୩ ରଥରେ ୨୭ ପାର୍ଶ୍ୱଦେବତା ସ୍ଥାପନ, ଆଜି ବୁଲିବ ଠେକରା ବାଡ଼

ପୁରୀ : ଆଉ ମାତ୍ର ଦିନକ ପରେ ରଥକୁ ବିଜେ ହେବ ଆଜ୍ଞା ମାଳ। ଏଣୁ ରଥ ନିର୍ମାଣରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର। ମଙ୍ଗଳବାର ରଥରେ ପାଶ୍ୱର୍ଦେବତାଙ୍କୁ ସ୍ଥାପନ କରାଯାଇଛି । ୩ ରଥରେ ୨୭ ପାର୍ଶ୍ୱଦେବାଦେବୀ ବିଜେ ହୋଇଛନ୍ତି । ରଥରେ ପ୍ରଥମେ ଶିଖରଡମ୍ୱରୁ ଲଗାଗଲା । ସେଥିରେ ପାର୍ଶ୍ୱଦେବାଦେବୀଙ୍କୁ ସ୍ଥାପନ କରାଗଲା । ବୁଧବାର ରଥରେ ଠେକରା ବାଡ଼ ବୁଲିବ। ଏନେଇ ଦେବଦଳନ ରଥ ମୁଖ୍ୟ ବିଶ୍ୱକର୍ମା ନାରାୟଣ ମହାରଣା ସୂଚନା ଦେଇଛନ୍ତି । କୋଠସୁଆଁସିଆ ସେବକମାନେ ରଥରେ କନା ମଣ୍ଡଣି କାର୍ୟ୍ୟରେ ଲିପ୍ତ ଅଛନ୍ତି। ଏହାପରେ ସେମାନେ ପିତ୍ତଳ ସାଜ ଲଗାଇବେ । ରଥର ବ୍ରେକ୍‌ ମରାମତି ଜାରି ରହିଛି । ବ୍ରେକ୍‌ କାଠର ଖତରା ଅଂଶ ହଣା ଯାଇ ନୂଆ କାଠ ଯୋଡ଼ି ସେଥିରେ ରବର ପ୍ଲେଟ୍‌ ଦେଇ ଲୁହା କଣ୍ଟା ବାଡ଼ିଆ ଯାଉଛି । ରଥରେ ଧ୍ୱଜବତା ଲଗା ସରିଛି । ଦୁଆରଘଡ଼ା ଉପରେ ଲାଗିଥିବା ଧ୍ୱଜବତାରେ ଲାଗିବ ରଥ ଆଜ୍ଞାମାଳ । ଅଶ୍ୱ ଲାଗିବା ପାଇଁ ଇଶ ଓ ଜୁଆଳି ପ୍ରସ୍ତୁତ । ପୂର୍ବରୁ ରଥ ସମ୍ମୁଖରେ ଚାରପରିଛା କାଠ ଲାଗିଥିଲା । ଏହା ଉପରେ ଦୁଇଟି ଇଶ ଲାଗିବ । ଇଶର ବେକରେ ଜୁଆଳି ଲାଗିବ । ଜୁଆଳିରେ ଅଶ୍ୱଙ୍କୁ ଲଗାଯିବ । ୩ ରଥର ୧୨ ଅଶ୍ୱଙ୍କୁ ରଙ୍ଗ ଦେଇ ପ୍ରସ୍ତୁତ କରୁଛନ୍ତି ଚିତ୍ରକର ।
ସେପଟେ ରଥ ସିଂହାସନ କାମ ଶେଷ ପର୍ୟ୍ୟାୟରେ । ବିଶ୍ୱକର୍ମାମାନେ ପଟା ବାଡ଼େଇ ସିହାଂସନ ବୁଜିଛନ୍ତି । ପୂର୍ବରୁ ଧମକ ଉପରେ ଜଗତପୃଷ୍ଠଶେଣୀ ରଖିଥିଲେ । ତା’ଉପରେ ପଟା ପଡ଼ି ସିଂହାସନ ପରିଛା ପଡ଼ିଲା । ଏହାପରେ ପଟା ପଡ଼ି ଚକା ପଡିବ । ଚକା ବେଦିରେ ଠାକୁରେ ଅଧିଷ୍ଠିତ ହେବେ । ବେଦି ପଛପଟେ ରହିବ ପ୍ରଭା । ପ୍ରଥମେ ବିଶ୍ୱକର୍ମାମାନେ ପ୍ରଭା ତିଆରି କରିଛନ୍ତି । ରୂପକାରମାନେ ସେଥିରେ କିର୍ତ୍ତୀମୁଖ ଓ ଉଭୟ ପାର୍ଶ୍ୱରେ ମଗରମୁଣ୍ଡ ଖୋଦେଇ କରିଛନ୍ତି । ଗତକାଲି ଚିତ୍ରକରମାନେ ପ୍ରଭାରେ ରଙ୍ଗ କାର୍ୟ୍ୟ ଶେଷ କରିଛନ୍ତି । ପ୍ରଭା ସ୍ଥାପନ ପରେ ଚକା ସିଂହାସନ ପଡ଼ିଲେ ନିର୍ମାଣକାରୀଙ୍କ ରଥ ନିର୍ମାଣ କାର୍ୟ୍ୟ ସରିବ । ସିଂହାସନ ଉପରେ କନକମୁଣ୍ଡି କାମ ହୋଇଛି । ଏବେ କନକମୁଣ୍ଡିରେ ପିତଳ ଚାଦର ବୁଲିବ ।

  • Related Posts

    ଆଜିଠାରୁ ଶକ୍ତିପୀଠରେ ନବରାତ୍ର ପୂଜା

    ଆଜିଠାରୁ ଶକ୍ତିପୀଠରେ ଆରମ୍ଭ ହେଉଛି ନଅ ଦିନ ଧରି ମାଆଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମାଆଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଶକ୍ତିପୀଠ। ନଅ ଦିନ ଧରି ବିଭିନ୍ନ ରୀତିନୀତି ଅନୁସାରେ ମାଆଙ୍କ ପୂଜା କରାଯିବ। ଏହି ଅବସରରେ ମାଆଙ୍କ ଦର୍ଶନ ପାଇଁ…

    Continue reading
    ପାର୍ବଣ ବେଳେ କାଚିବ ବର୍ଷା ପବନ

    ଆସୁଛି ବଡ଼ ବର୍ଷା ! ଏଥର ଧୋଇଯିବ ଦଶହରା ! ୧୩ରେ ଲଘୁଚାପ, ନେବ କି ବାତ୍ୟାର ରୂପ ? କ’ଣ କହୁଛି ପାଣିପାଗ ବିଭାଗର ପୂର୍ବାନୁମାନ ? ପାର୍ବଣ ବେଳେ କାଚିବ ବର୍ଷା ପବନ । ଫିକା ପଡିପାରେ ଦୁର୍ଗାପୂଜା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ