ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ପୂରିଲା ୬ ବର୍ଷ । ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଉଭୟ ଜମ୍ମୁ କାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସତ ଅଞ୍ଚଳର ମାନ୍ୟତା ଦେଇଥିଲେ। ଧାରା ୩୭୦ ଓ ୩୫-A ଉଚ୍ଛେଦ ପରେ ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ପରେ ଏପରି ଚର୍ଚ୍ଚା ଜୋର ଧରିଛି। ୨୦୨୪ ନିର୍ବାଚନ ପରଠାରୁ ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଥିଲା।
ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ ପୂର୍ବରୁ ସଂକେତ ଦେଇଥିଲେ। ଆଜି ଏନେଇ ସଂସଦରେ ଆଗତ ହୋଇପାରେ ଗୁରୁତ୍ବପୂର୍ଣ୍ଣ ବିଲ୍। ଭାରତ ଇତିହାସରେ ୫ ଅଗଷ୍ଟରେ ପୂର୍ବରୁ ନିଆଯାଇଛି ବହୁ ବଡ଼ ନିଷ୍ପତ୍ତି । ୨୦୧୭ରେ ସର୍ଜିକାଲ ଷ୍ଟ୍ରାଇକ, ୨୦୧୯ରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଘୋଷଣା, ୨୦୨୦ରେ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯାଇଥିଲା। ସେପଟେ ରାଜଧାନୀ ଦିଲ୍ଲୀରୁ ନେଇ ଜମ୍ମୁ-କଶ୍ମୀର ଯାଏଁ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି। ଆଜି ଅଗଷ୍ଟ ୫ ହୋଇଥିବାରୁ ପ୍ରଧାନମନ୍ତ୍ରୀ କିଛି ବଡ଼ ଘୋଷଣା କରିବାର ସମ୍ଭାବନା ରହିଛି।

  • Related Posts

    ଡଲାର ତୁଳନାରେ କ୍ରମାଗତ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା

    ନୂଆଦିଲ୍ଲୀ : ଉପରେ ଏକ ବଡ଼ ସଙ୍କଟ ମାଡ଼ିଆସୁଛି। ଏହି ସଙ୍କଟ ଦେଶର ଅର୍ଥନୀତିକୁ ଏକ ବଡ଼ କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଛି।ବାସ୍ତବରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ‘ଟଙ୍କା’ ର ବିନିମୟ ମୂଲ୍ୟ ଖୁବ୍ ଶୀଘ୍ର ୯୦ ସ୍ତର…

    ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି:ପ୍ରମାଣ ମିଳିନଥିବାରୁ ମାମଲା ବନ୍ଦ

    ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ପିଡବ୍ଲୁଡି ମନ୍ତ୍ରୀ ତଥା ଆପ୍‌ର ଟାଣୁଆ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି। ସୋମବାର ଜୈନ ଏବଂ ଅନ୍ୟ ପିଡବ୍ଲୁଡି ଅଧିକାରୀଙ୍କ ବିରୁଦ୍ଧରେ ସିବିଆଇ ମାମଲାରେ ଦାଖଲ ହୋଇଥିବା କ୍ଲୋଜର ରିପୋର୍ଟକୁ ଗ୍ରହଣ କରିଛନ୍ତି ଦିଲ୍ଲୀର ରାଉଜ୍…

    Leave a Reply

    Your email address will not be published. Required fields are marked *

    You Missed

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା