ସିବିଏସଇର ସିଟି ଏବଂ ଏଆଇ ପାଠ୍ୟକ୍ରମ ଶୁଭାରମ୍ଭ କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ନୂତନ ‘କମ୍ପ୍ୟୁଟେସନାଲ୍ ଥିଙ୍କିଙ୍ଗ୍ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ (ସିଟି ଏବଂ ଏଆଇ) ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହି ପାଠ୍ୟକ୍ରମ ରହିଛି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତ ଆଜି ବିଶ୍ୱ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରୁଛି । ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ସହଯୋଗରେ ବିକଶିତ ଏହି ପାଠ୍ୟକ୍ରମ, ସିବିଏସଇ ବିଦ୍ୟାଳୟ ବ୍ୟବସ୍ଥାରେ ସଂରଚିତ ଏଆଇ ଶିକ୍ଷାକୁ ବ୍ୟାପକ ଭାବେ ପ୍ରଚଳନ କରିବ । ନୂତନ ଶିକ୍ଷାବର୍ଷର ଆରମ୍ଭରୁ ଏହି ପାଠ୍ୟକ୍ରମର ପ୍ରଚଳନ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଏକ ପରିବର୍ତ୍ତନଶୀଳ ପଦକ୍ଷେପ । ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ କେବଳ ବୈଷୟିକ ଜ୍ଞାନ ବୃଦ୍ଧି ହେବ ନାହିଁ, ବରଂ ସେମାନଙ୍କର ସୃଜନଶୀଳତା, ଡିଜାଇନ ଓରିଏଣ୍ଟେସନ ଏବଂ ସମସ୍ୟା ସମାଧାନର ଦକ୍ଷତା ମଧ୍ୟ ବିକଶିତ ହେବ । “ଏଆଇ ଫର୍ ଏଜୁକେସନ, ଏଆଇ ଇନ୍ ଏଜୁକେସନ” ର ଭିଜନକୁ ଆଧାର କରି ଏହି ଶିକ୍ଷା ବ୍ୟବସ୍ଥା ଭାରତର ଶିଶୁମାନଙ୍କୁ କେବଳ ପ୍ରଯୁକ୍ତିବିଦ୍ୟାର ୟୁଜର୍ ନୁହେଁ, ବରଂ ଆଗାମୀ ଦିନରେ ଟେକ୍ନୋଲୋଜିର ଉଦ୍ଭାବକ ଭାବେ ଗଢ଼ି ତୋଳିବାରେ ସହାୟକ ହେବ ।

ଏଥିରେ ଶିଶୁମାନଙ୍କ ବୟସ ଓ ବୁଦ୍ଧି ଅନୁସାରେ ସରଳ ଓ ପ୍ରଣାଳୀବଦ୍ଧ ‘ଷ୍ଟ୍ରକ୍ଚରଡ୍ ମଡ୍ୟୁଲ୍’ ସ୍ଥାନ ପାଇଛି । ଏହା ସହିତ ବିଦ୍ୟାଳୟରେ ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ ଶିକ୍ଷକମାନଙ୍କୁ ବ୍ୟାପକ ତାଲିମ ଏବଂ ସ୍ୱତନ୍ତ୍ର ‘ଶିକ୍ଷକ ମାର୍ଗଦର୍ଶିକା’ ବା ଟିଚର ହ୍ୟାଣ୍ଡବୁକ୍ ପ୍ରଦାନ କରାଯିବ । ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଦକ୍ଷତା ଯାଞ୍ଚ କରିବା ପାଇଁ ଅତ୍ୟାଧୁନିକ ଆସେସମେଣ୍ଟ ଫ୍ରେମୱାର୍କ ପ୍ରସ୍ତୁତ କରାଯାଇଛି । ଶ୍ରୀ ପ୍ରଧାନ ଏହି ପାଠ୍ୟକ୍ରମକୁ କାର୍ଯ୍ୟକାରୀ କରିଥିବା ଯୋଗୁଁ ସିବିଏସଇ ଏବଂ ଏନସିଇଆରଟିକୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ୨୦୨୬-୨୭ ଶିକ୍ଷା ବର୍ଷରୁ ଏହି ପାଠ୍ୟକ୍ରମ ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏହା ପିଲାମାନଙ୍କର କ୍ରିଟିକାଲ ଥିଙ୍କିଂ, ସମସ୍ୟା ସମାଧାନର ଦକ୍ଷତା ଏବଂ ପାଟର୍ଣ୍ଣ ଚିହ୍ନଟ କରିବା ଶକ୍ତିକୁ ବୃଦ୍ଧି କରିବ । ପାଠ୍ୟକ୍ରମ ପାଠପଢ଼ାକୁ ଖେଳ ଏବଂ ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ଆମୋଦଦାୟକ କରିବ । ଏଥିରେ ପଜଲ୍ ଓ ଗାଣିତିକ ଖେଳ ମାଧ୍ୟମରେ ଜଟିଳ ସମସ୍ୟାକୁ ସରଳ କରିବାର ଶୈଳୀ ଶିଖାଯିବ । ପିଲାମାନେ କେବଳ ଘୋଷିବା ପରିବର୍ତ୍ତେ ସେମାନଙ୍କର ସୃଜନଶୀଳତା ଏବଂ ପ୍ରଯୁକ୍ତିର ପ୍ରୟୋଗ କରିବାର ଦକ୍ଷତା ଉପରେ ଆଧାର କରି ସେମାନଙ୍କର ପରୀକ୍ଷା କରାଯିବ । ଏହି ପାଠ୍ୟକ୍ରମ ମାଧ୍ୟମରେ ଭାରତକୁ ଏଆଇ ଏବଂ ମେସିନ୍ ଲର୍ଣ୍ଣିଂ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ଦେଶ ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି।

  • Related Posts

    ରାଜ୍ୟରେ ମହଜୁଦ ରହିଛି ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର

    ଭୁବନେଶ୍ୱର: ସାର କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ରାଥମିକ…

    Continue reading
    ନିଯୁକ୍ତି ମେଳା : ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ