ଅମଲିପାଲି ଯୁବ ସମାବେଶରେ ମୋଦୀ

ଝାରସୁଗୁଡା: ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ରୋଡ ଶୋରେ ଯାଇ ଅମଲିପାଲିରେ ଆୟୋଜିତ ଯୁବ ସମାବେଶରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।
ନିର୍ଦ୍ଧାରିତ ସମୟରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବା ପରେ ରୋଡ ଶୋରେ ଅମଲିପାଲି ସମାବେଶ ସ୍ଥଳକୁ ଯାଇଥିଲେ । ରାସ୍ତାରେ ଶହ ଶହ ଲୋକେ ପ୍ରଧାନମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ କରିଥିଲେ । ଲୋକଙ୍କ ଉକ୍ରଣ୍ଠା ଦେଇ ମୋଦୀ କାର ଭିତରୁ ବାହାରି ଆସି ହାତ ହଲାଇଥିଲେ ।

50,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏକ ଐତିହାସିକ ସଫଳତା ରୂପେ, ସାରା ଭାରତରେ 97,500ରୁ ଅଧିକ ଦୂରସଞ୍ଚାର ଟାୱାର କାର୍ଯ୍ୟକ୍ଷମ କରାଯିବ । ଏଗୁଡ଼ିକ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ନିର୍ମିତ ହୋଇଛି ଏବଂ ଦୁର୍ଗମ, ସୀମାନ୍ତବର୍ତ୍ତୀ କ୍ଷେତ୍ର ଓ ମାଓବାଦ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗରେ ଉନ୍ନତି ଆଣିବ । ଅନ୍ୟ ଯେଉଁସବୁ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯିବ, ସେଗୁଡ଼ିକ ରେଳ ସଂଯୋଗୀକରଣ, ଆଇଆଇଟି ଭିତ୍ତିଭୂମିର ସମ୍ପ୍ରସାରଣ, ଦକ୍ଷତା ବିକାଶ କେନ୍ଦ୍ର, ଗୃହ ନିର୍ମାଣ ଏବଂ ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ । ଏହି ପ୍ରକଳ୍ପଗୁଡ଼ିକ ଆମର ଏକ ବିକଶିତ ଭାରତ ନିର୍ମାଣ ଦୃଷ୍ଟିକୋଣର ଅନୁରୂପ ଯେଉଁଠାରେ ଗରିବ ଏବଂ ବଞ୍ଚିତ ଲୋକମାନେ ସବୁପ୍ରକାର ବିକାଶର ସୁବିଧା ପାଇବେ ।

  • Related Posts

    ତୁଳସୀ ମହିଳା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ

    କେନ୍ଦ୍ରାପଡ଼ା: ତୁଳସୀ ମହିଳା ମହାବିଦ୍ୟାଳୟରେ ନିର୍ବାଚନୀ ପ୍ରାର୍ଥୀପତ୍ର ଦାଖଲକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇବା ପରେ ନିର୍ବାଚନକୁ ବାତିଲ କରିଛନ୍ତି ଅଧ୍ୟକ୍ଷା । ନାମାଙ୍କନ ପତ୍ର ଗ୍ରହଣ କରାନଯିବାକୁ ପ୍ରତିବାଦ କରି ଆନ୍ଦୋଳନକାରୀ ଛାତ୍ରୀମାନେ କଲେଜର ମୁଖ୍ୟ ଫାଟକରେ ଦୀର୍ଘ…

    Continue reading
    ଘୂର୍ଣ୍ଣିବଳୟ ସକ୍ରିୟ : ୧୩ରେ ଲଘୁଚାପ

    ଭୁବନେଶ୍ବର : ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ୧୧ ତାରିଖ ବେଳକୁ ଏହା ଆଣ୍ଡାମାନସାଗର ମଧ୍ୟକୁ ପ୍ରବେଶ କରିପାରେ। ଏହା ପ୍ରଭାବରେ ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ