୩୬ ଚାନ୍ଦି ମେଢ଼, ପିତଳ,କାଠ ଓ କାଚର ମେଢ଼ରେ ଝଲସୁଛି ରୌପ୍ୟନଗରୀ

କଟକ,30।09: ଏଥର ଦଶହରାରେ କଟକର ୩୬ ପୂଜାମଣ୍ଡପରେ ‌‌ଶୋଭାପାଉଛି ଚାନ୍ଦିମେଢ଼। ଏଥି ସହ ୧୧ଟି ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ସମେତ ପାର୍ଶ୍ବଦେବଦେବୀ ପରିଧାନ କରିଛନ୍ତି ସୁନାମୁକୁଟ ଓ ସୁନାର ଚମ୍ପାହାର। ଚଳିତ ବର୍ଷ ଦୁଇଟି ନୂଆ ଚାନ୍ଦିମେଢ଼ ନିର୍ମାଣ ହୋଇଛି। ଯୋବ୍ରା ଦୁର୍ଗା ମନ୍ଦିର ପରିଚାଳନା ପୂଜା କମିଟି, ଚୌଧୁରୀବଜାର ଗୋପାଳଜିଉ ଲେନ୍ ମଠସାହି ପୂଜା କମିଟି ନୂଆ କରି ଚାନ୍ଦିମେଢ଼ କ୍ଲବରେ ସାମିଲ ହୋଇଛନ୍ତି। ଅନ୍ୟପଟେ ପୂର୍ବରୁ ତେଲେଙ୍ଗାବଜାର ପୂଜା କମିଟି ପ୍ରଥମ କରି ପିତଳ ମେଢ଼ କରିଥିବା ବେଳେ ଚଳିତ ବର୍ଷ ବାମ୍ଫିସାହି-କୁମାର ସାହିରେ ଶ୍ରୀ ଆଖଣ୍ଡଳମଣି ପୂଜା କମିଟି ନୂତନ ପିତଳ ମେଢ଼ ନିର୍ମାଣ କରିଛି। ରାଉସାପାଟଣା ପୂଜା କମିଟି କାଠମେଢ଼ ତିଆରି କରୁଥିବା ବେଳେ ରାଉସାପାଟଣା ଦୁର୍ଗା-କାଳୀଙ୍କର କାଚ ମେଢ଼ ରହିଛି। ଚାନ୍ଦିମେଢ଼ କରିଥିବା ପୂଜା କମିଟିଗୁଡ଼ିକ ହେଲେ ଚୌଧୁରୀବଜାର ଦୁର୍ଗା ପଞ୍ଚାୟତ କମିଟି, କଟକ ଚଣ୍ଡୀରୋଡ୍‌ ଶେଖବଜାର ପୂଜା କମିଟି, ଅଲିଶାବଜାର ପୂଜା କମିଟି, ବାଲୁବଜାର ବ‌ିନୋଦବିହାରୀ ପୂଜା କମିଟି, ଚାଉଳିଆଗଞ୍ଜ ପୂଜା କମିଟି, ଚାନ୍ଦିନୀଚୌକ ଦୁର୍ଗାପୂଜା କମିଟି, ଶଙ୍କରପୁର-ବାଦାମବାଡ଼ି ପୂଜା କମିଟି(ମହାଦେବ), କାଜିବଜାର ପୂଜା କମିଟି, ବାଖରାବାଦ ପୂଜା କମିଟି(ଛିନ୍ନମସ୍ତା କାଳୀ), ଫିରିଙ୍ଗିବଜାର ପୂଜା କମିଟି, କାଠଗଡ଼ାସାହି ପୂଜା କମିଟି, ନୟାସଡ଼କ ପୂଜା କମିଟି(ମହାଦେବ), ଖଟବିନ୍‌ସାହି ପୂଜା କମିଟି, ତୁଳସୀପୁର ପୂଜା କମିଟି(ମହାଦେବ), କାଳୀଗଳି ବୁଢ଼ୀଠାକୁରାଣୀ ପୂଜା କମିଟି, ହରିପୁର-ଦୋଳମୁଣ୍ଡାଇ ପୂଜା କମି୮କାଳୀୟଦଳନ ପୂଜା କମିଟି(ପିଠାପୁର), ଗଙ୍ଗାମନ୍ଦିର ପୂଜା କମିଟି, ଗଣେଶଘାଟ ପୂଜା କମିଟି (ମହାଦେବ), ମାଛୁଆବଜାର ସର୍ପାଦୁର୍ଗା ପୂଜା କମିଟି, ମଙ୍ଗଳାବାଗ ଦୁର୍ଗାପୂଜା ସମିତି, ରାଣୀହାଟ ଦୁର୍ଗାପୂଜା କମିଟି, ଦରଘାବଜାର ପୂଜା କମିଟି, ଛତ୍ରବଜାର ଦୁର୍ଗାପୂଜା କମିଟି, ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି, ଶିଖରପୁର ଗଣ୍ଡରପୁର ମହାନଦୀବିହାର ପୂଜା କମିଟି, କଲେଜଛକ ପୂଜା ପ୍ରତିଷ୍ଠାନ, ବିଡ଼ାନାସୀ ଦୁର୍ଗାପୂଜା କମିଟି(କୁମ୍ଭାରସାହି), କାଫ୍‌ଲାବଜାର ପୂଜା କମିଟି, ମହମ୍ମଦିଆବଜାର ପୂଜା କମିଟି, ନିମସାହି-ହରିଜନସାହି ପୂଜା କମିଟି(ମହାଦେବ), ନିମଚୌଡ଼ି ପୂଜା କମିଟି(ହରପାର୍ବତୀ), ତୁଳସୀପୁର ପୂଜା କମିଟି, ରାମଗଡ଼-କନିକାଛକ ପୂଜା କମିଟି, ଯୋବ୍ରାଦୁର୍ଗା ମନ୍ଦିର ପରିଚାଳନା କମିଟି, ଚୌଧୁରୀବଜାର ମଠସାହି ଗୋପାଳଜିଉ ଲେନ୍ ପୂଜା କମିଟି।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ