ଆଉ ୯ ସହରରେ ଗଡ଼ିବ ଆମ ବସ୍‌, ଜାଣନ୍ତୁ କେଉଁ ସହର ?

ଭୁବନେଶ୍ୱର, ୨୪ ।୧୦ : ୨୦୩୬ରେ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ୧୦୦ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ, ୫୦୦ ବିଲିଅନ୍‌ ଡଲାର୍‌ ଅର୍ଥନୀତି ସହ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ଆମର ମୁଖ୍ୟ ଲକ୍ଷ୍ୟ । ବର୍ତ୍ତମାନ ଓଡ଼ିଶାର ସହରୀକରଣ ୧୭% ଥିବାବେଳେ ୨୦୩୬ ସୁଦ୍ଧା ଏହା ୪୦%କୁ ବୃଦ୍ଧି ହେବ । ଏଥିପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ଓ ଆଧୁନିକ ସଂସ୍ଥାର ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି ବୋଲି ଭୁବନେଶ୍ୱରଠାରେ ଆୟୋଜିତ ନାସନାଲ ଅର୍ବାନ୍‌ କନକ୍ଳେଭ-୨୦୨୬ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଆଜି ପିଏମ ଇ-ବସ୍‌ ସେବା ଅଧିନରେ ୨୬ ଇ-ବସ୍‌ ସେବାର ଶୁଭାରମ୍ଭ କରାଯାଇଥିବା ବେଳେ ଏହା ଅଧିନରେ ଆହୁରି ୪ ଶହ ଇ-ବସ୍‌, ୧୦୦ ମିଡି ଓ ୫୦ଟି ମିନି ଇ-ବସ୍‌ ଯୋଡ଼ିହେବ । ବର୍ତ୍ତମାନ କ୍ରୁଟ୍‌ ଜରିଆରେ ୭ଟି ସହରରେ ଆମ ବସ୍‌ ସେବା ଯୋଗାଇ ଦିଆଯାଉଛି । ନୂଆ ଇ-ବସ୍‌ ଆସିବା ପରେ ଆଉ ୯ଟି ସହରରେ ଇ-ବସ୍‌ ସେବା ପ୍ରଦାନ କରାଯିବ । ଏହି ସହରଗୁଡିକ ହେଲା ବାରିପଦା, ଅନୁଗୋଳ, ଝାରସୁଗୁଡା, ବାଲେଶ୍ୱର, ଯାଜପୁର, ରାୟଗଡା, ଜୟପୁର, ଭଦ୍ରକ ଓ ବଲାଙ୍ଗୀର ସହରରେ ଇ-ବସ୍‌ ସେବା କାର୍ଯ୍ୟକାରୀ ହେବ ।
ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ‘ଚାଲିବାର ଅଧିକାର’ ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ସହରୀ ପରିବହନରେ ସୁରକ୍ଷିତ ଫୁଟପାଥ୍‌, କ୍ରସିଂ ଓ ପବ୍ଲିକ ସ୍ପେସ୍‌ ପ୍ଲାନିଂର ମୁଖ୍ୟ ଅଂଶ ଅଟେ । ରାଜ୍ୟର କ୍ରୁଟ୍‌ ନେଟୱାର୍କ ୨୦୧୮ରେ ୨ ଶହ ବସ୍‌ରୁ ଆରମ୍ଭ ହୋଇ ଆଜି ୭୭୦ ବସ୍‌ ସହ ୧୩୮ ରୁଟ୍‌ରେ ୭ ସହରକୁ ସଂଯୋଗ କରୁଛି । ଯେଉଁଥିରେ ଦୈନିକ ୩.୫ ଲକ୍ଷ ଯାତ୍ରୀ ଯାତାୟାତ କରୁଛନ୍ତି । ଏହା ସହିତ ‘ଓଡ଼ିଶା ୟାତ୍ରୀ ଆପ୍‌’ ଜରିଆରେ ଡିଜିଟାଲ ଟିକେଟଙ୍ଗ୍‌ ସୁବିଧା ସହିତ ୯ ଲକ୍ଷରୁ ଉର୍ଦ୍ଧ୍ୱ ବସ୍‌ ଯାତ୍ରା ହୋଇଛି । ଯେଉଁଥିରେ ଚାଳକମାନେ ୧୨ କୋଟି ଟଙ୍କାର ରୋଜଗାର ପାଇଛନ୍ତି ।
ଏହି ଅବସରରେ ମୁଖ୍ୟଶାସନ ସଚିବ ଅନୁ ଗର୍ଗ, ନୀତି ଆୟୋଗର ସିଇଓ ଅନୁରାଗ ଜୈନ, କେନ୍ଦ୍ର ସରକାରଙ୍କ ସହରୀ ବିକାଶ ବିଭାଗ ସଚିବ ସତେନ୍ଦ୍ର ପାଲ ସିଂହ, କେନ୍ଦ୍ର ଗୃହ ନିର୍ମାଣ ଓ ସହରୀ ବ୍ୟାପାର ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ, ଓଡ଼ିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଅଧିକାରୀ, ବିଶେଷଜ୍ଞ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

  • Related Posts

    ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ-୨୦୨୬ରେ ଓରମାସ୍‌ର ଅଂଶଗ୍ରହଣ

    ଓଡ଼ିଶାର ପାରମ୍ପରିକ ଚାଉଳକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ପ୍ରୟାସ * ୮ଟି ଜିଲ୍ଲାର ୧୫ ପ୍ରକାର ଧାନ ଓ ଚାଉଳ ଉତ୍ପାଦ ପ୍ରଦର୍ଶିତ * ୮୫ଟି ଗୋଷ୍ଠୀଭିତ୍ତିକ ସଂଗଠନର ୩,୬୯୫ ସଦସ୍ୟ ସାମିଲ ନୂଆଦିଲ୍ଲୀ: ଓଡ଼ିଶାର ପାରମ୍ପରିକ ଚାଉଳର ବିବିଧତା ଓ…

    Continue reading
    ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

    ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି