୧୯ ବର୍ଷରୁ କମ୍‌ ଏସିଆ କପ୍‌: ଫାଇନାଲରେ ହାରିଲା ଭାରତ

୧୯ ବର୍ଷରୁ କମ୍‌ ଏସିଆ କପ୍ କ୍ରିକେଟ ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନଠାରୁ ପରାଜିତ ହୋଇଛି। ପାକିସ୍ତାନୀ ଟିମ ଦ୍ବାରା ଧାର୍ୟ୍ୟ ହୋଇଥିବା ୩୪୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୨୬.୨ ଓଭରରେ ୧୫୬ ରନ ସଂଗ୍ରହ କରି ଅଲଆଉଟ୍‌ ହୋଇଯାଇଛି। ଫଳରେ ଫାଇନାଲ ମ୍ୟାଚକୁ ପାକିସ୍ତାନ ୧୯୧ ରନରେ ଜିତି ନେଇଛି।

ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। କିନ୍ତୁ ଭାରତୀୟ ବୋଲରମାନେ ପାକିସ୍ତାନକୁ କମ୍ ରନରେ ରୋକିବାରେ ବିଫଳ ହୋଇଥିଲେ। ପାକ୍ ବ୍ୟାଟ୍ସମ୍ୟାନ ସମୀର ମିନହାନଙ୍କ ବିସ୍ଫୋରକ ୧୭୨ ରନ(୧୧୩ ବଲ) ବଳରେ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ବିନିମୟରେ ୩୪୭ ରନ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଦୀପେଶ ଦେବେନ୍ଦ୍ରନ ସର୍ବାଧିକ ୩ଟି ଉଇକେଟ ନେଇଥିବାବେଳେ ହେନିଲ ପଟେଲ ଓ ଖିଲାନ ପଟେଳ ୨ଟି ଏବଂ କନିଷ୍କ ଚୌହାନ ଗୋଟିଏ ଉଇକେଟ ନେଇଥିଲେ।

୩୪୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଓପନର ବୈଭବ ସୂର୍ୟ୍ୟବଂଶୀ ଏବଂ ଆୟୁଷ ମାତ୍ରେ ଇନିଂସ ଆରମ୍ଭ କରିଥିଲେ। କିନ୍ତୁ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା। ବୈଭବ ଗୋଟିଏ ପଟେ ରହି ବିସ୍ଫୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିବାବେଳେ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ଉଇକେଟର ପତନ ହୋଇଚାଲିଥିଲା। ଶେଷରେ​‌ ୩ୟ ଉଇକେଟରେ ବୈଭବ ଆଉଟ ହେବା ପରେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବେଶୀ ସମୟ ତିଷ୍ଠି ପାରି ନ ଥିଲେ। ଦଳ ମାତ୍ର ୧୫୬ ରନରେ ଅଲଆଉଟ୍‌ ହୋଇଯାଇଥିଲା। ପାକିସ୍ତାନୀ ବୋଲର ଅଲି ରାଜା ସର୍ବାଧିକ ୪ ଉଇକେଟ ନେଇଥିବାବେଳେ ମହମ୍ମଦ ସୟମ, ହୁଜାଇଫା ଅସନ ଓ ଅବଦୁଲ ସୁଭାବ ୨ଟି ଲେଖାଏ ଉଇକେଟ ନେଇଥିଲେ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ