋଲି ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ। ଗୌଡୀୟ ମିଶନର ସଭାପତି ଶ୍ରୀମଦ୍ ଭକ୍ତି ସୁନ୍ଦର ସନ୍ୟାସୀ ଗୋସ୍ୱାମୀ ମହାରାଜ କହିଥିଲେଯେ, ଶ୍ରୀଲ ପ୍ରଭୁପାଦ ହେଉଛନ୍ତି ଜ୍ଞାନ ଆହୋରଣର ଏକ ଗ୍ରନ୍ଥ, ଯାହାକୁ ଜୀବନ ଭରି ଅଧ୍ୟୟନ କଲେ ମଧ୍ଯ ସରିବନି। କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଶ୍ରୀଯୁକ୍ତ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ। ଏହି ଅବସରରେ ଶ୍ରୀମଦ୍ ଭକ୍ତି ବିଚାର ଭାରତୀ ମହାରାଜ, ଗୌଡୀୟ ମିଶନର କମିଟି ମେମ୍ବର, ଶ୍ରୀଯୁକ୍ତ ଉମେଶ ଖଣ୍ଡେଲ୍‌ୱାଲ୍ ପ୍ରମୁଖ ମଂଚାସୀନ ଥିଲେ। କାର୍ଯ୍ୟକ୍ରମରେ ଗୌଡିୟ ବୈଷ୍ଣବ ସମ୍ମିଳନୀର ସଭ୍ୟ ଭକ୍ତି ବୋଧାୟନ ବେଦାନ୍ତ ମହାରାଜ ସ୍ୱାଗତ ଭାଷଣ ଦେଇଥିବା ବେଳେ ଭକ୍ତି ରୂପକ ରାଧାନ୍ତି ମହାରାଜ ଧନ୍ୟବାଦ ଦେଇଥିଲେ।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ