୩ଟି ବସ୍‌ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ୫ ଆହତ

ଖୋର୍ଦ୍ଧା: ୧୬ ନଂ ଜାତୀୟ ରାଜପଥ ବାଣପୁର ଓଭରବ୍ରିଜ ନିକଟରେ ୩ଟି ବସ୍‌ର ସିରିଜ୍‌ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ସୂଚନା ମୁତାବକ, ଶନିବାର ସକାଳୁ ଶିମିଳିଗୁଡାରୁ ଭୁବନେଶ୍ୱର ଯାଉଥିବା ବସ୍‌ଟି ଏକ ଗାଈକୁ ବଞ୍ଚେଇବାପାଇଁ ଅଟକିଥିଲା । ଏହି ସମୟରେ ପଛରୁ ଆସୁଥିବା ଏକ ବାଇକ୍‌କୁ ପାଇଲଗୁଡ଼ାରୁ ଭୁବନେଶ୍ୱର ଯାଉଥିବା ଅନ୍ୟ ଏକ ବସ୍ ଧକା ଦେଇଥିଲା । ତା ପଛକୁ ବିଶାଖାପାଟଣାରୁ କଲିକତା ଯାଉଥିବା ବସ୍‌ଟି ପିଟିଥିଲା । ଫଳରେ ବାଇକ୍‌ରେ ବସିଥିବା ନିମିକ୍ଷେତା ଗାଁର ଶୁଭମଜ୍ୟୋତି ପ୍ରହରାଜଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍‌ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ୨ ଜଣ ଯାତ୍ରୀ, ସହକାରୀ ଡ୍ରାଇଭର୍ ଓ ହେଲପର୍ ଆହତ ହୋଇ ବାଲୁଗାଁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରୁ ୩ ବସ୍‌ ଡ୍ରାଇଭର୍ ଫେରାର ଅଛନ୍ତି । ଖବର ପାଇ ବାଣପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

  • Related Posts

    ଦଡୀଙ୍ଗିଆ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

    ରାଇକିଆ: ରାଇକିଆ ବ୍ଲକର ଦଡୀଙ୍ଗିଆ ପଞ୍ଚାୟତ ସଭା ଗୃହ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କଂହରଙ୍କ ଅଧ୍ୟକ୍ଷତାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଜନଶୁଣାଣୀରେ ମୋଟ ୧୧ ଟି ଅଭିଯୋଗ ମଧ୍ୟରେ ସାମୁହିକ ୪ଟି ଅଭିଯୋଗ ଏବଂ ୭…

    Continue reading
    ବାଲିଘାଟରୁ ଶ୍ରମିକର ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ

    ଦେବଗଡ଼:ଗତ ଜୁନ ମାସ ୨୧ ତାରିଖ ଦିନ ରାତିରେ ଦେବଗଡ଼ ଜିଲ୍ଲାର ବାରକୋଟ ଥାନାର ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକ ଇନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ