ବିଶାଖାପାଟଣା,12/10 : ବିଶାଖାପାଟଣାରେ ଆଜି ଖେଳାଯାଉଥିବା ଆଇସିସି ମହିଳା ବିଶ୍ବକପର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ଆଗରେ ୩୩୧ ରନର ଏକ ଲକ୍ଷ୍ୟ ରଖିଛି ଭାରତ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ମହିଳା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଦୁଇ ଓପନର ସ୍ମୃତି ମାନ୍ଧାନା ଓ ପ୍ରତୀକ ରାଓ୍ବଲ ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୫୫ ରନ କରିଥିଲେ । ଭାରତ ପକ୍ଷରୁ ସ୍ମୃତି ମାନ୍ଧାନା ୮୦ ରନ କରିଥିବାବେଳେ ପ୍ରତୀକ ରାଓ୍ବାଲ ୭୫ ରନ କରିଥିଲେ । ମାନ୍ଧାନା ଆଉଟ ହେବା ପରେ ହର୍ଲିନ ଦେଓଲ ଓ ରାଓ୍ବଲଙ୍କ ମଧ୍ୟରେ ବି ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ୨୩୪ ରନରେ ଭାରତ ନିଜର ୨ୟ ଓ୍ବିକେଟ ହରାଇଥିଲା । କିନ୍ତୁ ଭାରତର ମଧ୍ୟକ୍ରମ ଓ ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ପରେ ସ୍କୋର କିଛିଟା ଧୀମେଇ ଯାଇଥିଲା । ଭାରତ ୪୮.୫ ତମ ଓଭରରେ ୩୩୦ ରନ କରି ଅଲଆଉଟ ହୋଇଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଆନାବେଲ ସଦରଲାଣ୍ଡ ୫ଟି ଓ ସୋଫି ମୋଲିନିକ୍ସ ୩ଟି ଓ୍ବିକେଟ ନେଇଥିଲେ ।
ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ
ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…




