୩୧ରେ ଭାରତ ବନ୍ଦ ଡାକରା

ଛତ୍ରପୁର: ଆସନ୍ତା ଡିସେମ୍ବର ୩୧ରେ ଭାରତ ବନ୍ଦ ଡାକରା ଦିଆଯାଇଛି। ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା ଏବଂ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ପାଳନ ପାଇଁ ଏକ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦିଅଯାଇଛି। ଛତ୍ରପୁର ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ପଛୁଆ ବର୍ଗ ଓବିସି ମୋର୍ଚ୍ଚାର ବିଜୟ ସ୍ବାଇଁ ଓ ଭାରତ ମୁକ୍ତି ମୋର୍ଚ୍ଚାର ଜିଲା ସଭାପତି ସୁମା ଦାସ ଅଧ୍ୟକ୍ଷତା କରି ଗତ ୧୭ ତାରିଖରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସଂସଦରେ ବାବା ସାହେବ ଆମ୍ବେଦକରଙ୍କୁ ଅପମାନିତ କରିଥିବା ଉଦ୍ଦେଶ୍ୟରେ ଦୃଢ଼ ପ୍ରତିବାଦ କରିବା ସହିତ ଆସନ୍ତା ୩୧ ତାରିଖରେ ଭାରତ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଛି କ୍ଷ
ଏହା ସହିତ ଓବିସି ଜନସଂଖ୍ୟା ଗଣନା, ଇଭିଏମ ବ୍ୟବହାର ବନ୍ଦ କରିବା ଓ ନିର୍ବାଚନ ପାଇଁ ବାଲଟା ପେପର କାର୍ୟ୍ୟକାରୀ କରିବା ଆଦି ପ୍ରସଙ୍ଗକୁ ନେଇ ଭାରତ ବନ୍ଦ ଆନ୍ଦୋଳନ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଏବଂ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଜୋରଦାର ରହିବ ବୋଲି ସୂଚନା ଦେଇଛନ୍ତି କ୍ଷ ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ନାୟକ, ଜଗନ୍ନାଥ ପ୍ରଧାନ, କାଳୁ ଚରଣ ନାୟକ ଓ ରାଜେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ କ୍ଷ

  • Related Posts

    ୫ ଜିଲ୍ଲାକୁ ଝଡ଼ବର୍ଷା ସତର୍କତା

    ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ, ଉପକୂଳରେ ଥଣ୍ଡା। ଗତ କିଛି ଦିନ ହେବ ରାଜ୍ୟରେ ଏଭଳି ତାପମାତ୍ରା ଦେଖିବାକୁ ମିଳିଛି। ରାଜ୍ୟକୁ ହଟ୍ ଆଣ୍ଡ ହିମ୍ୟୁଡିଟି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୩ ଦିନ ପାଇଁ ଗରମ ଗୁଳିଗୁଳି ନେଇ…

    Continue reading
    ନିଆଁରେ ଗୁରୁତର ଯୁକ୍ତ ୩ ଛାତ୍ରୀ ମୃତ

    ଆସିକା: ଶେଷରେ ଜୀବନ ହାରିଲେ କିରୋସିନି ଢାଳି ନିଆଁରେ ଗୁରୁତର ଯୁକ୍ତ ୩ ଛାତ୍ରୀ । ବ୍ରହ୍ମପୁର ଏମକେସିଜି ମେଡିକାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ଗଞ୍ଜାମ ଜିଲ୍ଲା ଆସିକା ଭେଟନଇ ଗାଁର ଛାତ୍ରୀଙ୍କର । ଗତ ୨୮ ତାରିଖରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ