ଅନିଶ୍ଚିତତାରେ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର :ଦଶହରାକୁ ଆଉ ମାତ୍ର ମାସେ ରହିଲା । ହେଲେ ଏଯାବତ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ବାଚନ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇଲା ନାହିଁ । ଏପରିକି ଚଳିତବର୍ଷର ଶିକ୍ଷା କ୍ୟାଲେଣ୍ଡର ମଧ୍ୟ ପ୍ରକାଶ ପାଉନି । ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ ଅନିଶ୍ଚିତତାରେ ରହିଛି, ସେପଟେ କ୍ୟାମ୍ପସ ଉଷ୍ମ ହେବାରେ ଲାଗିଛି । ରାଜ୍ୟରେ ୨୦୧୮ରୁ ଛାତ୍ର ସଂସଦ ନିର୍ବାଚନ ହେଉନି । ପ୍ରତିବର୍ଷ ବିଭିନ୍ନ ଛାତ୍ର ସଂଗଠନ ନିର୍ବାଚନ କରିବାକୁ ଦାବି କରୁଥିଲେ ହେଁ ପୂର୍ବ ସରକାର କଲେଜରେ ବିଶୃଙ୍ଖଳା ହେଉଥିବା ଦର୍ଶାଇ ଏହାକୁ ବନ୍ଦ କରିଥିଲେ । ହେଲେ ନୂଆ ସରକାର କହିଲେ, ଛାତ୍ର ସଂସଦ ନିର୍ବାଚନ ସେପ୍ଟେମ୍ବରରେ ହୁଏ । ଏବେ ଆଉ ସମୟ ନାହିଁ । ଚଳିତବର୍ଷ ଏନେଇ ପୁରା ପ୍ରସ୍ତୁତି କରାଯାଇ ଆସନ୍ତାବର୍ଷ ନିଶ୍ଚିତ ଭାବେ ଛାତ୍ର ସଂସଦ ନିର୍ବାଚନ କରାଯିବ । ଉଚ୍ଚଶିକ୍ଷା ବିଭାଗ ଚଳିତ ଶିକ୍ଷାବର୍ଷ କ୍ୟାଲେଣ୍ଡର ପ୍ରକାଶ କରିନି । କିନ୍ତୁ କିଛି କଲେଜ, ବିଶ୍ୱବିଦ୍ୟାଳୟ ନିଜସ୍ୱ କ୍ୟାଲେଣ୍ଡର ପ୍ରସ୍ତୁତ କରିଛନ୍ତି । ବିଜେବି କଲେଜ ପକ୍ଷରୁ ପ୍ରସ୍ତୁତ କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ନେଇ ଉଲ୍ଲେଖ ରହିଛି । କିନ୍ତୁ ତାରିଖ ଉଲ୍ଲେଖ କରାଯାଇନି । କେବଳ ଲେଖାଯାଇଛି, ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଏହା କରାଯିବ । ଅନ୍ୟପଟେ ବିଭିନ୍ନ ସଂଗଠନ ଘନ ଘନ ବୈଠକ କରୁଛନ୍ତି । ଛାତ୍ରସଂସଦ ନିର୍ବାଚନ ପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରୁଛନ୍ତି । ଛାତ୍ର ବିଜେଡି ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ବିଜେପି ସରକାରକୁ ଆସିବା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନର ପ୍ରତିଶ୍ରୁତି ଦେଇଥିଲା । ପୂର୍ବ ସରକାରଙ୍କୁ ଛାତ୍ର ସଂସଦ ନିର୍ବାଚନ କରାଉନଥିବା ଦୋଷ ଦେଇ ଆସୁଥିବା ବିଜେପି ସରକାରକୁ ଆସିବା ପରେ ମଧ୍ୟ ଗତବର୍ଷ ବିଭିନ୍ନ ଆଳ ଦେଖାଇ ନିର୍ବାଚନ କଲେ ନାହିଁ । ଏପରିକି ମୁଖ୍ୟମନ୍ତ୍ରୀ ନିଜେ କହିଥିଲେ ନିର୍ବାଚନ କରିବେ । କିନ୍ତୁ ଏଯାବତ୍‌ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କଲେ ନାହିଁ । ସରକାର ନିଜେ ଭୟଭୀତ । ତେଣୁ ଏନେଇ କୌଣସି ବିଜ୍ଞପ୍ତି କି ସ୍ପଷ୍ଟତା ଦେଉନାହାନ୍ତି । ଖୁବ୍‌ ଶୀଘ୍ର ସ୍ପଷ୍ଟତା ଦିଅନ୍ତୁ ନଚେତ୍‌ ଆନ୍ଦୋଳନ ଜୋରଦାର ହେବ । ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି, ଫକୀର ମୋହନ କଲେଜ ଘଟଣା ପରଠୁ ସରକାର ଭୟଭୀତ ଅଛନ୍ତି । ଜାଣିଛନ୍ତି ତାଙ୍କ ଦଳୀୟ ସଂଗଠନର ପତିଆରା କଲେଜ କି ବିଶ୍ୱବିଦ୍ୟାଳୟରେ ନାହିଁ । ହାରିବା ଭୟରେ ନିର୍ବାଚନ କରିବା ନେଇ କୌଣସି ବିଜ୍ଞପ୍ତି ପ୍ରକାଶ କରୁନାହାନ୍ତି । ଅନ୍ୟପଟେ ଆସନ୍ତା କାଲି ଏନେଇ ରାଜ୍ୟପାଳଙ୍କୁ ଭେଟି ଛାତ୍ର କଂଗ୍ରେସ ଦାବିପତ୍ର ଦେବ ବୋଲି ୟାସିର୍‌ ସୂଚନା ଦେଇଛନ୍ତି ।

  • Related Posts

    ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ସେବା ପକ୍ଷ ପାଳିବ ବିଜେପି

    ଭୁବନେଶ୍ବର: ସେବା ପକ୍ଷ ପାଳନ ନେଇ ବିଜେପି ରାଜ୍ୟ କାର୍ୟ୍ୟାଳୟରେ ରାଜ୍ୟ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଅଛନ୍ତି। ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ…

    Continue reading
    ସାର ପାଇଁ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

    ଭୁବନେଶ୍ୱର: ସାର ପାଇଁ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ରାଜ୍ୟରେ ସାରର କଳାବଜାରୀ ସହିତ ସରକାରୀ ଦାମଠୁ ଅଧିକ ଦାମରେ ବିକ୍ରି ହେବାକୁ ନେଇ ବିଜେପି ଦାୟୀ କରିବା ସହିତ ଏନେଇ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଫଗାନିସ୍ତାନରେ ଭୂକମ୍ପ ; ୬୨୨ ମୃତ

    ଆଫଗାନିସ୍ତାନରେ ଭୂକମ୍ପ ; ୬୨୨ ମୃତ

    ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ସେବା ପକ୍ଷ ପାଳିବ ବିଜେପି

    ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ  ସେବା ପକ୍ଷ ପାଳିବ ବିଜେପି

    ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଭାଇ ମୃତ

    ମର୍ମନ୍ତୁଦ ଦୁର୍ଘଟଣା,  ଦୁଇ ଭାଇ ମୃତ

    ୮୦୦ ଏକ ଜାଗାରେ ନିର୍ମାଣ ହେବ ନୂଆ ଭୁବନେଶ୍ୱର

    ୮୦୦ ଏକ ଜାଗାରେ ନିର୍ମାଣ ହେବ ନୂଆ ଭୁବନେଶ୍ୱର

    ସମ୍ଭୋଗ ପରେ କ’ଣ ଭାବନ୍ତି ମହିଳା? ଜାଣିବାକୁ ଚେଷ୍ଟା କରିଛନ୍ତି କି?

    ସମ୍ଭୋଗ ପରେ କ’ଣ ଭାବନ୍ତି ମହିଳା? ଜାଣିବାକୁ ଚେଷ୍ଟା କରିଛନ୍ତି କି?

    ସ୍ତ୍ରୀର ପରକୀୟା ପ୍ରୀତି: ପ୍ରେମିକ ଗୁଳି ମାଡ଼ରେ ସ୍ଵାମୀ ଗୁରୁତର

    ସ୍ତ୍ରୀର ପରକୀୟା ପ୍ରୀତି: ପ୍ରେମିକ ଗୁଳି ମାଡ଼ରେ ସ୍ଵାମୀ ଗୁରୁତର