ଆଜିଠୁ ଆଇପିଏଲ ଆରମ୍ଭ

ମୁମ୍ବାଇ: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟ ଲିଗ୍ ଓଚଖ ୨୦୨୬ । ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଦଳ – ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚ୍‌କୁ ନେଇ କ୍ରିକେଟ ମଇଦାନଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ୟ୍ୟନ୍ତ ସବୁଠି ଉତ୍ସାହ ଦେଖିବାକୁ ମିଳୁଛି । କିନ୍ତୁ ଚଳିତ ବର୍ଷ ଆଇପିଏଲ ଉଦଘାଟନୀ ଉତ୍ସବ ଆୟୋଜନ କରାଯିବ ନାହିଁ । ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଆଜି କାହାର ପଲା ଭାରି ରହିବ?
ବେଙ୍ଗାଲୁରୁ ଦଳର ସବୁଠାରୁ ବଡ଼ ଶକ୍ତି ହେଉଛି ସେମାନଙ୍କର ବ୍ୟାଟିଂ ଲାଇନ୍-ଅପ୍। ବିରାଟ କୋହଲିଙ୍କ ଅନୁଭବ ଏବଂ ଯୁବ ଖେଳାଳିଙ୍କ ଆକ୍ରମଣାତ୍ମକ ଶୈଳୀ ଦଳକୁ ଏକ ଦୃଢ଼ ସ୍ଥିତିରେ ରଖିଛି । ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ହେଉ କିମ୍ବା ଅନ୍ୟ କୌଣସି ମଇଦାନ, ଆରିସିବିର ବ୍ୟାଟରମାନେ ବଡ଼ ସ୍କୋର କରିବାର କ୍ଷମତା ରଖନ୍ତି । ତେବେ ଡେଥ୍ ଓଭରରେ ବୋଲିଂ ଏବେ ମଧ୍ୟ ଆରସିବି ପାଇଁ ଏକ ଚିନ୍ତାର ବିଷୟ ହୋଇପାରେ। ଯଦି ବୋଲରମାନେ ରନ୍ ରୋକିବାରେ ସଫଳ ହୁଅନ୍ତି, ତେବେ ଆରସିବିକୁ ହରାଇବା କଷ୍ଟକର ହେବ।

ଅନ୍ୟପଟେ, ସନରାଇଜର୍ସ ହାଇଦ୍ରାବାଦ ସବୁବେଳେ ନିଜର ଶାଣିତ ବୋଲିଂ ଏବଂ ବିସ୍ଫୋରକ ଓପନିଂ ପାଇଁ ଜଣାଶୁଣା । ଗତ ସିଜନ ଭଳି ଏଥର ମଧ୍ୟ ଦଳ ପାଖରେ ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମାଙ୍କ ଭଳି ଖେଳାଳି ଅଛନ୍ତି, ଯେଉଁମାନେ ପାୱାରପ୍ଲେ’ରେ ମ୍ୟାଚ୍‌ର ଗତିପଥ ବଦଳାଇ ଦେଇପାରନ୍ତି। ହାଇଦ୍ରାବାଦର ମଧ୍ୟକ୍ରମ ବ୍ୟାଟିଂ ଏବଂ ଅଲରାଉଣ୍ଡରଙ୍କ ଉପସ୍ଥିତି ଦଳକୁ ସନ୍ତୁଳିତ କରୁଛି । ସେମାନଙ୍କ ପାଖରେ ଥିବା ବିଶ୍ୱସ୍ତରୀୟ ପେସ୍ ବୋଲରମାନେ ଆରସିବିର ବ୍ୟାଟରଙ୍କ ପାଇଁ କାଳ ସାଜିପାରନ୍ତି।

ଇତିହାସକୁ ଦେଖିଲେ, ଆରସିବି ଏବଂ ଏସଆରଏଚ୍ ମଧ୍ୟରେ ଲଢ଼େଇ ସବୁବେଳେ କଡ଼ାକଡ଼ି ହୋଇଥାଏ । ଯେତେବେଳେ ବି ଏହି ଦୁଇ ଦଳ ମଇଦାନକୁ ଓହ୍ଲାନ୍ତି, ରନ୍‌ର ବର୍ଷା ଦେଖିବାକୁ ମିଳେ । ଆଜିର ମ୍ୟାଚ୍‌ରେ ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଯଦି ପିଚ୍ ବ୍ୟାଟିଂ ଅନୁକୂଳ ହୁଏ, ତେବେ ପ୍ରଥମେ ବ୍ୟାଟିଂ କରୁଥିବା ଦଳକୁ ୨୦୦ରୁ ଅଧିକ ରନ୍ କରିବାକୁ ପଡ଼ିବ। ଆଇପିଏଲ ଇତିହାସରେ ଏହି ଦୁଇ ଦଳ ୨୫ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ହାଇଦ୍ରାବାଦ ୧୩ ଥର ବିଜୟୀ ହୋଇଥିବା ବେଳେ ବେଙ୍ଗାଲୁରୁ ୧୧ ଥର ବିଜୟୀ ହୋଇଛି । ସେହିପରି ହାଇଦ୍ରାବାଦ ପାଖରେ ଆଇପିଏଲରେ ସର୍ବାଧିକ ରନର ରେକର୍ଡ ବି ରହିଛି ।କାଗଜ କଲମରେ ଦୁଇଟି ଯାକ ଦଳ ସମାନ ଶକ୍ତିଶାଳୀ ମନେ ହେଉଛନ୍ତି । ଆରସିବି ପାଖରେ ‘ହୋମ୍ ଆଡଭାଣ୍ଟେଜ୍’ ଏବଂ ବିରାଟ କୋହଲିଙ୍କ ଭଳି ମ୍ୟାଚ୍ ୱିନର ଅଛନ୍ତି । ଅନ୍ୟପଟେ ଏସଆରଏଚ୍ ନିଜର ନିର୍ଭୟ କ୍ରିକେଟ ପାଇଁ ପରିଚିତ। ଯଦି ଆଜି ଆରସିବିର ବୋଲିଂ ୟୁନିଟ୍ ଶୃଙ୍ଖଳିତ ରହେ, ତେବେ ସେମାନେ ବିଜୟରୁ ଅଭିଯାନ ଆରମ୍ଭ କରିପାରନ୍ତି । କିନ୍ତୁ ଏସଆରଏଚର ଟପ୍ ଅର୍ଡର ଯଦି କ୍ରିଜ୍‌ରେ ତିଷ୍ଠି ଯାଆନ୍ତି, ତେବେ ବେଙ୍ଗାଲୁରୁ ପାଇଁ ମ୍ୟାଚ୍ ବଞ୍ଚାଇବା କଷ୍ଟକର ହେବ ।
ମୋଟାମୋଟି ଭାବେ କହିବାକୁ ଗଲେ, ଆଜି ଏକ ହାଇ-ଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ। କେବଳ ସମୟ କହିବ କିଏ ମାରିବ ବାଜି, କିନ୍ତୁ କ୍ରିକେଟ ପ୍ରେମୀଙ୍କ ପାଇଁ ଏହା ଏକ ମନୋରଞ୍ଜନଭରା ସନ୍ଧ୍ୟା ହେବାକୁ ଯାଉଛି ।

  • Related Posts

    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading
    ଆଜି ରାଜସ୍ଥାନକୁ ଭେଟିବ ଚେନ୍ନଇ

    ଗୁଆହାଟୀ: ଆଇପିଏଲର ୧୯ତମ ସଂସ୍କରଣର ସୋମବାର ତୃତୀୟ ମ୍ୟାଚ ଗୁଆହାଟୀର ଆସାମ କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡ​‌ରେ ଦୁଇ ପୂର୍ବତନ ଚମ୍ପିଆନ ରାଜସ୍ଥାନ ରୟାଲ୍‌ସ ଓ ଚେନ୍ନଇ ସୁପରକିଙ୍ଗ୍‌ସ ମୁହାଁମୁହିଁ ହେବେ। ୧୧ ବର୍ଷ ଧରି ରାଜସ୍ଥାନ ରୟାଲ୍‌ସରୁ ଖେଳି ଆସୁଥିବା ସଞ୍ଜୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ