ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ଟକ୍କର

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୮ ତମ ସଂସ୍କରଣର ଚତୁର୍ଥ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ । ବିଶାଖାପାଟଣା ଏସିଏ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ସନ୍ଧ୍ୟା ୭ଟା ୩୦ ମନିଟରେ ମ୍ୟାଚ ଖେଳାଯିବ । ଚଳିତ ଥର ଦୁଇ ଦଳରେ ନୂଆ ଅଧିନାୟକ ରହିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଅକ୍ଷର ପଟେଲ ରହିଥିବା ବେଳେ ଏଲଏସଜିର ଅଧିନାୟକ ରହିଛନ୍ତି ଋଷଭ ପନ୍ତ । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଦୁଇ ଦଳ ଲକ୍ଷ୍ୟ ରଖିଛନ୍ତି ।
ଉଭୟ ଦଳ ଗତ ସିଜିନରେ ଏତେଟା ଭଲ ପ୍ରଦର୍ଶନ କରିନଥିଲେ । ଫଳରେ ଦୁଇ ଦଳ ପ୍ଲେ ଅଫକୁ ଯାଇପାରିନଥିଲା । ଚଳିତ ଥର ଦଳର ଅଧିନାୟକଙ୍କୁ ପରବର୍ତ୍ତନ କରାଯାଇ ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ଫ୍ରାଞ୍ଜାଇଜ । ଚଳିତ ଆଇପିଏଲରେ ସବୁଠାରୁ ଦାମୀ ଖେଳାଳି ହେଉଛନ୍ତି ପନ୍ତ । ଲକ୍ଷ୍ନୌ ତାଙ୍କୁ ୨୭ କୋଟି ଟଙ୍କାରେ କିଣି ଅଧିନାୟକ ଦାୟିତ୍ବ ଦେଇଛି । ଦଳରେ ବ୍ୟାଟିଂ ଭାର ସମ୍ଭାଳିବାକୁ ରହିଛନ୍ତି ଏଡେନ ମାର୍କ୍ରମ, ନିକୋଲାସ ପୋରାନ ଏବଂ ଡେଭିଡ ମିଲର । ସେହିପରି ବୋଲିଂରେ ରହିଛନ୍ତି ମୟଙ୍କ ଯାଦବ ଓ ସାର୍ଦ୍ଦୁଲ ଠାକୁର । ମହସିନ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ସାର୍ଦ୍ଦୁଲଙ୍କୁ ଦଳରେ ସ୍ଥାନ ମିଳିଛି ।ସେହିପରି ଦିଲ୍ଲୀ କ୍ୟାପିଟାଲ୍ସରେ ବ୍ୟାଟିଂରେ ରହିଛନ୍ତି କେଏଲ ରାହୁଲ. ଡୁ ପ୍ଲେସିସ, ଜାକ ଫ୍ରେଜର-ମ୍ୟାକଗର୍କ । ସେହିପରି ବୋଲିଂରେ ମିଚେଲ ଷ୍ଟାର୍କ, ମୋହିତ ଶର୍ମା, ଟି ନଟରାଜନ ଏବଂ କୁଳଦୀପ ରହିଛନ୍ତି ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ