ଅଷ୍ଟ୍ରେଲିଆ ଦଳକୁ ୪୮ ରନରେ ପରାଜିତ କଲା ଭାରତ

ନୂଆଦିଲ୍ଲୀ: ୪ର୍ଥ ଟି-୨୦ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ଘରୋଇ ଅଷ୍ଟ୍ରେଲିଆ ଦଳକୁ ୪୮ ରନରେ ପରାଜିତ କରି ୫ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି। ୧୬୮ରନର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୧୮.୨ ଓଭରରେ ୧୧୯ ରନ କରି ଅଲଆଉଟ ହୋଇଯାଇଛି। ଓ୍ବାଶିଂଟନ ସୁନ୍ଦର(୩ ଉଇକେଟ), ଅକ୍ଷର ପଟେଲ (୨ ଉଇକେଟ) ଏବଂ ଶିବମ ଦୁବେ(୨ ଉଇକେଟ)ଙ୍କ ଚମତ୍କାର ବୋଲିଂ ଫଳରେ ଅଷ୍ଟ୍ରେଲିଆ ଦଳକୁ ଶେଷ ୩୦ ରନରେ ୬ ଉଇକେଟ ହରାଇ ପରାଜୟର ସାମ୍ନା କରିବାକୁ ପଡ଼ିଛି।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ମାର୍ଶ ସର୍ବାଧିକ ୩୦ ଏବଂ ମ୍ୟାର୍ଥୁ ଶର୍ଟ ୨୫ ରନ କରିଥିଲେ। ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ବିନିମୟରେ ୧୬୭ ରନ କରିଥିଲା। ଦଳ ପକ୍ଷରୁ ଶୁବମନ ଗିଲ ସର୍ବାଧିକ ୪୬ ରନ କରିଥିବାବେଳେ ଅଭିଶେକ ଶର୍ମା ୨୮, ଶିବମ ଦୁବେ ୨୨, ଅକ୍ଷର ପଟେଲ ୨୧ ଏବଂ ସୂର୍ୟ୍ୟକୁମାର ଯାଦବ ୨୦ ରନ ସଂଗ୍ରହ କରିଥିଲେ। ବ୍ୟାଟିଂ ବିଫଳତା ଯୋଗୁ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିପାରି ନ ଥିଲେ।
ଟସ ଜିତିବା ପରେ ବୋଲିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଦଳର ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ। ନିୟମିତ ବ୍ୟବଧାନରେ ଉଇକେଟ ଅକ୍ତିଆର କରିବା ଫଳରେ ଭାରତ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଅଷ୍ଟ୍ରେଲୀୟ ବୋଲର ନାଥାନ ଏଲିସ ଏବଂ ଆଦାମ ଜାମ୍ପା ସର୍ବାଧିକ ୩ଟି ଲେଖାଏ ଉଇକେଟ ନେଇଥିବାବେଳେ ଜାଭିଅର ବାରଲେଟ ଏବଂ ମାର୍କସ ଷ୍ଟୋଇନିସ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ