୧୨ରୁ ରାଜ୍ୟବ୍ୟାପୀ କୃମିନାଶକ ଔଷଧ ଓ ଭିଟାମିନ-ଏ ଅଭିଯାନ

ଭୁବନେଶ୍ଵର:ଆସନ୍ତା ୧୨ରୁ ରାଜ୍ୟବ୍ୟାପୀ କୃମିନାଶକ ଔଷଧ ଏବଂ ଭିଟାମିନ-ଏ ପ୍ରଦାନ ଅଭିଯାନ ଆରମ୍ଭ ହେବ। ସ୍ବାସ୍ଥ୍ୟବିଭାଗ ଏବଂ ୟୁନିସେଫ୍‌ର ମିଳିତ ସହଯୋଗରେ ବର୍ଷକୁ ଦୁଇଥର ଫେବୃଆରୀ ଏବଂ ଅଗଷ୍ଟ ହେଉଥିବାବେଳେ ଫେବୃଆରୀ ୯୭ ପ୍ରତିଶତ ସଫଳତା ମିଳିଥିଲା। ଚଳିତ ପର୍ଯ୍ୟାୟରେ ୧,୨୬,୪୬,୬୧୬ ଜଣଙ୍କୁ ଏହି ଔଷଧ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରହିଛି। ବୟସ ଅନୁସାରେ ଉଭୟ ଆଲବେଣ୍ଡାଜଲ ସିରପ୍‌ ଏବଂ ଟାବଲେଟ୍‌ ଦିଆଯିବ। ଏଥିରେ ସେଭଳି କୌଣସି ପାର୍ଶ୍ବପ୍ରତିକ୍ରିୟା ନଥିବାବେଳେ ଚୋବେଇ ଖାଇବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ପରାମର୍ଶ ଦିଆଯାଇଛି। ଚଳିତ ପର୍ଯ୍ୟାୟରେ ରାଜ୍ୟର ୧୮ ଜିଲାର ଏହି ଔଷଧ ପ୍ରଦାନ କରାଯିବ।
ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, କଟକ, ଦେବଗଡ଼, ଗଜପତି, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଅାପଡ଼ା, ପୁରୀ ଏବଂ ରାୟଗଡ଼ ଜିଲାରେ ଏହି ଅଭିଯାନ ଚାଲିବ। ଏସବୁ ଜିଲାର ସବୁ ସରକାରୀ, ଘରୋଇ ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କୃମିନାଶକ ଦିଆଯିବ। ଯେଉଁମାନେ ୧୨ ତାରିଖରେ ଔଷଧ ଖାଇବାରୁ ବଞ୍ଚିତ ହେବେ ସେମାନେ ୧୯ରେ ଶେଷ ପର୍ଯ୍ୟାୟରେ ଔଷଧ ନେଇପାରିବେ। କାର୍ଯ୍ୟକ୍ରମରେ ୧ରୁ ୧୯ ବର୍ଷରେ କୋଟିଏ ୨୬ ଲକ୍ଷ ଶିଶୁ ଏବଂ ୨୦ରୁ ୨୪ ବର୍ଷର ୧୫ ଲକ୍ଷରୁ ଅଧିକ ପ୍ରଜନନ ବୟସର ମହିଳାଙ୍କୁ ଔଷଧ ପ୍ରଦାନ କରାଯିବ। ୧ରୁ ୫ ବର୍ଷ ମଧ୍ୟରେ ୨୩,୩୯,୧୦୨ ଶିଶୁଙ୍କୁ ସିରପ୍‌ ଏବଂ ୬ରୁ ୧୯ ବର୍ଷ ମଧ୍ୟରେ ୯୯,୦୬,୪୩୩ ଜଣଙ୍କୁ ବଟିକା ପ୍ରଦାନ କରାଯିବ। ସେହିପରି ସାମୂହିକ ଔଷଧ ପ୍ରଦାନ ହେବାକୁ ଥିବା ୧୨ ଜିଲାରେ ୧ରୁ ୨ ବର୍ଷର ୪,୦୧,୦୮୧ ଶିଶୁଙ୍କୁ କୃମିନାଶକ ଔଷଧ ଦିଆଯିବ। ଏହାଛଡ଼ା ଅଗଷ୍ଟରେ ପ୍ରତି ବୁଧବାର ୯ ମାସରୁ ୬୦ ମାସର ୩୨ ଲକ୍ଷ ଶିଶୁଙ୍କ ଭିଟାମନ୍‌ ଏ ଦିଆଯିବ। ସ୍ବାସ୍ଥ୍ୟବିଭାଗ ଅନ୍ୟ ବିଭାଗ ସହଯୋଗ କରୁଥିବାବେଳେ ଆଶା, ଅଙ୍ଗନବାଡ଼ି କର୍ମୀ ଔଷଧ ବଣ୍ଟନରେ ସହଯୋଗ କରିବେ।

  • Related Posts

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    ଭୁବନେଶ୍ୱର: ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ କଟକ ରେଳ ଷ୍ଟେସନରେ ଏୟାର କନକୋର୍ସ ଗ୍ରୀଡ୍ ନିର୍ମାଣ, ଗ୍ରାନାଇଟ୍ ଫ୍ଲୋରିଂ ଏବଂ ପ୍ରିକାଷ୍ଟ କପିଂ ବ୍ଲକ୍ ସହିତ ପ୍ଲାଟଫର୍ମ ପୃଷ୍ଠର ନବୀକରଣ, ପ୍ଲାଟଫର୍ମ ଆଶ୍ରୟସ୍ଥଳ, ଏୟାର କନକୋର୍ସ ପାଇଁ…

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    କୋରାପୁଟ: ଜୟପୁରରେ ସୁଭଦ୍ରା ତୃତୀୟ କିସ୍ତି ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗକୁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବାକୁ ଯାଉଛି । ଏନେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    ଲେକାର୍ପିତ ହେଲା “ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ”

    ଲେକାର୍ପିତ ହେଲା “ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ”

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    ଅପରେସନ୍ ସିନ୍ଦୂର: ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଧ୍ବଂସ

    ଅପରେସନ୍ ସିନ୍ଦୂର: ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଧ୍ବଂସ