‘ଅପରେସନ ସିନ୍ଦୂର’ମିଶନକୁ ବର୍ଷେ: ଆମେ ଆତଙ୍କବାଦୀଙ୍କ ଇକୋସିଷ୍ଟମକୁ ହରାଇବୁ-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପହଲଗାମରେ ପାକିସ୍ତାନୀ ଆତଙ୍କୀ ଧର୍ମ ପଚାରି ୨୬ ନିରୀହଙ୍କ ଜୀବନ ନେଲେ । କାଶ୍ମୀରରୁ କନ୍ୟାକୁମାରୀ ଯାଏ ସମସ୍ତେ ସ୍ତବ୍ଧ ହୋଇଗଲେ । କ୍ରୋଧରେ ଜଳିଲେ ବି । ଗତବର୍ଷ ଏପ୍ରିଲ ୨୨ରେ ପାକ୍ ଆତଙ୍କୀ ଦେଇଥିବା ଏହି କ୍ଷତର ଜବାବ ଭୀଷଣ ହୋଇଥିଲା । ଭାରତୀୟ ସେନା ଯୋଜନାବଦ୍ଧ ଭବେ ମେ ୭ ତାରିଖରେ ପାକିସ୍ତାନ ଭିତରେ ପଶି ଆତଙ୍କୀ ଶିବିରଗୁଡିକୁ ମିସାଇଲ ମାଡ କରି ଛାରଖାର କରିଦେଲେ । ଏହି ପ୍ରତିଶୋଧ ଅଭିଯାନର ନାଁ ରହିଥିଲା ‘ଅପରେସନ ସିନ୍ଦୂର’ । ସିନ୍ଦୂରର ପ୍ରତିଶୋଧ ସିନ୍ଦୂରରେ ନେଇଥିଲା ଭାରତ । ଆଜି ଏହି ମିଶନକୁ ବର୍ଷେ ପୂରଣ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଏକ୍ସ ଡିପି ‘ଅପରେସନ ସିନ୍ଦୂର’ ରଖିଛନ୍ତି ଏବଂ ସେନାର ସାହାସିକତାକୁ ସଲାମ୍ କରିଛନ୍ତି ।
‘ଅପରେସନ ସିନ୍ଦୂର’ର ଗୋଟିଏ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି – ” ଗୋଟିଏ ବର୍ଷ ପୂର୍ବେ, ‘ଅପରେସନ ସିନ୍ଦୂର’ ସମୟରେ, ଆମର ସଶସ୍ତ୍ର ବାହିନୀ ଅତୁଳନୀୟ ସାହସ, ସଠିକତା ଏବଂ ଦୃଢ଼ ସଂକଳ୍ପ ପ୍ରଦର୍ଶନ କରିଥିଲେ । ପହଲଗାମରେ ନିରୀହ ଭାରତୀୟଙ୍କ ଉପରେ ଆକ୍ରମଣ କରିବାକୁ ସାହସ କରୁଥିବା ଲୋକଙ୍କୁ ସେମାନେ ଉପଯୁକ୍ତ ଜବାବ ଦେଇଥିଲେ। ସମଗ୍ର ଦେଶ ଆମ ବାହିନୀର ବୀରତ୍ୱକୁ ସଲାମ କରୁଛି । ଆମେ ଆତଙ୍କବାଦୀଙ୍କ ଇକୋସିଷ୍ଟମକୁ ହରାଇବୁ ।”
ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, “ଅପରେସନ୍ ସିନ୍ଦୂରର ବାର୍ଷିକୀରେ, ଆମେ ଆମର ସଶସ୍ତ୍ର ବାହିନୀର ବୀରତ୍ୱ ଏବଂ ବଳିଦାନକୁ ସଲାମ୍ କରୁଛୁ, ଯାହାଙ୍କ ସାହସ ଏବଂ ସମର୍ପଣ ଦେଶକୁ ସୁରକ୍ଷା ଦେଇ ଚାଲିଛି । ଅପରେସନ ସମୟରେ ସେମାନଙ୍କର କାର୍ୟ୍ୟ ଅତୁଳନୀୟ ସଠିକତା, ସମନ୍ୱୟ ଏବଂ ବିଭିନ୍ନ ସେବା ମଧ୍ୟରେ ସମନ୍ୱୟ ପ୍ରଦର୍ଶନ କରିଥିଲା, ଯାହା ଆଧୁନିକ ସାମରିକ ଅଭିଯାନ ପାଇଁ ଏକ ଉଦାହରଣ ସ୍ଥାପନ କରିଥିଲା। ଅପରେସନ ସିନ୍ଦୂର ଜାତୀୟ ସଂକଳ୍ପ ଏବଂ ପ୍ରସ୍ତୁତିର ଏକ ଶକ୍ତିଶାଳୀ ପ୍ରତୀକ, ଯାହା ଦର୍ଶାଏ ଯେ ଆମର ସଶସ୍ତ୍ର ବାହିନୀ ସର୍ବଦା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟରେ ନିର୍ଣ୍ଣାୟକ କାର୍ୟ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ।”

  • Related Posts

    ସୀମାପୁରୀ କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

    ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଏକ ଚାରିମହଲା କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ଗୁରୁବାର ଆଉ ଦୁଇଜଣଙ୍କ ଶବ ଉଦ୍ଧାର ହେବା ପରେ ମୋଟ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ବୁଧବାର ଅପରାହ୍ନ ପ୍ରାୟ ୩:୩୦ ସମୟରେ ଘଟିଥିବା ଏହି…

    Continue reading
    ‘ଭାରତ ନିଜର ବାୟୁସେନା ଯୋଦ୍ଧାମାନଙ୍କ ଉପରେ ଗର୍ବିତ’

    ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ ଏକ ବିଶେଷ ଭିଡିଓ ସେୟାର କରି ଲେଖିଛନ୍ତି, ‘ଭାରତ ନିଜର ବାୟୁସେନା ଯୋଦ୍ଧାମାନଙ୍କ ଉପରେ ଗର୍ବିତ’। ବାୟୁସେନା ଦିବସରେ, ଆମେ ଆମର ଆକାଶକୁ ସୁରକ୍ଷା ଦେବାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ