୩.୦୨ କୋଟି ହେରଫେର, ୨ ପୂର୍ବତନ ଅଧିକାରୀ ଗିରଫ

ଭୁବନେଶ୍ଵର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍‌ରେ ବଡ଼ ଧରଣର ସରକାରୀ ଅର୍ଥ ହେରଫେର ମାମଲାର ପର୍ଦ୍ଦାଫାସ କରିଛି ଓଡ଼ିଶା ଭିଜିଲାନ୍ସ। ପ୍ରାୟ ୩ କୋଟି ୨ ଲକ୍ଷ ୯୫ ହଜାର ଟଙ୍କା ସରକାରୀ ଅର୍ଥ ହେରଫେର ଅଭିଯୋଗରେ ତିର୍ତ୍ତୋଲ ବ୍ଲକ୍‌ର ଦୁଇ ପୂର୍ବତନ ସରକାରୀ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ଅଭିଯୁକ୍ତମାନେ ହେଲେ ତିର୍ତ୍ତୋଲ ବ୍ଲକ୍‌ର ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ ଭଞ୍ଜ କିଶୋର ବେହେରା ଏବଂ ପୂର୍ବତନ PEO ପ୍ରଦୀପ୍ତ କୁମାର ମଲ୍ଲିକ। ପ୍ରଦୀପ୍ତ କୁମାର ମଲ୍ଲିକ ଅବସରପ୍ରାପ୍ତ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହି ମାମଲାରେ ତିର୍ତ୍ତୋଲ ବ୍ଲକ୍‌ର ପୂର୍ବତନ AEE ସ୍ୱର୍ଗତ ରାଜଦୀପ ହାଁସଦାଙ୍କ ନାମ ମଧ୍ୟ ରହିଛି।
ସୂଚନା ଅନୁସାରେ, ୨୦୧୧-୧୨ରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ତିର୍ତ୍ତୋଲ ବ୍ଲକ୍‌ କାର୍ଯ୍ୟାଳୟରେ ଯୋଜନାବଦ୍ଧ ଭାବେ ସରକାରୀ ଅର୍ଥ ହେରଫେର କରାଯାଇଥିବା ଅଭିଯୋଗ ରହିଛି। ସରକାରୀ ବେତନ ରେଜିଷ୍ଟର ଏବଂ ଅର୍ଥ ପ୍ରଦାନ ସମ୍ବନ୍ଧୀୟ ଦସ୍ତାବିଜରେ ଜାଲିଆତି ଓ ଟାମ୍ପରିଂ କରାଯାଇଥିବା ତଦନ୍ତରୁ ଜଣାପଡ଼ିଥିବା ଭିଜିଲାନ୍ସ କହିଛି। ଏହା ସହିତ ଅନୁମୋଦିତ ବଜେଟ୍‌ ଠାରୁ ଅଧିକ ଟଙ୍କାର ଫର୍ଜି ବେତନ ବିଲ୍‌ ପ୍ରସ୍ତୁତ କରି ଦାଖଲ କରାଯାଇଥିବା ଅଭିଯୋଗ ହୋଇଛି।
ତଦନ୍ତରେ ଆହୁରି ଜଣାପଡ଼ିଛି ଯେ, ଫର୍ଜି ବେତନ ବିଲ୍‌ ଜରିଆରେ ହେରଫେର କରାଯାଇଥିବା ସରକାରୀ ଅର୍ଥକୁ ଅଭିଯୁକ୍ତମାନଙ୍କ ବ୍ୟକ୍ତିଗତ ଜମା ଖାତାକୁ ସ୍ଥାନାନ୍ତର କରାଯାଇଥିଲା। ମୋଟ ୩,୦୨,୯୫,୦୦୦ ସରକାରୀ ଅର୍ଥ ହେରଫେର ହୋଇଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣାରେ କଟକ ଭିଜିଲାନ୍ସ ମାମଲା ରୁଜୁ କରିଛି। ଗିରଫ ହୋଇଥିବା ଭଞ୍ଜ କିଶୋର ବେହେରା ଓ ପ୍ରଦୀପ୍ତ କୁମାର ମଲ୍ଲିକଙ୍କୁ ଆଜି କଟକ ସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଉଛି। ମାମଲାର ତଦନ୍ତ ଏବେ ମଧ୍ୟ ଜାରି ରହିଛି।

  • Related Posts

    ସାତପଡ଼ା ଡିଗ୍ରୀ କଲେଜରେ ବୋମା ମାଡ଼, ନିର୍ବାଚନ ବାତିଲ

    ଭୁବନେଶ୍ଵର : ବ୍ରହ୍ମଗିରି ସାତପଡ଼ା ପଞ୍ଚାୟତ ଡିଗ୍ରୀ କଲେଜରେ ବୋମା ମାଡ଼ । ନିର୍ବାଚନ ବାତିଲ କଲେ କଲେଜ ଅଧ୍ୟକ୍ଷ । କଲେଜ ପରିସରରେ ୮ ରୁ ୧୦  ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ଚୟନ ପ୍ରକ୍ରିୟା ମାଧ୍ୟମରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ବଲପୁର ସାଂସଦ

    ଭୁବନେଶ୍ୱର/ନୂଆଦିଲ୍ଲୀ: ରାଜ୍ୟର ବିଭିନ୍ନ ପ୍ରମୁଖ ଖଣି ଓ ଶିଳ୍ପାଞ୍ଚଳର ଜାତୀୟ ତଥା ରାଜ୍ୟ ରାଜପଥଗୁଡ଼ିକରେ ବାଣିଜ୍ୟିକ ଓ ବଡ଼ ବଡ଼ ଯାନଗୁଡ଼ିକର ବେଆଇନ ତଥା ବିପଦଜନକ ପାର୍କିଂ ଯୋଗୁଁ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି