
ନୂଆଦିଲ୍ଲୀ: ଆଇସିସି ରାଙ୍କିଙ୍ଗରେ ପାକିସ୍ତାନର ଟପ୍ ବ୍ୟାଟର ବାବର ଆଜମଙ୍କୁ ଚିତ୍ କରି ପ୍ରଥମ ସ୍ଥାନରେ ରହିଛନ୍ତି ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍ । ଦିନିକିଆ କ୍ରିକେଟରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଗିଲଙ୍କ ଏହି ସଫଳତା ଭାରତ ପାଇଁ ବଡ ଉପଲବ୍ଧି । ବର୍ତ୍ତମାନ ଗିଲ୍ ସାରା ବିଶ୍ୱରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି । ଗତ କିଛି ସମୟ ଧରି ଦମଦାର ଫର୍ମରେ ରହି ଆସିଥିଲେ । ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ସିରିଜର ତୃତୀୟ ଦିନିକିଆରେ ଶତକୀୟ ପାଳି ଖେଳିଥିଲେ ଗିଲ, ଯାହା ତାଙ୍କୁ ଶୀର୍ଷରେ ପହଞ୍ଚାଇ ଥିଲା । ଏହା ଦ୍ବିତୀୟଥର ହୋଇଛି ଯେଉଁଠି ଯେଉଁଠି ଗିଲ୍ ଏକ ନମ୍ୱର ସ୍ଥାନ ହାସଲ କରିଛନ୍ତି । ଗିଲ୍ ୨୦୨୩ରେ ଆଇସିସି ବିଶ୍ୱକପ ଭିତରେ ଚିତ୍ କରି ଶୀର୍ଷ ସ୍ଥାନ ହାସଲ କରିଥିଲେ ।
ବାବର ଦ୍ୱିତୀୟ ସ୍ଥାନକୁ ଖସିବା ପରେ ଗିଲ ଉପରେ ରହିଛନ୍ତି । ତାଙ୍କ ଭିତରେ ୨୩ ଅଙ୍କର ବ୍ୟବଧାନ ରହିଛି । ସେହିପରି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ତୃତୀୟ ସ୍ଥାନରେ ରହିଛନ୍ତି । ଆଉ ସେ ଗିଲଙ୍କ ଠାରୁ ୪୫ ରେଟିଂ ପଛରେ ରହିଛନ୍ତି । ଯଦି ବୋଲିଂକୁ ନଜର ପକାଇବା ତେବେ ଶ୍ରୀଲଙ୍କାର ମହେଶ ଥିକ୍ଷସାନା ୧ ନମ୍ବର ସ୍ଥାନରେ ରହିଛନ୍ତି । ଆଉ ଭାରତର କୁଲଦୀପ ଯାଦବ ୪ ନମ୍ୱର ସ୍ଥାନରେ ରହିଛନ୍ତି ।
ଗିଲ ଖୁବ କମ ଦିନରେ ଏହି ସଫଳତା ପାଇଛନ୍ତି । ସେ ମାତ୍ର ୫୦ଟି ଦିନିକିଆ ମ୍ୟାଚ ଖେଳି ୨ ହଜାର ୫୮୭ ରନ କରିଛନ୍ତି । ଯେଉଁଥିରେ ୧୫ ଅର୍ଦ୍ଧଶତକ, ୭ ଶତକ ଓ ଗୋଟିଏ ଦ୍ବିଶତକ ସାମିଲ ଅଛି । ସେହିପରି ବାବର ଗିଲଙ୍କଠାରୁ ବହୁ ଆଗରେ ରହିଛନ୍ତି ସେ ୧୨୬ଟି ଦିନିକିଆ ଖେଳି ୬ ହଜାର ୧୯ ରନ କରିଛନ୍ତି । ଯେଉଁଥିରେ ୩୪ ଅର୍ଦ୍ଧଶତକ, ୧୯ ଶତକ ସାମିଲ ଅଛି ।




