୧୯ ବର୍ଷରୁ କମ୍‌ ଏସିଆ କପ୍‌: ରବିବାର ଭାରତ-ପାକିସ୍ତାନ ଫାଇନାଲ

ନୂଆଦିଲ୍ଲୀ: ୟୁଏଇରେ ଚାଲିଥିବା ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବି ଭାରତ ଓ ପାକିସ୍ତାନ ପହଞ୍ଚିଛନ୍ତି। ରବିବାର ଦୁବାଇରେ ଫାଇନାଲ ଖେଳାଯିବ। ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲରେ ଭାରତ ଓ ପାକିସ୍ତାନ ବିଜୟ ସହ ଫାଇନାଲରେ ପହଞ୍ଚିଛନ୍ତି। ଆଇସିସି କ୍ରିକେଟ ଏକାଡ଼େମୀ ଗ୍ରାଉଣ୍ଡ ଦୁବାଇରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ପ୍ରଥମ ସେମିଫାଇନାଲରେ ଭାରତ ୮ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଶ୍ରୀଲଙ୍କା ବିଜୟ ପାଇଁ ଭାରତ ସମ୍ମୁଖରେ ୧୩୯ରନ ଲକ୍ଷ୍ୟ ଧାର୍ୟ୍ୟ କରିଥିଲା। ଜବାବରେ ଭାରତ ୧୮ ଓଭର ଖେଳି ଦୁଇ ୱିକେଟ ବିନିମୟରେ ୧୩୯ରନ କରି ବିଜୟୀ ହୋଇଥିଲା।ଆୟୁଷ ମାହାତ୍ରେ ୭ ଓ ବୈଭବ ସୂର୍ୟ୍ୟବଂଶୀ ୯ରନ କରି ଆଉଟ୍‌ ହୋଇଥିବାବେଳେ ଆରୋନ ଗର୍ଗ ୫୮ ଓ ଭିହାନ ମାଲହୋତ୍ରା ୬୧ରନ କରି ଅପରାଜିତ ରହିଥିଲେ। ବର୍ଷା ପାଇଁ ମ୍ୟାଚ ୨୦ ଓଭର ବିଶିଷ୍ଟ ଖେଳାଯାଇଥିଲା। ଭାରତ ଟସ୍‌ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ଶ୍ରୀଲଙ୍କା ନିୟମିତ ୱିକେଟ ହରାଇବା ସହ ବଡ ସ୍କୋର କରିବାରେ ବିଫଳ ହୋଇଥିଲା। ଦଳ ୮ ୱିକେଟରେ ୧୩୮ରନ କରିଥିଲା।
ଚାମିକା ହିନାଟିଗାଲା ସର୍ବାଧିକ ୪୨ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭିମାନ ଧିନସାରା ୩୨, ଷ୍ଟିମିକା ସେନିଭିରତ୍ନେ ୩୦, ବୀରେନ ଚାମୁଣ୍ଡିତା ୧୯ରନ କରିଥିଲେ। ଭାରତ ପକ୍ଷରୁ ହିନିଲ ପଟେଲ ଓ କନିଷ୍କ ଚୌହ୍ବାନ ଦୁଇଟି ଲେଖାଏଁ, କିଷାନ ସିଂହ, ଦୀପେଶ ଦେବେନ୍ଦ୍ର ଓ ଖିଲାନ ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଭିହାନ ମାଲହୋତ୍ରା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଦ୍ବିତୀୟ ସେମିଫାଇନାଲରେ ପାକିସ୍ତାନ ୮ ୱିକେଟରେ ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ