ଆଜି କିସ୍ ଡେ’ ପାଳିବେ ପ୍ରେମୀ ଯୁଗଳ

ଭୁବନେଶ୍ୱର: ଗତକାଲି ରାଜଧାନୀର ବିଭିନ୍ନ ସ୍ଥାନରେ ହଗ୍ ଡେ(ଆଲିଙ୍ଗନ ଦିବସ)କୁ ନେଇ ଦେଖିବାକୁ ମିଳିଥିଲା ଏକ ସକାରାତ୍ମକ ଉତ୍ସାହ । ଜୀବନର ଭିଡ଼ ଭିତରେ ମଣିଷ ଯେଉଁଠି କଥା କହିବାକୁ ସମୟ ପାଉନାହିଁ, ସେଠି ଏକ ସରଳ ଆଲିଙ୍ଗନ ମାଧ୍ୟମରେ ଭାବନା ପ୍ରକାଶ କରୁଥିବାର ଦେଖାଯାଇଛି । କଲେଜ୍ କ୍ୟାମ୍ପସ, ଅଫିସ୍ ପ୍ରାଙ୍ଗଣ, ପାର୍କ ଓ ସାଧାରଣ ସ୍ଥାନରେ ଯୁବପିଢ଼ି ସହିତ ସମବୟସ୍କମାନେ ହଗ୍ ଡେକୁ ସ୍ନେହ ଓ ସମ୍ମାନର ପ୍ରତୀକ ଭାବେ ପାଳନ କରିଥିଲେ ।

ଦୀର୍ଘ ସମୟ ପରେ ଭେଟ ହୋଇନଥିବା ସାଙ୍ଗସାଥୀ, ଦୂରେ ଥିବା ସମ୍ପର୍କୀୟମାନେ ଆଜି ଏକ ଆଲିଙ୍ଗନ ମାଧ୍ୟମରେ ପୁଣି ନିକଟତର ହୋଇଥିବା ଦେଖାଯାଇଛି । ଏଥିସହିତ ବିଭିନ୍ନ ପାର୍କ, କାଫେ, କଲେଜ୍ କ୍ୟାମ୍ପସ ହଗ୍ ଡେକୁ ନେଇ ଦେଖାଯାଇଥିଲା ଏକ ରୋମାଣ୍ଟିକ୍ ପରିବେଶ । ପ୍ରେମୀଯୁଗଳମାନେ ମଧ୍ୟ ଆଲିଙ୍ଗନକରି ମନର କଥା ପ୍ରକଟ କରିଥିଲେ । ଆଲିଙ୍ଗନ କରିବାଦ୍ୱାରା ମନର ଚାପ ଦୂରହେବା ସହିତ, ଏକାକୀପଣକୁ ଦୂର କରି ହୁଏ । ସେଥିପାଇଁ ଏହି ଦିବସକୁ ସାଙ୍ଗସାଥୀ ଓ ପ୍ରିୟପରିଜନଙ୍କ ସହିତ ପାଳନ କରାଯାଉଥିବାର ଦେଖାଯାଇଛି । ଶୁକ୍ରବାର ଭାଲେଣ୍ଟାଇନ୍ ସପ୍ତାହର ସପ୍ତାହ ସପ୍ତମ ଦିନ ଅର୍ଥାତ୍ ଫେବୃଆରୀ ୧୩ ତାରିଖ ଦିନ ପାଳନ ହୋଇଥାଏ କିସ୍ ଡେ’ । ପ୍ରେମର ଭାବନାକୁ ଆହୁରି ଗଭୀର କରିବାକୁ ପ୍ରେମୀଯୁଗଳ ପରସ୍ପରକୁ କିସ୍ କରିଥାନ୍ତି। କିସ କରିବା ଦ୍ବାରା ଉଭୟଙ୍କ ମଧ୍ୟରେ ସ୍ନେହ ଭାବନା ବଢିବା ସହ ଲଭ ପାର୍ଟନରଙ୍କ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ ହୋଇଥାଏ ।

  • Related Posts

    କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ? କେମିତି କରିବେ ଏହାର ଉପଚାର ?

    ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ…

    Continue reading
    କେଉଁ ସମସ୍ୟା ଥିଲେ କଦଳୀ ଖାଇବା ଅନୁଚିତ୍‌

    ମେଦବହୁଳ ସମସ୍ୟା କଦଳୀରେ ଅଧିକ କ୍ୟାଲୋରି , କାର୍ବୋହାଇଡ୍ରେଟସ ଏବଂ ସୁଗାର ରହିଥାଏ । ଯ଼ାହା ମୋଟା ହେବାରେ ସହାୟକ ହୋଇଥାଏ। ତେଣୁ ମେଦବହୁଳ ସମସ୍ୟା ଦେଇ ଗତି କରୁଥିବା ଲୋକେ କଦଳୀଠୁ ଦୂରେଇ ରହିବା ଉଚିତ । ହାୟପରକେଲେମିଆ କଦଳୀରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ