ଅହିଲ୍ୟାବାଈ କେବଳ ଶାସକ ନ ଥିଲେ, ସେ ଥିଲେ ସମାଜ ସଂସ୍କାରକ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅହିଲ୍ୟାବାଈ କେବଳ ଏକ ଶାସକ ନଥିଲେ, ସେ ଥିଲେ ଜଣେ ସମାଜ ସଂସ୍କାରକ। ତାଙ୍କ ଜୀବନ ଓ କାର୍ଯ୍ୟ ଆମ ପାଇଁ ଏକ ପ୍ରେରଣାର ଉତ୍ସ ଏବଂ ସେ ନାରୀ ଶକ୍ତି, ସୁଶାସନ ଓ ସମାଜ ସେବାର ଏକ ଅନନ୍ୟ ଉଦାହରଣ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ପୂଣ୍ୟଶ୍ଳୋକା ମହାରାଣୀ ଅହିଲ୍ୟାବାଈ ହୋଲକରଙ୍କ ୩୦୦ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଏହା କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅହିଲ୍ୟାବାଈ ହୋଲକାର୍ ଥିଲେ ଜଣେ ଏପରି ନାରୀ, ଯିଏ ନିଜର ନ୍ୟାୟନିଷ୍ଠା, ସାହସ, ଓ ପ୍ରଜା ପ୍ରତି ଅନୁପମ ସମର୍ପଣ ଦ୍ୱାରା ଭାରତୀୟ ଇତିହାସରେ ଅମର ହୋଇ ରହିଛନ୍ତି। ତାଙ୍କ ଜୀବନ ଆମ ପାଇଁ ଏକ ପ୍ରେରଣାର ଉତ୍ସ, ଯାହା ଆଜିର ଓଡ଼ିଶାରେ ମଧ୍ୟ ଆମକୁ ସୁଶାସନ ଓ ସମାଜ କଲ୍ୟାଣର ପଥ ଦେଖାଇଥାଏ। ଅହିଲ୍ୟାବାଈଙ୍କ ଜୀବନ ଆମ ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ ପ୍ରେରଣା। ଆମ ରାଜ୍ୟରେ ମଧ୍ୟ ନାରୀ ଶକ୍ତିର ଅନେକ ଉଦାହରଣ ରହିଛି। ଅହିଲ୍ୟାବାଈଙ୍କ ପରି ଆମେ ମଧ୍ୟ ଆମର ସମାଜରେ ନ୍ୟାୟ, ଶିକ୍ଷା, ଓ ସମାନତାକୁ ପ୍ରୋତ୍ସାହନ ଦେବା ଆବଶ୍ୟକ।

ଆମ ରାଜ୍ୟ ସରକାର ମଧ୍ୟ ମାଆ ମାନଙ୍କ ସଶକ୍ତିକରଣ ପାଇଁ ସୁଭଦ୍ରା ଯୋଜନା ଭଳି ଏକ ଯୁଗାନ୍ତକାରୀ ଯୋଜନାର ରୂପାୟନ କରିଛନ୍ତି । ଯାହା ମହିଳା ମାନଙ୍କୁ, ଆର୍ଥିକ, ସାମାଜିକ ଓ ଆତ୍ମନିର୍ଭରଶୀଳ ହୋଇ ପ୍ରଗତି ପଥରେ ଆଗେଇବା ପାଇଁ ସହଯୋଗ କରୁଛି । ଏବେ ଯଦି ଆମେ ବର୍ତ୍ତମାନର ଶାସନ ବ୍ୟବସ୍ଥା ଦିଗକୁ ଦେଖିବାକୁ ଯାଉ, ତେବେ ଆମେ ଦେଖୁଛୁ ଯେ ଅନେକ ରାଜ୍ୟ ସରକାର ଅହିଲ୍ୟାବାଇଙ୍କ ଆଦର୍ଶରୁ ପ୍ରେରଣା ନେଇଛନ୍ତି। ଆଜିର ସରକାର ଗ୍ରାମୀଣ ବିକାଶ, ନାରୀ ସଶକ୍ତିକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟରେ ଯେଉଁପରି ଗୁରୁତ୍ୱ ଦେଉଛନ୍ତି, ତାହା ଅହଲ୍ୟାବାଇଙ୍କ ଦୃଷ୍ଟିଭଙ୍ଗୀ ସହିତ ସମନ୍ୱୟ ରଖେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ, ଅହିଲ୍ୟାବାଇଙ୍କ ଜୀବନରୁ ପ୍ରେରଣା ନେଇ ଆମେ ଆମର ସମାଜକୁ ଆହୁରି ସୁଦୃଢ଼ ଓ ସମୃଦ୍ଧ କରିବା ପାଇଁ ପ୍ରତିଜ୍ଞାବଦ୍ଧ। ଆଜି ଯେତେବେଳେ ଦେଶ ଏକ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି, ପୁନର୍ବାର ଦେଶର ନାରୀଶକ୍ତି ଏ ଲଢେଇର ନେତୃତ୍ଵ ନେଇଛନ୍ତି। ଦୁଇ ଦିନ ତଳେ ରକ୍ଷାମନ୍ତ୍ରୀ ରଜନାଥ ସିଂ ଦେଶବାସୀଙ୍କୁ ଜଣାଇ ଥିଲେ କିପରି ନାରୀଶକ୍ତି ଅପରେସନ ସିନ୍ଦୁରର ଗୁରୁଦାୟିତ୍ଵ ସମ୍ଭାଳି ଥିଲେ।

ମୁଖ୍ୟମନ୍ତ୍ରୀ ପରିଶେଷରେ କହିଥିଲେ ଯେ, ଅପରେସନ ସିନ୍ଦୁର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନର ‘ନାମ’ ନୁହେଁ। ଏହା ହେଉଛି ନାରୀଶକ୍ତିର ପ୍ରତୀକ। କିଛି ଦିନ ତଳେ ଓଡିଶାର ଗଣପର୍ବ ‘ସାବିତ୍ରୀ ଓଷା’ ପାଳିତ ହୋଇଥିଲା। ସିନ୍ଦୁର ପାଇଁ ସତୀ ସାବିତ୍ରୀ ମୃତ୍ୟୁର ଦେବତା ଯମରାଜଙ୍କ ସହିତ ଲଢେଇ କରିଥିଲେ। ସେହି ସିନ୍ଦୁରର ମାନ ମର୍ଯ୍ୟାଦା ରଖିବା ପାଇଁ ପ୍ରଧାନମନ୍ତ୍ରୀ ବଜ୍ର ଶପଥ ନେଇଛନ୍ତି । ଯେଇ ବି ଏ ଦେଶର ନାରୀଙ୍କ ସିନ୍ଦୁରକୁ ଆଡ ଆଖିରେ ଦେଖିବ, ତାର ଯମରାଜ ସହିତ ନିଶ୍ଚିତ ଭାବେ ଭେଟଘାଟ ହେବ। ଏହା ପ୍ରଧାନମନ୍ତ୍ରୀ ଚେତାଇ ଦେଇଛନ୍ତି। ଆଜି ଏ ଦେଶ ସୁରକ୍ଷିତ ହାତରେ ଅଛି, ‘India is in Safe Hands’। ଆଜି ସାରା ଦେଶରେ ଗୁଞ୍ଜରିତ ହେଉଛି, ‘ମୋଦୀ ହୈ ତୋ, ହମ ସୁରକ୍ଷିତ ହୈ।‘

କାର୍ଯ୍ୟକ୍ରମରେ ଯୋଗଦେଇ ବାଚସ୍ପତି ସୁରମା ପାଢ଼ୀ, ଅହିଲ୍ୟାବାଈ ହୋଲକରଙ୍କୁ ନ୍ୟାୟନିଷ୍ଠା, ସାହସିକତାର ପ୍ରତୀକ ବୋଲି କହିବା ସହିତ, ଅହିଲ୍ୟାବାଈଙ୍କ ଜୀବନ ସମସ୍ତଙ୍କ ପାଇଁ ଏକ ପ୍ରେରଣାର ଉତ୍ସବୋଲି କହିଥିଲେ। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ ଯେ, ଅହିଲ୍ୟାବାଈଙ୍କ ଆଦର୍ଶକୁ ଅନୁସରଣ କରି ଆମେ ଓଡ଼ିଶାରେ ସୁଶାସନ, ଶିକ୍ଷା, ଓ ମହିଳା ସଶକ୍ତିକରଣରେ ନୂତନ ଦିଗନ୍ତ ସୃଷ୍ଟି କରିପାରିବା। ଭାଷା, ସାହିତ୍ୟ, ସଂସ୍କୃତି ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଅହିଲ୍ୟାବାଈଙ୍କୁ ଆଜିର ସମାଜ ପାଇଁ ଆଲୋକ ବର୍ତ୍ତିକା ବୋଲି କହିଥିଲେ ଏବଂ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ସରୋଜ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥି ମାନେ ଅହିଲ୍ୟାବାଈଙ୍କ ଜୀବନି ଉପରେ ଆଧାରିତ ଏକ ଓଡ଼ିଆ ପୁସ୍ତକ “କର୍ମଯୋଗିନୀ ପୂଣ୍ୟଶ୍ଳୋକା ଅହିଲ୍ୟାବାଇ ହୋଲକାର” ଉନ୍ମୋଚନ କରିଥିଲେ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ, ଡ. କୃଷ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମାଜସେବୀ ପ୍ରଜ୍ଞାପ୍ରିୟଦର୍ଶିନୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

  • Related Posts

    ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି ମୋଦି

    ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ଦୀର୍ଘ ରାଜନୈତିକ ଯାତ୍ରା ପରେ ୨୦୧୪ରେ…

    Continue reading
    ହାଇକୋର୍ଟ ଗଲେ ବିଦ୍ୟାଭାରତୀ

    କଟକ: ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ସେ ଏହି ଆବେଦନ କରିଥିବା ଜଣାପଡ଼ିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ