ଆଇପିଏଲ: ଆଜି କଲକାତା-ଚେନ୍ନଇ ମୁକାବିଲା

କଲକାତା : ଆଜି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୨୦୨୫ର ୫୭ତମ ମ୍ୟାଚ କଲକାତା ନାଇଟ୍‌ ରାଇଡର୍ସ ଓ ଚେନ୍ନଇ ସୁପରକିଙ୍ଗ୍‌ସ ମଧ୍ୟରେ ଇଡେନ ଗାର୍ଡେନରେ ଖେଳାଯିବ। କଲକାତା ପ୍ଲେ ଅଫ ଦୌଡରେ ରହିଥିବାରୁ ଉକ୍ତ ମ୍ୟାଚକୁ ଜିତି ଆଗକୁ ବଢିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ପ୍ଲେ ଅଫ ଦୌଡ଼ରୁ ବାଦ୍‌ ପଡ଼ିସାରିଥିବା ଚେନ୍ନଇ ସୁପରକିଙ୍ଗ୍‌ସ ସମ୍ମାନ ରକ୍ଷା ନେଇ ଖେଳିବ। ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବାଧିନ କଲକାତା ନାଇଟ୍‌ ରାଇଡର୍ସ ୧୧ଟି ମ୍ୟାଚରୁ ୫ଟି ବିଜୟ, ୫ଟି ପରାଜୟ ଓ ଗୋଟିଏ ଡ୍ର ସହ ୧୧ ପଏଣ୍ଟ ପାଇଛି। ଦଳ ନିକଟରେ ରହିଥିବା ଅବଶିଷ୍ଟ ୩ଟି ମ୍ୟାଚ ଗୁରୁତ୍ବପୂର୍ଣ୍ଣ। ପ୍ଳେ ଅଫ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ଦଳକୁ ଚେନ୍ନଇ ବିପକ୍ଷ ମ୍ୟାଚକୁ ଜିତିବା ଜରୁରୀ। ଶେଷ ମ୍ୟାଚରେ ଦଳ ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ୧ରନରେ ରୋମାଞ୍ଚକର ବିଜୟ ହାସଲ କରିଥିଲା। ଆ​‌େ​‌ନ୍ଦ୍ର ରସେଲ ବିସ୍ଫୋରକ ବ୍ୟାଟିଂ କରି ୫୭ରନ କରିଥିଲେ। ଅଙ୍ଗକ୍ରିସ ରଘୁବଂଶୀ, ଅଜିଙ୍କ୍ୟ ରାହାଣେ, ରେହମାନଉଲ୍ଲା ଗୁର୍‌ବାଜ ମଧ୍ୟ ରନ କରିଥିଲେ। ରିଙ୍କୁ ସିଂହ ବଡ ସ୍କୋର କରିବାରେ ଏପର୍ୟ୍ୟନ୍ତ ସଫଳ ହୋଇନାହାନ୍ତି। ସୁନୀଲ ନାରାୟଣ ଅସ୍ଥିର ପ୍ରଦର୍ଶନ କରୁଛନ୍ତି। ଭେଙ୍କଟେଶ ଆୟର ମଧ୍ୟ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରିନାହାନ୍ତି। ଦଳର ବ୍ୟାଟିଂ ବିଭାଗକୁ ଅଧିକ ଶକ୍ତିଶାଳୀ କରିବାକୁ ହେଲେ ରିଙ୍କୁ ଓ ଭେଙ୍କଟେଶଙ୍କୁ ରନ କରିବାକୁ ପଡ଼ିବ। ବୈଭବ ଆରୋରା, ହର୍ଷିତ ରାଣା ଦ୍ରୁତ ବୋଲିଂ ଭାର ସମ୍ଭାଳୁଥିବାବେଳେ ବରୁଣ ଚକ୍ରବର୍ତ୍ତୀ ନିୟମିତ ୱିକେଟ ନେଇଛନ୍ତି। ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ମୋଇନ ଅଲ୍ଲୀ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ। ବୋଲିଂ ଓ ବ୍ୟାଟିଂ ବିଭାଗରେ ଦଳ ସ୍ଥିର ପ୍ରଦର୍ଶନ କରୁଥିବାରୁ ଚେନ୍ନଇ ବିପକ୍ଷରେ ପ୍ରଦର୍ଶନକୁ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି। ଚେନ୍ନଇ ସୁପରକିଙ୍ଗ୍‌ସ ୧୧ଟି ମ୍ୟାଚରୁ ମାତ୍ର ୨ଟି ବିଜୟ ହାସଲ କରିଥିବାବେଳେ ୯ଟି ପରାଜିତ ହୋଇଛି। ଦଳ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ବିଫଳ ହେଉଛି। ଦଳ ଶେଷ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ୨ରନରେ ପରାଜିତ ହୋଇଥିଲା। ଆୟୁଷ ମାହାତ୍ରେ ୯୪ ଓ ରବୀନ୍ଦ୍ର ଜାଡେଜା ୭୭ରନ କରିଥିଲେ ମଧ୍ୟ ଦଳ ପରାଜିତ ହୋଇଥିଲା। ସେକ୍‌ ରସିଦ ଓପନିଂରେ ଆଶାଜନକ ପ୍ରଦର୍ଶନ କରିପାରୁନାହାନ୍ତି। ଦାୱଦ ବ୍ରେଭିସ ଓ ଶିଭମ ଦୁଦେ ବଡ଼ ଇନିଂସ ଖେଳିବାରେ ବିଫଳ ହେଉଛନ୍ତି। ବୋଲିଂ ବିଭାଗରେ ଖଲିଲ ଅହମ୍ମଦ, ଅଂଶୁଲ କାମ୍ବୋଜ, ନୂର ଅହମ୍ମଦ, ରବୀନ୍ଦ୍ର ଜାଡେଜା, ସାମ କୁରାନ, ମାଥିଶା ପାଥିରାଣା ସେଭଳି ପ୍ରଭାବୀ ପ୍ରଦର୍ଶନ କରିପାରୁନାହାନ୍ତି। ଦଳକୁ କଲକାତା ବିପକ୍ଷରେ ବିଜୟୀ ହେବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଚରଣ ମ୍ୟାଚରେ କଲକାତା ୮ ୱିକେଟରେ ଚେନ୍ନଇକୁ ପରାସ୍ତ କରିଥିଲା। କଲକାତା ଉକ୍ତ ପ୍ରଦର୍ଶନକୁ ବଜାୟ ରଖିବାକୁ ଆଶାବାଦୀ ରହିଥିବାବେଳେ ଚେନ୍ନଇ ପ୍ରତିଶୋଧ ଲକ୍ଷ୍ୟ ନେଇ ଖେଳିବ। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ​‌ଶେଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ କଲକାତା ନାଇଟ୍‌ ରାଇଡର୍ସ ୩ଟି ଓ ଚେନ୍ନଇ ସୁପରକିଙ୍ଗ୍‌ସ ୨ଟି ମ୍ୟାଚରେ ବିଜୟୀ ହୋଇଛନ୍ତି।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ