ଅମଳବେଳେ ଉତ୍ପାତ କରୁଛନ୍ତି ହାତୀ ଓ ବାରହା

ଦିନକୁ ଦିନ ବଢୁଛି ବାର୍‌ହା ଓ ହାତୀଙ୍କ ପ୍ରାଦୁର୍ଭାବ। କିଛି ମାନୁନାହାନ୍ତି। ସଞ୍ଜ ନଇଁଲେ ସୋଲାର୍‌ ଫେନସିଂ ତାର ବାଡ଼ ଭାଙ୍ଗି ବାର୍‌ହା ଓ ହାତୀ ପଲ କନ୍ଦମୂଳ କ୍ଷେତ ପଶୁଛନ୍ତି। ଆଉ ମନଇଚ୍ଛା ଖାଉଛନ୍ତି। ଚାଷୀମାନେ କେବଳ ଦେଖଣାହାରି ସାଜୁଛନ୍ତି। ବନ ବିଭାଗ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ଢେଙ୍କାନାଳ ସଦର ବ୍ଲକ୍‌ ଅଞ୍ଚଳର ଶହଶହ ଚାଷୀ ଧୀରେ ଧୀରେ ଏହି ଲାଭଦାୟକ କନ୍ଦମୂଳ ଚାଷଠାରୁ ଦୂରେଇ ଯାଉଛନ୍ତି।
କନ୍ଦମୂଳ ଏକ ଲାଭଦାୟକ ଫସଲ। କାହିଁ କେଉଁ କାଳରୁ ବର୍ଷ ବର୍ଷ ଧରି ସଦର ରେଞ୍ଜ ଶଙ୍କରପୁର, ପାମାଳ, ମୁଳିଝରୀ, ପଦଲାପୁର, କୋରଙ୍ଗା ଓ ଆଖପାଖ ଅଞ୍ଚଳର ଶତାଧିକ ଚାଷୀ ହଜାର ହଜାର ହେକ୍ଟର ଚାଷ ଜମିରେ କନ୍ଦମୂଳ ଚାଷ କରି ଆସୁଛନ୍ତି। ଭଲ ଅମଳ ହେଉଥିବାରୁ ବେଶ୍‌ ଦୁଇ ପଇସା ଲାଭ ପାଉଛନ୍ତି। ଢେଙ୍କାନାଳ କନ୍ଦମୂଳ ସ୍ୱାଦ ଓ ଚାହିଦା ମଧ୍ୟ ଭଲ ରହିଛି। ଏଠାରୁ ଅମଳ ହେଉଥିବା କନ୍ଦମୂଳ ଶ୍ରୀକ୍ଷେତ୍ର ଯାଉଛି। କୁହାଯାଉଛି ମହାପ୍ରଭୁଙ୍କ ମହାପ୍ରସାଦରେ ଢେଙ୍କାନାଳ କନ୍ଦମୂଳ ଲାଗି ହେଉଛି। ତା’ ସହିତ ଭଦ୍ରକ, ଗଞ୍ଜାମ, ରାୟଗଡ଼ା, ନବରଙ୍ଗପୁର ଭଳି ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଛି।

ଠିକ୍‌ ସେହିଭଳି ଢେଙ୍କାନାଳର ଏହି ସୁଆଦିଆ କନ୍ଦମୂଳ ମହାରାଷ୍ଟ୍ର, ଛତିଶଗଡ ଓ ଆନ୍ଧ୍ରପ୍ରଦେଶ ଆଦି ବାହାର ରାଜ୍ୟକୁ ରପ୍ତାନି ହେଉଛି। ରବି ଓ ଖରିଫ ଋତୁରେ ପ୍ରାୟ ପାଞ୍ଚ ପ୍ରଜାତିର କନ୍ଦମୂଳ ଏହି ଅଞ୍ଚଳରେ ଚାଷ କରୁଛନ୍ତି ଚାଷୀ। ଚାଷୀଙ୍କ କହିବା ଅନୁସାରେ ଏଠାରେ ଗ୍ୟୋରୀ, ଉତ୍ତମ, ଭବାନୀ, ସ୍ୟୋରୀ ଓ କାଞ୍ଚନଗଡ ପ୍ରଜାତିର କନ୍ଦମୂଳ ବହୁଳ ମାତ୍ରାରେ ହେଉଛି। ହେଲେ କନ୍ଦମୂଳ ଚାଷୀଙ୍କ ପାଇଁ ବିପଦ ପାଲଟିଛି ହାତୀ ଓ ବାର୍‌ହାଙ୍କ ଉପଦ୍ରବ। ହାତୀ, ବାର୍‌ହାଙ୍କ ପରି ଜଙ୍ଗଲୀ ଯନ୍ତୁମାନେ ଚାଷ ଜମିରେ ପଶି ଖାଇ ଯାଉଛନ୍ତି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଜଙ୍ଗଲୀ ଜନ୍ତୁଙ୍କ କବଳରୁ ଚାଷକୁ ରକ୍ଷା କରିବା ପାଇଁ ଚାଷୀମାନେ ଦିନ ରାତି ମଞ୍ଚା ବାନ୍ଧି ଜଗୁଛନ୍ତି। ଏପରିକି ଧାର ଉଧାର କରି ସୋଲାର ଫେନସି ତାରବାଡ ଦେଇଛନ୍ତି। ହେଲେ କିଛି ଲାଭ ମିଳୁନି। ବାରହା ଓ ହାତୀ ପଲ ସେହି ତାର ବାଡ଼କୁ ଭାଙ୍ଗି ଚାଷ ଜମିରେ ପଶୁଛନ୍ତି। ଯାହା ପାରୁଛନ୍ତି ମନଇଚ୍ଛା ଖାଇଯାଉଛନ୍ତି। ବନ ବିଭାଗ ଏ ଦିଗରେ ଦୃଷ୍ଟି ଦେବା ସହ ‌ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି।

କନ୍ଦମୂଳ ଚାଷୀ ଗଗନ ଖଟୁଆ କହିଛନ୍ତି, ୨୦ରୁ ୨୫ ବର୍ଷ ହେଲା କନ୍ଦମୂଳ ଚାଷ କରୁଛି। ଭଲ ଲାଭ ହେଉଥିଲା। ହେଲେ ଏବେ ବହୁ କ୍ଷତି ହେଉଛି। କାରଣ ରାତିରେ ବାର୍‌ହା ଓ ହାତୀ ପଲ ଆସି କନ୍ଦମୂଳ ଖାଇ ଯାଉଛନ୍ତି। ବାର୍‌ହା ଓ ହାତୀଙ୍କ ପ୍ରାଦୁର୍ଭାବ ଯୋଗୁ ଚାଷୀମାନେ ଧୀରେ ଧୀରେ କନ୍ଦମୂଳ ଚାଷଠାରୁ ଦୂରେଇ ଯାଉଛନ୍ତି। ଶହଶହ ଏକର ଚାଷଜମି ପଡ଼ିଆ ପଡ଼ିଛି ବୋଲି ଶ୍ରୀ ଖଟୁଆ କହିଛନ୍ତି।

ଚାଷୀ ପ୍ରଦୀପ କୁମାର ରାଉତ କହିଛନ୍ତି, ଆଗରୁ ହଜାର ହଜାର ଏକର ଚାଷ ଜମିରେ କନ୍ଦମୂଳ ଚାଷ ହେଉଥିଲା। ହେଲେ ବାର୍‌ହା ଓ ହାତୀଙ୍କ ପ୍ରାଦୁର୍ଭାବ ଯୋଗୁ ଚାଷୀମାନେ ଚାଷଠାରୁ ଦୂରେଇ ଗଲେଣି। ବହୁ କମ୍‌ ଲୋକ ଏବେ ଚାଷ କରୁଥିବା ଶ୍ରୀ ରାଉତ କହିଛନ୍ତି।

  • Related Posts

    ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି ମୋଦି

    ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ଦୀର୍ଘ ରାଜନୈତିକ ଯାତ୍ରା ପରେ ୨୦୧୪ରେ…

    Continue reading
    ହାଇକୋର୍ଟ ଗଲେ ବିଦ୍ୟାଭାରତୀ

    କଟକ: ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ସେ ଏହି ଆବେଦନ କରିଥିବା ଜଣାପଡ଼ିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ