ଅଗଷ୍ଟ ୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଅପେରସନ”ଗରୁଡ଼” ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୧୭/୦୮:- ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପେରସନ”ଗରୁଡ଼” ଅଭିଯାନ ଆରମ୍ଭ ହୋଇଥିଲା । ଏହି ଅଭିଯାନର ଦ୍ଵିତୀୟ ସପ୍ତାହ ଅର୍ଥାତ ଚଳିତ ଅଗଷ୍ଟ 16 ତାରିଖ ପର୍ଯ୍ୟନ୍ତ ଅପରାଧ ଏବଂ ଅପରାଧୀଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି ଅଭିଯାନରେ ମୁଖ୍ୟତଃ ଜାମିନ ବିହୀନ ୱାରେଣ୍ଟ (NBW)କୁ କାର୍ଯ୍ୟକାରୀ କରିବା, ନିଶା ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଜବତ ଏବଂ ଅପରାଧୀଙ୍କୁ ଗିରଫ କରିବା, ଜୁଆ ଆଡ୍ଡା ଉପରେ ଚଢ଼ାଉ ଏବଂ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଅପରେସନର ଦ୍ଵିତୀୟ ସପ୍ତାହରେ ସମସ୍ତ ଜିଲ୍ଲାର ଏସପି ଓ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇ ଅପରାଧ ଏବଂ ଅପରାଧୀଙ୍କୁ ରୋକିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ।ବଧାନରେ ଏହି ଅପରେସନ ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି।
୧. କାର୍ଯ୍ୟକାରୀ ହୋଇଥିବା NBW :- 3,643
୨. ଅବକାରୀ ମାମଲା :- 1806 ମାମଲା, 47,105.56 ଲିଟର ମଦ ଏବଂ ନଗଦ 3,400 ଟଙ୍କା ଜବତ
୩. ଜବତ ହୋଇଥିବା ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଟଙ୍କା :- 63 ଅସ୍ତ୍ରଶସ୍ତ୍ର, 95 ଗୁଳିଗୋଳା, ୧,୪୫,୫୦୦ ଟଙ୍କା, ୧ଟି କାର, ୩ଟି ବାଇକ୍ ଏବଂ ୦୨ଟି ଖାଲି ମାଗାଜିନ ଜବତ
୪. ଗଞ୍ଜେଇ ଜବତ ସହିତ ଏନଡିପିଏସ୍ ମାମଲା:- 57ଟି ମାମଲା ସହିତ 3030.35 କିଲୋଗ୍ରାମ ଗଞ୍ଜେଇ ଏବଂ 664 ଗ୍ରାମ ବ୍ରାଉନସୁଗାର ଜବତ, (9 ଟି କାର, 12 ଟି ବାଇକ୍ ଏବଂ 89,520 ଟଙ୍କା)
୫. ଜୁଆ ମାମଲା :- 70ଟି ମାମଲା, 6,28,725 ଟଙ୍କା , 3 ଟି କାର, 52 ଟି ମୋଟର ସାଇକେଲ ଏବଂ 47ଟି ମୋବାଇଲ୍ ଫୋନ୍
୬. ଗିରଫ ହୋଇଥିବା ଅପରାଧୀଙ୍କ ସଂଖ୍ୟା:- 406
7. ନିଶା ଶକ୍ତ ଅବସ୍ଥାରେ ଗାଡି ଚାଳନା- 163 ମାମଲା, 163 ଯାନ ଜବତ
ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜାମ ପୋଲିସ ଜିଲ୍ଲା ସର୍ବାଧିକ 383 NBW କାର୍ଯ୍ୟକାରୀ କରିଥିବା ବେଳେ ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କ୍ଷେତ୍ରରେ 11 ଟି ବନ୍ଧୁକ, 55 ଗୋଳାବାରୁଦ ଜବତ କରିବା ସହ 30 ଜଣଙ୍କୁ ଗିରଫ କରିଛି। ସେହିପରି ଜୁଆ ଆଡ୍ଡା ଉପରେ ଚଢ଼ାଉ କ୍ଷେତ୍ରରେ ସମ୍ବଲପୁର ପୋଲିସ ଜିଲ୍ଲା 10ଟି ମାମଲା, 31,760 ଟଙ୍କା , 3 ଟି ମୋଟର ସାଇକେଲ ଏବଂ 7 ଟି ମୋବାଇଲ୍ ଫୋନ୍ ଜବତ କରିବା ସହ 18 ଜଣଙ୍କୁ ଗିରଫ କରିଛି। ସେହିପରି NDPS ମାମଲାରେ ମଧ୍ୟ ସମ୍ବଲପୁର ଜିଲ୍ଲା ପୋଲିସ 12 ମାମଲା ରୁଜୁ ହୋଇଥିବା ବେଳେ 50.58 କିଲୋଗ୍ରାମ ଗଞ୍ଜେଇ , 05 ମୋଟର ସାଇକେଲ, 2599 ବୋତଲ କଫ ସିରପ, 13.1 ଷ୍ଟ୍ରିପ୍ ନାଇଟ୍ରାଜେପାନ୍ ଟାବଲେଟ୍ ଏବଂ 20 ପକେଟ ଇଞ୍ଜେକ୍ସନ, 05 ମୋବାଇଲ୍ ଫୋନ୍ ଜବତ କରିବା ସହ 24 ଜଣଙ୍କୁ ଗିରଫ କରିଛି। ଅବକାରୀ ମାମଲାରେ ମଧ୍ୟ ସମ୍ବଲପୁର ଜିଲ୍ଲା ପୋଲିସ 182ଟି ମାମଲା ରୁଜୁ କରିଥିବା ବେଳେ 1612 ଲିଟର ମଦ ଜବତ କରିବା ସହ 182 ଜଣଙ୍କୁ ଗିରଫ କରିଛି। ସେହିପରି କନ୍ଧମାଳ ଜିଲ୍ଲା ପୋଲିସ 5 ଟନରୁ ଅଧିକ ବିସ୍ଫୋରକ ସାମଗ୍ରୀ ଜବତ କରିବା ସହ 5 ଜଣଙ୍କୁ ଗିରଫ କରିଛି। ସାଧାରଣ ଲୋକଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଦେବାକୁ ଓଡିଶା ପୋଲିସ ପ୍ରତିଶୃତିବଦ୍ଧ। ଆଗାମୀ ଦିନରେ ମଧ୍ୟ ଅପରାଧ ଏବଂ ଅପରାଧୀମାନଙ୍କ ବିରୁଦ୍ଧରେ ” ଅପେରସନ ଗରୁଡ” ଅଭିଯାନ ଜାରି ରହିବ ବୋଲି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଂଜୟ କୁମାର ସୂଚନା ଦେଇଛନ୍ତି ।

  • Related Posts

    କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

    ଅବଢ଼ା ଯୋଜନାରେ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପ୍ରକଳ୍ପ ପାଇଁ ଅଧିକ ୧୦୦.୮୩ କୋଟି ଟଙ୍କା ବରାଦ କଲେ ମୁଖ୍ୟମନ୍ତ୍ରୀ ପୂର୍ବରୁ ପ୍ରକଳ୍ପ ମୂଲ୍ୟ ଥିଲା ୫୫୭.୧୯ କୋଟି, ଏବେ ହେଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ