ରାତି ୧୨ଟା ପରେ ଜିରୋ ନାଇଟ୍‌ ସେଲିବ୍ରେସନରେ ମାତିଲେ କାର୍ୟ୍ୟାନୁଷ୍ଠାନ

ଭୁବନେଶ୍ୱର: ନୂଆବର୍ଷକୁ ସ୍ୱାଗତ ସହ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ପାଇଁ ସବୁଆଡେ଼ ଜୋର୍‌ଦାର ଚାଲିଛି ପ୍ରସ୍ତୁତି। ଏହି ପ୍ରସ୍ତୁତି ଭିତରେ ଟ୍ୱିନ୍‌ ସିଟି ସମେତ ବିଭିନ୍ନ ସହରରେ ବଢ଼ିଲାଣି ସୁରକ୍ଷା ବ୍ୟବସ୍ଥା। ଜିରୋ ନାଇଟ୍‌ ବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଥିବା ପୁଲିସ ଡ୍ରିଙ୍କ୍‌ ଆଣ୍ଡ ଡ୍ରାଇଭ୍‌ ବିରୋଧୀ ଅଭିଯାନକୁ ଜୋର୍‌ଦାର୍‌ କରୁଛି। ପ୍ରତି ଛକରେ ନାକାବନ୍ଦୀ କରି ପୁଲିସ ଯାଞ୍ଚକୁ କଡ଼ାକଡ଼ି କରିଛି। ଏପରିକି ମଦପିଇ ଗାଡ଼ି ଚଲାଉଥିଲେ ଛଡ଼ାଯିବ ନାହିଁ। ଏଥିସହ ଜିରୋ ନାଇଟ୍‌ ସେଲିବ୍ରେସନ ସମୟରେ ମହିଳାମାନେ ଯେପରି ଅସୁରକ୍ଷିତ ନ ମଣିବେ ସେଥିପାଇଁ ବ୍ୟବସ୍ଥା କରିବାକୁ ହୋଟେଲମାନଙ୍କୁ କୁହାଯାଇଛି। ବିଶେଷକରି ଜିରୋ ନାଇଟ୍‌ ରାତିରେ ମହିଳାଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇଛି ପୁଲିସ। କାରଣ ଭିଡ଼ର ସୁଯୋଗ ନେଇ ଅସଦାଚରଣ କରିବାକୁ ଅଧିକ ସମ୍ଭାବନା ରହିଛି। ତେଣୁ ପୁଲିସ ପ୍ରତି ହୋଟେଲ ଆଗରେ ପଇଁତରା ମାରିବା ସହ ହୋଟେଲରେ ସର୍‌ପ୍ରାଇଜ୍‌ ଭିଜିଟ୍‌ କରିବ ବୋଲି କୁହାଯାଇଛି। ୩୧ ଓ ୧ ତାରିଖ ଦିନ ସହରରେ ୩୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଏଥିସହ ସହରରେ ଥିବା ସମସ୍ତ ଥାନା ଆଲର୍ଟରେ ରହିବାକୁ କୁହାଯାଇଛି। କୌଣସି ସ୍ଥାନରେ କିଛି ବି ଅଘଟଣ ଘଟିଲେ ପୁଲିସକୁ ଫୋନ୍‌ କରି ଜଣାଇବାକୁ କୁହାଯାଇଛି।

ଜିରୋ ନାଇଟ୍‌ ପାଇଁ ପୁଲିସର ଜିରୋ ଟଲେରାନ୍ସ। ସେଲିବ୍ରେସନ କର, କିନ୍ତୁ ସୀମା ଭିତରେ। ନୂଆବର୍ଷ ପାଳନ ଭିତରେ କେହି ଭୁଲି ନ ଯାଆନ୍ତୁ ନିୟମ। ରାତି ୧୨ଟା ପରେ ଜିରୋ ନାଇଟ୍‌ ସେଲିବ୍ରେସନରେ ମାତିଲେ କାର୍ୟ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି ସିପି।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ