ଆଇପିଏଲ୍‌ ମହାସମର: ଆଜି ଚେନ୍ନାଇ-ମୁମ୍ବଇ ମୁକାବିଲା

ଚେନ୍ନାଇ : ଆଇପିଏଲ-୧ରେ ଆଜି ଟୁର୍ଣ୍ଣାମେଣ୍ଟର ଦୁଇ ସଫଳତମ ଦଳ ଚେନ୍ନଇ ସୁପରକିଙ୍ଗ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ମ୍ୟାଚ ଖେଳାଯିବ। ଦୁଇ ଦଳ ସର୍ବାଧିକ ୫ଥର ଲେଖାଏଁ ଟାଇଟଲ ଜିତିଛନ୍ତି। ତାରକା ଖଚିତ ମୁମ୍ବଇ ଇଣ୍ଡିଆନ୍‌ସ ପ୍ରଥମ ମ୍ୟାଚ ସୂର୍ୟ୍ୟକୁମାର ଯାଦବଙ୍କ ନେତୃତ୍ବରେ ଖେଳିବ। ଦଳର ତାରକା ଅଲରାଉଣ୍ଡର ତଥା ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ଉପରେ ଗୋଟିଏ ମ୍ୟାଚ ନିଲମ୍ବନ ଆଦେଶ ଥିବାରୁ ସେ ଚେନ୍ନଇ ସୁପରକିଙ୍ଗ୍‌ସ ବିପକ୍ଷରେ ଖେଳିବେ ନାହିଁ। ଅନ୍ୟପକ୍ଷରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ନଥିବାରୁ ଦଳରେ ଏପର୍ୟ୍ୟନ୍ତ ଯୋଗ ଦେଇନାହାନ୍ତି। ହାର୍ଦିକ ଓ ବୁମରାଙ୍କ ବିନା ଦଳ ଚେନ୍ନଇ ବିପକ୍ଷରେ ଖେଳିବାକୁ ଯାଉଛି। ଯାହା ଦଳ ପାଇଁ ବଡ଼ ଆହ୍ବାନ ହୋଇଛି। ଦଳରେ ଦକ୍ଷିଣ ଆଫ୍ରିକାର ୱିକେଟରକ୍ଷକ ବ୍ୟାଟ୍‌ସମ୍ୟାନ ରିୟାନ ରିକେଲଟନ ରୋହିତ ଶମାଙ୍କ ସହ ଓପନିଂ କରିବାର ସମ୍ଭାବନା ରହିଛି। ମଧ୍ୟକ୍ରମରେ ସୂର୍ୟ୍ୟକୁମାର ଯାଦବ, ତିଳକ ବର୍ମା ଦାୟିତ୍ବ ତୁଲାଇବେ। ବୋଲିଂରେ ଦୀପକ ଚହର, ଟ୍ରେଣ୍ଟ ବୋଲ୍ଟ ଓ ରିସ୍‌ ଟପ୍‌ଲେ ଦ୍ରୁତ ବୋଲିଂ ଭାର ସମ୍ଭାଳିବେ। ଦଳରେ ମୁଖ୍ୟ ସ୍ପିନର ଭାବେ କର୍ଣ୍ଣ ଶର୍ମା ରହିଛନ୍ତି। ଋତୁରାଜ ଗାଏକ୍ବାର୍ଡଙ୍କ ନେତୃତ୍ବାଧିନ ଚେନ୍ନଇ ସୁପର କିଙ୍ଗ୍‌ସ ସ୍ପିନ ବୋଲିଂ ବିଭାଗକୁ ଅଧିକ ମଜବୁତ କରିଛି। ଦଳରେ ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡେଜା, ନୂର ଅହମ୍ମଦ, ଶ୍ରେୟସ ଗୋପାଳ, ଦୀପକ ହୁଡା ରହିଛନ୍ତି। ବ୍ୟାଟିଂ ବିଭାଗରେ ଋତୁରାଜଙ୍କ ସମେତ ଡିଭନ କନ୍‌ୱେ, ରାହୁଲ ତ୍ରିପାଠୀ, ରଚିନ ରବୀନ୍ଦ୍ର, ସାମ କୁରାନ ରହିଛନ୍ତି। ଧୋନି ଫିନିସର ଦାୟିତ୍ବ ତୁଲାଇବେ। ସମ୍ଭବତଃ ଧୋନି ​‌େ​‌ଶଷ ଆଇପିଏଲ ଖେଳିବାକୁ ଯାଉଥିବାରୁ ଚେନ୍ନଇ ସୁପରକିଙ୍ଗ୍‌ସ ଷଷ୍ଠ ଟ୍ରଫି ଜିତିବାକୁ ଉଦ୍ୟମ କରିବ। ଦ୍ରୁତ ବୋଲର ଭାବେ ଜେମି ଓଭରଟନ, ମୁକେଶ ଚୌଧୁରୀ, ନାଥନ ଏଲିସ ଓ ମାଥିଶା ପାଥିରାଣା ରହିଛନ୍ତି। ପ୍ରତିଟି ବିଭାଗରେ ଦଳ ନିକଟରେ ମ୍ୟ‌ାଚ ବିଜେତା ଖେଳାଳି ରହିଛନ୍ତି। ଦୁଇ ଦଳ ମଧ୍ୟରେ ମୋଟ୍‌ ୩୭ଟି ମ୍ୟାଚ ଖେଳାଯାଇଛି। ସେଥିମଧ୍ୟରୁ ମୁମ୍ବଇ ୨୦ଟି ଓ ଚେନ୍ନଇ ୧୭ଟି ମ୍ୟାଚରେ ବିଜୟୀ ହୋଇଛି। ଶେଷ ୫ଟି ମ୍ୟାଚରୁ ଚେନ୍ନଇ ୪ଟି ଓ ମୁମ୍ବଇ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି। ସିଏସ୍‌କେ ୨୦୧୦, ୨୦୧୧, ୨୦୧୮, ୨୦୨୧ ଓ ୨୦୨୩ରେ, ମୁମ୍ବଇ ୨୦୧୩, ୨୦୧୫,୨୦୧୭, ୨୦୧୯ ଓ ୨୦୨୦ରେ ୫ଥର ଲେଖାଏଁ ଚମ୍ପିଆନ ହୋଇଛନ୍ତି।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ