
ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟର ୩୦ଟି ଜିଲ୍ଲାରେ ମେଡିକାଲ କଲେଜ ଖୋଲିବ । ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ତାଙ୍କ ସୂଚନା ଅନୁଯାୟୀ ମେଡିକାଲ ରିକ୍ରୁଟମେଣ୍ଟରେ ୨ଟି ସଂଶୋଧନ କରାଯାଇଛି । ଖୁବଶୀଘ୍ର ୫ ହଜାର ଡାକ୍ତରଙ୍କ ନିଯୁକ୍ତି ନେଇ ବିଜ୍ଞପନ ପ୍ରକାଶ ପାଇବ । ୩ ହଜାର ପାରାମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ମଧ୍ୟ ବିଜ୍ଞାପନ ପ୍ରକାଶ ପାଇବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।



