ଆଇପିଏଲ୍ : ଆଜି ଗୁଜୁରାଟ୍‌-ବେଙ୍ଗାଲୁରୁ ଟକ୍କର

ବେଙ୍ଗାଲୁରୁ : ଆଇପିଏଲ୍ ମହାସମର। ଆଜି ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁୁରୁ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ୧୪ତମ ମ୍ୟାଚ ଖେଳାଯିବ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ହାସଲ କରିଥିବାରୁ ଉକ୍ତ ଧାରାକୁ ବଜାୟ ରଖିବା ଲକ୍ଷ୍ୟ ନେଇ ଖେଳିବ। ଗୁଜରାଟ ଟାଇଟାନ୍‌ସ ଶେଷ ମ୍ୟାଚରେ ବିଜୟ ସହ ପ୍ରତ୍ୟାବର୍ତ୍ତନ କରିଛି। ମ୍ୟାଚ ମୁଖ୍ୟତଃ ଗୁଜରାଟ ଟାଇଟାନ୍‌ସ ବୋଲିଂ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟିଂ ମଧ୍ୟରେ ଲଢେଇ ହେବ। ରଜତ ପଟିଦାରଙ୍କ ନେତୃତ୍ବାଧିନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ମ୍ୟାଚରେ କଲକାତା ନାଇଟ୍‌ ରାଇଡର୍ସକୁ ୭ ୱିକେଟରେ ଓ ଦ୍ବିତୀୟ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍‌ସକୁ ୫୦ରନରେ ପରାସ୍ତ କରିଥିଲା। ବ୍ୟାଟିଂ କ୍ରମରେ ବିରାଟ କୋହଲି ଓ ଫିଲ୍‌ ସଲ୍‌ଟ ଭଲ ଫର୍ମରେ ରହିବା ସହ ରନ କରୁଛନ୍ତି । ଏହାଛଡ଼ା ରଜତ ପଟିଦାର ଦୁଇଟି ମ୍ୟାଚରୁ ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଦେବଦତ୍ତ ପାଡ଼ିକଲ, ଲିଆମ ଲିଭିଙ୍ଗଷ୍ଟୋନ ଓ ଜିତେଶ ଶର୍ମା ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ଟିମ୍‌ ଡେଭିଡ୍‌ ​ଚେନ୍ନଇ ବିପକ୍ଷ ମ୍ୟାଚରେ ଦଳକୁ ଭଲ ଫିନିସିଂ ଦେଇଥିଲେ। ବୋଲିଂରେ ଜୋଶ ହାଜେଲଉଡ୍‌ ଚେନ୍ନଇ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ୩ଟି ୱିକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର କୁମାର, ୟଶ ଦୟାଲ ୱିକେଟ ନେବାରେ ସଫଳ ହୋଇଛନ୍ତି। ସ୍ପିନ ବୋଲିଂ ଦାୟିତ୍ବ କ୍ରୁନାଲ ପାଣ୍ଡ୍ୟା ଓ ଲିୟାମ ଲିଭିଙ୍ଗଷ୍ଟୋନ ତୁଲାଉଛନ୍ତି। ଦଳ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ସନ୍ତୁଳିତ ପ୍ରଦର୍ଶନ କରୁଛି। ଗୁଜରାଟ ଟାଇଟାନ୍‌ସ ବିପକ୍ଷରେ ଉକ୍ତ ପ୍ରଦର୍ଶନକୁ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଶୁବମାନ ଗିଲ୍‌ଙ୍କ ନେତୃତ୍ବାଧିନ ଗୁଜରାଟ ଟାଇଟାନ୍‌ସ ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗ୍‌ସ ନିକଟରୁ ୧୧ରନରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍‌ସକୁ ୩୬ରନରେ ପରାସ୍ତ କରି ପ୍ରତ୍ୟାବର୍ତ୍ତନ କରିଛି। ବ୍ୟାଟିଂରେ ସାଇ ସୁଦର୍ଶନ ଚମତ୍କାର ଫର୍ମରେ ରହିବା ସହ ଦୁଇଟି ମ୍ୟାଚରୁ ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଗିଲ୍‌ ଓ ଜୋଶ ବଟ୍‌ଲର ମଧ୍ୟ ରନ କରୁଛନ୍ତି। ଏହାବାଦ୍‌ ଦଳ ନିକଟରେ ସିରିଫାନେ ରଦରଫୋର୍ଡ, ରାହୁଲ ତିୱାତିଆ ଓ ସାହାରୁଖ ଖାନ ରହିଛନ୍ତି। ଦ୍ରୁତ ବୋଲିଂ କ୍ଷେତ୍ରରେ ମହମ୍ମଦ ସାମି, କାଗିସୋ ରାବଡା, ଇଶାନ୍ତ ଶର୍ମା ଓ ପ୍ରସିଦ୍ଧ କୃଷ୍ଣ ରହିଛନ୍ତି। ପ୍ରସିଦ୍ଧ ମୁମ୍ବଇ ବିପକ୍ଷରେ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ। ଦଳ ନିକଟରେ ବିଶ୍ବସ୍ତରୀୟ ସ୍ପିନର ରସିଦ ଖାନଙ୍କ ସମେତ ସାଇ କିଶୋର ରହିଛନ୍ତି। ରସିଦ ମହଙ୍ଗା ସାବ୍ୟସ୍ତ ହେଉଥିବାବେଳେ ସାଇ କିଶୋର ଭଲ ପ୍ରଦର୍ଶନ କରୁଛନ୍ତି।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ