୬ରେ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଆସନ୍ତା ୬ ତାରିଖ ସମ୍ବଲପୁର ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେଵଳ ମୁଖ୍ୟମନ୍ତ୍ରୀ ନୁହେଁ, ଏହି ଦିନ ପଶ୍ଚିମ ଓଡିଶାର ଶାସକ ଦଳର ସବୁ ବିଧାୟକ, ମନ୍ତ୍ରୀ ତଥା ବିଜେଡି ଓ କଂଗ୍ରେସ ଦଳର ସବୁ ବିଧାୟକ ସମ୍ବଲପୁର ଯିବାର କାର୍ୟ୍ୟକ୍ରମ ରହିଛି । କାରଣ ଏହିଦିନ ସମ୍ବଲପୁର ସ୍ଥିିତ ମା ସମଲେଶ୍ୱରୀ ମନ୍ଦିର ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ୟ୍ୟକ୍ରମ ।

ଏହାକୁ ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ କମିଟି ଆୟୋଜନ କରୁଥିବା ବେଳେ ଏହି କମିଟିର ସଭାପତି ଅଛନ୍ତି ନିଜେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର । ତେଣୁ ଏହି କାର୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ସବୁ ବିଧାୟକ ଓ ସାଂସଦ ମାନଙ୍କୁ ନିଜେ ଜୟନାରାୟଣ ଫୋନ କରି ନିମନ୍ତ୍ରଣ କରିଥିବା ବେଳେ ସମସ୍ତଙ୍କ ପାଖକୁ ନିମନ୍ତ୍ରଣ ପତ୍ର ପଠା ଯାଇଛି । ଏହା ସହ ଏହି କାର୍ୟ୍ୟକ୍ରମରେ ପଶ୍ଚିମ ଓଡିଶାର ସବୁ ଜିଲ୍ଲାର ଲୋକ କଳାକାର ଦଳମାନଙ୍କୁ ମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି କାର୍ୟ୍ୟକ୍ରମରେ ମୋଟ ୧୦ ହଜାର ଲୋକ ସାମିଲ ହେବେ ବୋଲି କମିଟି ପକ୍ଷରୁ କୁହା ଯାଇଛି ।”ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ କମିଟି” ର ସମ୍ପାଦକ ସୁଶାନ୍ତ କୁମାର ପୁରୋହିତ ଏନେଇ କହିଛନ୍ତି, ଆସନ୍ତା ୬ ତାରିଖରେ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଥିବା ପାର୍କିଂ ଅଞ୍ଚଳରେ ଏହି ନୂଆଁଖାଇ ଭେଟଘାଟ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାକୁ ଆସୁଛନ୍ତି । ଏହା ସହିତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଂଚାୟତି ରାଜ ମନ୍ତ୍ରୀ ରବି ନାୟକଙ୍କ ସହିତ ଦଳ ମତ ନିର୍ବିଶେଷରେ ପଶ୍ଚିମ ଓଡିଶାର ସମସ୍ତ ବିଧାୟକ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ଏଥିପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି । ଏହା ସହ ପଶ୍ଚିମ ଓଡିଶାର ସମସ୍ତ ସମ୍ବଲପୁରୀ ଲୋକ କଳାକାରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ