ଆଇପିଏଲ୍‌ : ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇର ପରାଜୟ

ଚେନ୍ନାଇ: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୪ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ପରାସ୍ତ କରିଛନ୍ତି। ୧୫୬ ରନ୍‌ର ଟାର୍ଗେଟକୁ ଚେନ୍ନାଇ ଅଧିନାୟକ ଋତୁରାଜ ଗାଏକ୍ୱାଡ ଏବଂ ରାଚିନ ରବୀନ୍ଦ୍ରଙ୍କ ଅର୍ଦ୍ଧଶତକ ବଳରେ ୧୯.୧ ଓଭରରେ ୬ ଉଇକେଟ ହରାଇ ହାସଲ କରି ନେଇଥିଲା। ଏହି ପରାଜୟ ସହ ଆଇପିଏଲରେ ମୁମ୍ବାଇର ପ୍ରଥମ ମ୍ୟାଚ ହାରିବା ଧାରା ଜାରି ରହିଛି। ଦଳ ଲଗାତର ଗତ ୧୩ଟି ସିଜନରେ ପ୍ରଥମ ମ୍ୟାଚକୁ ଜିତିବାରେ ବିଫଳ ହୋଇଛି।

ବ୍ୟାଟିଂ କରିଥିବା ମୁମ୍ବାଇ ୨୦ ଓଭରରେ ୯ ଉଇକେଟ ହରାଇ ୧୫୫ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ତିଲକ ବର୍ମା ୩୧, ଅଧିନାୟକ ସୂର୍ୟ୍ୟକୁମାର ଯାଦବ ୨୯ ଓ ଦୀପକ ଚହର ୨୮ ରନ କରିଥିଲେ। ସିଏସ୍‌କେ ପକ୍ଷରୁ ନୁର ଅହମ୍ମଦ ସର୍ବାଧିକ ୪ଟି ଉଇକେଟ ନେଇଥିବା ବେଳେ ଖଲିଲ ଅହମ୍ମଦ ୩ଟି ଉଇକେଟ ହାତେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାଥନ ଏଲିସ ଓ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଲେଖାଏଁ ଉଇକେଟ୍‌ ଅକ୍ତିଆର କରିଥିଲେ।

ଜବାବରେ ଚେନ୍ନାଇ ୧୯.୧ ଓଭରରେ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦଳ ପକ୍ଷରୁ ଋତୁରାଜ ୨୬ ବଲରେ ୬ ଚୌକା ଓ ୩ ଛକା ସହିତ ୫୩ ରନ କରିଥିବା ବେଳେ ରାଚିନ ୪୫ ବଲରେ ୨ ଚୌକା ଓ ୪ ଛକା ସହିତ ୬୫ ରନ କରି ଅପରାଜିତ ରହି ମ୍ୟାଚ ଜିତାଇଥିଲେ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ