
ତାମିଲନାଡୁ ରାଜନୀତିରେ ବଡ଼ ଧମାକା। ସବୁ ଆକଳନକୁ ଭୁଲ୍ ପ୍ରମାଣିତ କରି ତାମିଲନାଡୁରେ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛି ବିଜୟଙ୍କ ଦଳ TVK। ପ୍ରାରମ୍ଭିକ ଟ୍ରେଣ୍ଡରେ ଟିଭିକେର ହୋଇଛି ବ୍ଲକବଷ୍ଟର୍ ଏଣ୍ଟ୍ରି । ୧୦୦ ଅଙ୍କ ଅତିକ୍ରମ କରିଛି ଟିଭିକେ। ୧୦୭ ଆସନରେ ଆଗୁଆ ରହିଛି। ବର୍ତ୍ତମାନର ସଂଖ୍ୟା ଦର୍ଶାଉଛି ଯେ ବିଜୟଙ୍କ ଦଳ ବହୁମତ ପାଇଁ ଆବଶ୍ୟକ ସଂଖ୍ୟା ନିକଟତର ହୋଇଛି।
ଅନ୍ୟପଟେ ପୁରୁଖା ଦଳ AIADMK ୭୨ଟି ଆସନରେ ଆଗୁଆ ଥିବା ବେଳେ ଶାସକ DMK ମାତ୍ର ୪୭ ସିଟରେ ସୀମିତ ରହିଛି। ଅନ୍ୟାନ୍ୟ ପ୍ରାର୍ଥୀ ୧ଟି ଆସନରେ ଆଗୁଆ ରହିଛନ୍ତି।
ସିନେମା ପରଦାର ସୁପରଷ୍ଟାର ବିଜୟ ଏବେ ରାଜନୀତି ପଡ଼ିଆର ସୁପରହିଟ୍ ହିରୋ ସାଜିଛନ୍ତି। ଦ୍ରାବିଡ଼ ରାଜନୀତିର ଦୁଇ ବଡ଼ ଦଳକୁ ପଛରେ ପକାଇ TVK ଏକ ନୂଆ ଇତିହାସ ରଚିବାକୁ ଯାଉଛି। ଏହାକୁ ନେଇ ବିଜୟଙ୍କ ସମର୍ଥକଙ୍କ ମଧ୍ୟରେ ଏବେଠାରୁ ଉତ୍ସବ ଆରମ୍ଭ ହୋଇଗଲାଣି। ସେପଟେ ଚେନ୍ନାଇ ସ୍ଥିତ ବିଜୟଙ୍କ ଘରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ରାଜ୍ୟର ୨୩୪ଟି ଆସନରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଜାରି ରହିଛି। ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଏହି ଗଣତି ଚାଲିଛି।


