ଅଷ୍ଟମ ପିଲା ପଢି ପାରିଲେନି ଇଂରାଜୀ

ବ୍ରହ୍ମପୁର: ଅଚାନକ ସ୍କୁଲ ପରିଦର୍ଶନ କରିଲେ ଗଞ୍ଜାମ ଜିଲ୍ଲାପାଳ । ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଇଂରାଜୀ ପଢିବା ପାଇଁ କହିଲେ । ହେଲେ ପଢି ପାରିଲେନି ପିଲା । ପଢିବା ତ ଦୂରର କଥା ଉଚ୍ଚାରଣ ବି କରିପାରିଲେନି । ଶେଷରେ ପାଠ ପଢା ପ୍ରତି ଗୁରୁତ୍ୱ ଦେବାକୁ ଶିକ୍ଷକଙ୍କୁ ପରାମର୍ଶ ଦେଲେ ଜିଲ୍ଲାପାଳ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ପାତ୍ରପୁର ବ୍ଲକ ସୁବର୍ଣ୍ଣପୁର ବିଦ୍ୟାଳୟରେ। ଅଚାନକ ସ୍କୁଲ ପରିଦର୍ଶନ କରିଥିଲେ ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ । ସୋମବାର ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ ଅଭିଯୋଗ ଶୁଣାଣୀ ପାଇଁ ପାତ୍ରପୁର ଗସ୍ତ କରିଥିଲେ । ଏହାରି ଭିତରେ ସ୍କୁଲ ପରିଦର୍ଶନ କରିଥିଲେ । ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପିଲା ଓଡ଼ିଆ ବହି ପଢ଼ିଲେ । ହେଲେ ଅଷ୍ଟମ ଶ୍ରେଣୀରେ ଇଂରାଜୀ ବହି ପଢ଼ିବା ପାଇଁ କହିବାରୁ କିଛି ପିଲା ଆଦୌ ପଢ଼ିପାରିଲେ ନାହିଁ । ଜଣେ ଝିଅ ଅଳ୍ପ ଅଳ୍ପ ଶବ୍ଦ ଉଚ୍ଚାରଣ କରି ଟିକିଏ ଟିକିଏ ଭୁଲ କରି ପଢ଼ିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ଜିଲ୍ଲାପାଳ ପଚାରିଥିଲେ, ଅଷ୍ଟମ ଶ୍ରେଣୀ ପିଲା ବୋର୍ଡ ପରୀକ୍ଷା ଦେବେ । ଅଥଚ ଇଂରାଜୀ ଶବ୍ଦ ସଠିକ୍ ଉଚ୍ଚାରଣ କରିପାରୁ ନାହାନ୍ତି । ଯେଉଁ ପିଲା ଦୁର୍ବଳ ସେମାନଙ୍କୁ ସମୟ ଦିଅ । ନଚେତ୍ ପିଲା ବୋର୍ଡ ପରୀକ୍ଷାରେ ପାସ୍ ହେବେ କେମିତି । ଏମିତି କହି ପିଲାଙ୍କ ପାଠପଢ଼ା ପ୍ରତି ଅଧିକ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ