୩ ଆୟକର ଅଧିକାରୀଙ୍କ ନାଁରେ ମାମଲା ରୁଜୁ କଲା ସିବିଆଇ

ଭୁବନେଶ୍ୱର: ପାନ୍ କାର୍ଡ ଅଚଳ କରିବାକୁ ଜଣେ ଚାଷୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିବା ମହଙ୍ଗା ପଡିଛି ଆୟକର ବିଭାଗର ୩ ଅଧିକାରୀଙ୍କୁ । ସିବିଆଇ ୩ ଜଣଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସେମାନେ ହେଲେ ଆୟକର ଇନ୍ସପେକ୍ଟର ଟି ସତ୍ୟନାରାୟଣ ରାଓ, କିରାଣି ଭୀମସେନ୍ ବାରିକ ଓ ଡାଟାଏଣ୍ଟି ଅପରେଟ କୁମାର ସମରେଶ ।
ଏୟାରଫିଲ୍ଡ ଥାନା ବାରକୁଦା ଗାଁର ରହୁଛନ୍ତି ଚାଷୀ ସୁବାଷ ଚନ୍ଦ୍ର ସାହୁ(୫୦) । କିଛିଦିନ ତଳେ ସେ ଆଧାର ସହ ପାନ୍ କାର୍ଡ ଲିଙ୍କ୍ କରାଇବାକୁ ଯାଇଥିଲେ । ସେଠାରେ ଜଣାପଡ଼ିଥିଲା ଆଧାର କାର୍ଡରେ ସୁବାଷଙ୍କ ବାପାଙ୍କ ନା ଯୋଗୀ ସାହୁ ଓ ପାନ୍ କାର୍ଡରେ ଯୋଗେନ୍ଦ୍ର ସାହୁ ଅଛି । ସେ ଏହି ତ୍ରୁଟିକୁ ସୁଧାରିବା ବଦଳରେ ସେ ନୂଆ ପାନ୍ କାର୍ଡ ଆବେଦନ କରିଥିଲେ । ନୂଆ ପାନ୍‌ କାର୍ଡ ମିଳିଗଲା । ୨ଟି ପାନ୍ କାର୍ଡ ରଖିବା ଅପରାଧ ବୋଲି ସେ ଜାଣି ନଥିଲେ । ଦିନେ ସେ ଟଙ୍କା ଉଠାଇବାକୁ ବ୍ୟାଙ୍କ୍‌କୁ ଯାଇଥିଲେ । ହେଲେ ସେଠାରେ କୌଣସି କାରବାର କରି ପାରିନଥିଲେ । ୨ଟି ପାନ୍ କାର୍ଡ ଥିବାରୁ ଏମିତି ସମସ୍ୟା ହେଉଛି ବୋଲି ବ୍ୟାଙ୍କ କର୍ମଚାରୀ କହିଥିଲେ । ଆୟକର ବିଭାଗ ଅଫିସ୍ ଯାଇ ଗୋଟିଏ ପାନ୍ କାର୍ଡ(ପୁରୁଣା)କୁ ଅଚଳ କରିବାକୁ ବ୍ୟାଙ୍କ କର୍ମଚାରୀ ତାଙ୍କ ପରାମର୍ଶ ଦେଇଥିଲେ ।

ସୁବାଷ ଆୟକର ବିଭାଗ ଅଫିସ୍‌କୁ ଯାଇ ପ୍ରଥମେ ଡାଟା ଏଣ୍ଟ୍ରି ଅପରେଟର ସମରେଶକୁ ଭେଟି ଘଟଣା ବିଷୟରେ ଜଣାଇଥିଲେ । ସମରେଶ ତାଙ୍କୁ କିରାଣି ଭୀମସେନଙ୍କ ପାଖକୁ ନେଇଥିଲେ । ଦୁଇ ଜଣ ତାଙ୍କୁ କହିଥିଲେ ୨ ହଜାର ଟଙ୍କା ଦେଲ ପୁରୁଣା ପାନ୍ କାର୍ଡ ଅଚଳ ହେବ । ତେବେ ପାଖରେ ଟଙ୍କା ନଥିବାରୁ ସୁବାଷ ବଡ଼ ବାବୁଙ୍କୁ ଭେଟିବାକୁ କହିଥିଲେ । ଦୁଇ ଜଣ ତାଙ୍କୁ ଧରି ଇନ୍ସପେକ୍ଟର ଟି ସତ୍ୟନାରାୟଣଙ୍କ ପାଖକୁ ନେଇଥିଲେ । ସବୁ ଶୁଣିବା ପରେ ସତ୍ୟନାରାୟଣ ୧୦ ହାଜର ଟଙ୍କା ଦାବି କରିଥିଲେ । ଏମିତିକି ତାଙ୍କ ଅବେଦନ ଫର୍ମ ରଖିବାକୁ ମଧ୍ୟ ମନା କରି ଦେଇଥିଲେ । ହେଲେ ତାଙ୍କ ଟେବୁଲ୍ ଉପରେ ସୁବାଷ ଚିଠି ରଖି ପଳାଇ ଆସିଥିଲେ । ପରେ ସେ ଏନେଇ ସିବିଆଇକୁ ଜଣାଇଥିଲେ । ସିବିଆଇ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ