୨୭ ଓ ୨୮ରେ ସୋଆ ବିଶ୍ୱବିଦ୍ୟାଳୟରେ ଜାତୀୟସ୍ତରର ଆଲୋଚନା

ଭୁବନେଶ୍ୱର: ବିଶ୍ୱ ପରିବେଶ ଆଜି ଏକ ସଙ୍କଟପୂର୍ଣ୍ଣ ଆହ୍ୱାନର ସମ୍ୁଖୀନ । ଏହାର ସୁରକ୍ଷା ବିଷୟରେ ଅନେକ ଆଲୋଚନା କରାଯାଉଛି । ପରିବେଶର ସୁରକ୍ଷା ନିମନ୍ତେ ବିଭିନ୍ନ ପକ୍ଷଧର ମାନଙ୍କୁ ନେଇ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ଠାରେ ଅକ୍ଟୋବର ୨୭ ଓ ୨୮ ତାରିଖରେ ଏକ ୨-ଦିନିଆ ଜାତୀୟ ସ୍ତରର ଆଲୋଚନାଚକ୍ର ଅନୁଷ୍ଠିତ ହେବାକୁ ଯାଉଛି ।
ଏହାକୁ ‘ନ୍ୟାସ୍ନାଲ୍ ଲ୍ୟାବ ଟୁ ଲ୍ୟାଣ୍ଡ ୱର୍କସପ୍ ଅନ କ୍ଲାଇମେଟ, ଏନଭାଇରନମେଂଟ ଆଣ୍ଡ ସଷ୍ଟେନେବଲ ସୋସାଇଟି’ ନାମ ଦିଆଯାଇଛି । ସାଇନ୍ସ ଫର କମନ୍ ପିପୁଲ ସୋସାଇଟି (ସ୍କୋପସ), ସୋଆ ବିଶ୍ୱବିଦ୍ୟାଳୟ, ଇଣ୍ଡିଆନ୍ ମେଟିଓରୋଲଜିକାଲ୍ ସୋସାଇଟିର ଭୁବନେଶ୍ୱର ଶାଖା, ଏସ୍ଏନ୍ଏମ୍ ଗ୍ରୁପ୍, ସରକାରୀ ଓ କର୍ପୋରେଟ ସଂସ୍ଥା ଗୁଡ଼ିକ ସହାୟତାରେ ଏହାର ଆୟୋଜନ କରାଯାଉଛି ବୋଲି ସ୍କୋପସର ସଭାପତି ତଥା ସୋଆରେ ଡିଷ୍ଟିଙ୍ଗୁଇସ୍ଡ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ପ୍ରଫେସର ଉମା ଚରଣ ମହାନ୍ତି ପ୍ରକାଶ କରିଛନ୍ତି ।
ପରିବେଶକୁ ନେଇ ଉପୁଜୁଥିବା ଜଟିଳତା ବିଷୟରେ ଆଲୋଚନା ନିମନ୍ତେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସାାରା ଦେଶରୁ ବିଶେଷଜ୍ଞ, ବୈଜ୍ଞାନିକ, ଗବେଷକ, ପ୍ରଶାସକ ତଥା କର୍ପୋରେଟ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଉଛି । ମାତ୍ର ବିଶେଷ ଭାବେ ଓଡ଼ିଶାର ବିଭିନ୍ନ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଏବଂ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଏହି ବିଶେଷ ଆଲୋଚନାରେ ଯୋଗ ଦେବା ନିମନ୍ତେ ନିମନ୍ତ୍ରଣ କରାଯାଇଛି ବୋଲି ପ୍ରଫେସର ମହାନ୍ତି କହିଛନ୍ତି ।
ଏହି ଆଲୋଚନାର ବିଷୟ ବସ୍ତୁ ମଧ୍ୟରେ ଚରମ ପାଣିପାଗ ଉପରେ ବିଶେଷ ଧ୍ୟାନ ଦିଆଯିବ । ଏଥିରେ ବଜ୍ରପାତ, ଘଡ଼ଘଡ଼ି ସହ ଝଡ଼, ଘୂର୍ଣ୍ଣିବାତ୍ୟା, ବନ୍ୟା, ସହରାଂଚଳ ବନ୍ୟା ତଥା ଅନ୍ୟାନ୍ୟ ପରିବେଶ ସଂକ୍ରାନ୍ତୀୟ ପ୍ରସଙ୍ଗରେ ଆଲୋଚନା କରାଯିବ । ଅନ୍ୟାନ୍ୟ ପରିବେଶ ସଂକ୍ରାନ୍ତୀୟ ବିଷୟଗୁଡ଼ିକ ମଧ୍ୟରେ ସହରାଂଚଳ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ବନ ବିନାଶ ଓ ଜଳ ଓ ଶକ୍ତି ସମସ୍ୟା ଅନ୍ତର୍ଭୁକ୍ତ ବୋଲି ସେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନ ସ୍ୱର୍ଗତ ପ୍ରଫେସର ମାନସ ରଞ୍ଜନ ଦାସଙ୍କ ସ୍ମୃତିରେ ‘ସଷ୍ଟେନେବଲ ଷ୍ଟ୍ରାଟେଜିସ ଇନ ୱାଟର ରିସୋର୍ସ ମ୍ୟାନେଜମେଂଟ’ ଶୀର୍ଷକ ଏକ ବକ୍ତୃତା ପ୍ରଦାନ କରାଯିବ ।
ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବିଜ୍ଞାନ ପ୍ରକଳ୍ପ ଓ ପୋଷ୍ଟର ଉପସ୍ଥାପନା ପ୍ରତିଯୋଗିତା ଆୟୋଜନ କରାଯାଉଥିବା ବେଳେ ସ୍ନାତକ ଓ ସ୍ନାତକୋତର ଛାତ୍ରଛାତ୍ରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେବେ । ଏହା ଛାତ୍ରଛାତ୍ରୀମାନଙ୍କୁ ଏହି ପ୍ରସଙ୍ଗରେ ନିଜର ମୂଳ ଓ ସୃଜନାତ୍ମକ ଚିନ୍ତା, ପ୍ରତିଭା ଓ ସମାଜ ଗଠନ ନିମନ୍ତେ ଦକ୍ଷତା ପ୍ରକାଶ କରିବାକୁ ସାହାଯ୍ୟ କରିବ । ସେମାନଙ୍କ ଲେଖା ଓ ପୋଷ୍ଟର ପଠାଇବାର ଶେଷ ତାରିଖ ହେଉଛି ଅକ୍ଟୋବର ୧୫ ।
ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ଏଥିରେ ଯୋଗ ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଦ୍ୱାରା ପରିଚାଳିତ ସେଂଟର ଫର ଏନଭାଇରନ୍ମେଂଟାଲ ଷ୍ଟଡିଜ୍ ଦ୍ୱାରା ପ୍ରୋତ୍ସାହିତ କରାଯାଉଛି । ଏହାର ସବିଶେଷ ବିବରଣୀ ସ୍କୋପସର ୱେବସାଇଟ.ଡବ୍ଲୁ୍ୟଡବ୍ଲୁ୍ୟଡବ୍ଲୁ୍ୟ.ସ୍କୋପସ.ଓଆରଜି.ଇନ୍ ରେ ଉପଲବ୍ଧ ଅଟେ ।

Related Posts

ସିବିଏସଇର ସିଟି ଏବଂ ଏଆଇ ପାଠ୍ୟକ୍ରମ ଶୁଭାରମ୍ଭ କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ନୂତନ ‘କମ୍ପ୍ୟୁଟେସନାଲ୍ ଥିଙ୍କିଙ୍ଗ୍ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ (ସିଟି ଏବଂ ଏଆଇ) ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତୃତୀୟରୁ ଅଷ୍ଟମ ଶ୍ରେଣୀ…

Continue reading
ଆଜି ସରିବ ମାଟ୍ରିକ୍ ସବଜେକ୍ଟିଭ୍ ପରୀକ୍ଷାର ଉତ୍ତର ଖାତା ଦେଖା

କଟକ : ଆଜି ସରିବ ମାଟ୍ରିକ୍ ସବଜେକ୍ଟିଭ୍ ପରୀକ୍ଷାର ଉତ୍ତର ଖାତା ଦେଖା । ମାର୍ଚ୍ଚ ୧୯ରୁ ଏହି ମୂଲ୍ୟାୟନ ପ୍ରକ୍ରିୟା ରାଜ୍ୟର ୩୦ଟି ଯାକ ଜିଲ୍ଲାର ୫୦ଟି ମୂଲ୍ୟାୟନ କେନ୍ଦ୍ରରେ ଚାଲିଆସୁଛି । ମାଟ୍ରିକ୍ ସହ ଆରମ୍ଭ ହୋଇଥିବା ଏସ୍ଓଏସି…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ