୪୦୦ କଏଦୀଙ୍କ ସଜା ହେବ କୋହଳ

ଭୁବନେଶ୍ୱର୨: କଏଦୀଙ୍କ ପାଇଁ ଆସିଲା ଖୁସିଖବର। ରାଜ୍ୟର ୮୭ଟି ଜେଲ୍‌ରେ ଥିବା ୪୦୦ କଏଦୀଙ୍କ ସଜା ହେବ କୋହଳ । ଅପରାଧ କରିଥିଲେ ସୁଦ୍ଧା ଜେଲ୍‌ରେ ଉତ୍ତମ ଆଚରଣ ପ୍ରଦର୍ଶନ କରିବାରୁ ସଜା କୋହଳ କରିଛନ୍ତି ରାଜ୍ୟ ସରକାର। ଏ ନେଇ ୪୦୦ କଏଦୀଙ୍କ ସଜା କୋହଳ ହେବ ବୋଲି ଜେଲ ଡିଜି ଅରୁଣ ରାୟ ସୂଚନା ଦେଇଛନ୍ତି।

କାରାଗାରରେ ଉତ୍ତମ ଆଚରଣ ପ୍ରଦର୍ଶନ କରିଆସୁଥିବାରୁ ଏହି କଏଦୀମାନଙ୍କ ସଜା କମ୍‌ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଅରୁଣ ରାୟ କହିଛନ୍ତି, ଜେଲ୍‌ରେ ସଂସ୍କାର କାର୍ୟ୍ୟକ୍ରମର ଏହା ଏକ ବଡ଼ ପଦକ୍ଷେପ । ଏହାଦ୍ୱାରା କଏଦୀଙ୍କ ମନୋଭାବ ପରିବର୍ତ୍ତନ ହେବା ସମ୍ଭାବନା ଅଛି । ସେମାନେ ପୁଣି ଥରେ ସମାଜର ମୁଖ୍ୟସ୍ରୋତକୁ ଫେରିବା ଆଶା ରହିଛି । ଏଥର ୪୦୦ କଏଦୀଙ୍କ ପାଇଁ ସଜା କୋହଳ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେମାନେ ଧାର୍ୟ୍ୟ ଜେଲ୍‌ଦଣ୍ଡ ପୂର୍ବରୁ ମୁକ୍ତିର ଆନନ୍ଦ ପାଇବେ । ୧ ବର୍ଷରୁ ଅଧିକ ସଶ୍ରମ କାରାଦଣ୍ଡ କଏଦୀଙ୍କ ଠାରୁ ଆରମ୍ଭ ହୋଇ ଆଜୀବନ ସଜା ଭୋଗୁଥିବା କଏଦୀ ଏହି ବର୍ଗରେ ଅଛନ୍ତି । ୨୦୨୫ ଏପ୍ରିଲ୍‌ରେ ଦ୍ୱିତୀୟ ପ୍ରର୍ୟ୍ୟାୟରେ ଆଉ କିଛି କଏଦୀଙ୍କ ସଜା କୋହଳ କରାଯିବାକୁ ଯୋଜନା ରହିଛି ।

  • Related Posts

    ଏସସିବି ମେଡିକାଲ ପାଣି ଟାଙ୍କିରୁ ଡେଇଁଲେ ଯୁବକ

    କଟକ: କଟକ ଏସସିବି ମେଡିକାଲରେ ପୁଣି ଅଘଟଣ । ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ଅଟକେଇବାକୁ ସବୁ ଚେଷ୍ଟା ହେଲା ବିଫଳ । ଦୀର୍ଘ ସମୟ ଧରି ହାଇଡ୍ରାମା ପରେ ଟାଙ୍କି ଉପରୁ ତଳକୁ…

    Continue reading
    ଆଜିଠୁ ହବିଷ୍ୟାଳି ବ୍ରତ ପାଇଁ ପଞ୍ଜୀକରଣ ଆରମ୍ଭ

    ପୁରୀ: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀକ୍ଷେତ୍ରରେ କାତ୍ତି ର୍କ ମାସରେ ରାଇଦାମୋଦର ବ୍ରତ ମାଗଣାରେ ରହି ପାଳନର ସୁବିଧା ଦେବ ପ୍ରଶାସନ । ଏଥିନିମନ୍ତେ ଆଜିଠୁ ଅନ୍‌ଲାଇନ୍ (https://edistrict.odisha.gov.in) ପଞ୍ଜୀକରଣ ଆରମ୍ଭ ହେବ । ଏହି ପଞ୍ଜୀକରଣ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ