ଅମ୍ବାନୀ ଭାରତର ପ୍ରଧାନମନ୍ତ୍ରୀ : ଏଲନ୍‌ ମସ୍କ

ଏଲନ ମସ୍କଙ୍କର ସାଟେଲାଇଟ୍‌ କମ୍ୟୁନିକେସନ୍‌ କମ୍ପାନୀ ଷ୍ଟାରଲିଙ୍କ୍‌କୁ ଭାରତରେ ଲଞ୍ଚ୍‌ କରିବା ପାଇଁ ସରକାର ଅନୁମତି ଦେବାରେ ବିଳମ୍ବ କରୁଛନ୍ତି ବୋଲି ସେ ପୂର୍ବରୁ ଅଭିଯୋଗ କରୁଥିଲେ । ଏବେ ତାଙ୍କ ସ୍ୱରକୁ ଆହୁରି ଶାଣିତ କରି ମସ୍କ ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ସିଧାସଳଖ ଅମ୍ବାନୀଙ୍କୁ ଏହି ବିଳମ୍ବ ପାଇଁ ଦାୟୀ କରିଛନ୍ତି ଏବଂ ତାଙ୍କ ନିର୍ଦ୍ଦେଶରେ ହିଁ ଭାରତ ସରକାର କାମ କରୁଛି ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି । ସେ ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ଏକ ପୋଷ୍ଟରେ ଲେଖିଛନ୍ତି, “ସମ୍ମାନୀୟ ପ୍ରଧାନମନ୍ତ୍ରୀ ଅମ୍ବାନୀ, ଦୟାକରି ଆପଣ ଭାରତର ପ୍ରକୃତ ବସ୍‌ ବୋଲି ଜାଣିପାରି ନଥିବାରୁ ମୋର ବିନମ୍ର କ୍ଷମା ପ୍ରାର୍ଥନା ଗ୍ରହଣ କରନ୍ତୁ । ସ୍ପଷ୍ଟ ଭାବରେ, ଆପଣ ଭାରତର ମହାନ ଲୋକଙ୍କ ଉପରେ ଆପଣଙ୍କର ଏକଚାଟିଆ ଶୋଷଣ ଜାରି ରଖିବାକୁ ଚାହୁଁଛନ୍ତି, କିନ୍ତୁ ଆପଣ କ’ଣ ଷ୍ଟାରଲିଙ୍କ୍‌କୁ ପ୍ରତିଯୋଗିତା କରିବାକୁ ଅନୁମତି ଦେବା ବିଷୟରେ ବିଚାର କରିବେ’?ସେ କହିଛନ୍ତି, “ଭାରତରେ ଅଞ୍ଚଳ ଅଛି ଯେଉଁଠାରେ ଇଣ୍ଟରନେଟ୍‌ ସଂଯୋଗର ଅଭାବ ରହିଛି । ଏହା ପିଲାମାନଙ୍କୁ ଶିକ୍ଷା ଏବଂ ଛୋଟ ବ୍ୟବସାୟଗୁଡ଼ିକୁ ବିଶ୍ୱ ବଜାରରେ ସେମାନଙ୍କର ସାମଗ୍ରୀ ବିକ୍ରି କରିବାର ସୁଯୋଗରୁ ବଞ୍ଚିତ କରୁଛି । ଷ୍ଟାରଲିଙ୍କ୍‌ ସେମାନଙ୍କ ଜୀବନକୁ ଉନ୍ନତ କରିପାରିବ ।’ ତେଣୁ ଭାରତର ବ୍ୟବସାୟ କରିବାର ପାଇଁ ଷ୍ଟାରଲିଙ୍କ୍‌କୁ ଅନୁମତି ମିଳୁ । “ଅମ୍ବାନୀ ହେଉଛନ୍ତି ଭାରତର ପ୍ରକୃତ ମାଲିକ’ ବୋଲି ମନ୍ତବ୍ୟ ଦେବାର ଗୋଟିଏ ଦିନ ପରେ ମସ୍କଙ୍କର ଏହି ମତ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

  • Related Posts

    ୟୁପିଆଇରେ ଲାଗିବନି ଶୁଳ୍କ !

    ନୂଆଦିଲ୍ଲୀ : ଆସନ୍ତା ୧୫ ତାରିଖରୁ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ଉପରେ ଲାଗୁ ହେବାକୁ ଥିବା ୦.୦୪ ପ୍ରତିଶତ ଶୁଳ୍କ ଆଉ ଲାଗିବନି । ଆସନ୍ତା ବର୍ଷ ଜାନୁଆରୀ ୧ ରୁ ଏହି ନୂଆ ନିୟମ କାର୍ୟ୍ୟକାରୀ କରିବାକୁ ସରକାର…

    Continue reading
    ଜେୱର ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ

    ନୋଇଡା: ଉତ୍ତର ପ୍ରଦେଶର ଜେୱରଠାରେ ନିର୍ମାଣାଧୀନ ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ କରିବା ପ୍ରସ୍ତାବକୁ ଉତ୍ତର ପ୍ରଦେଶ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଲକ୍ଷ୍ନୌଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ