ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ୟ୍ୟୟ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ୟ୍ୟୟ ବିଧାନସଭା ନିର୍ବାଚନ। ସକାଳ ୭ଟା ରୁ ୫ଟା ପର୍ୟ୍ୟନ୍ତ ଚାଲିବ ଭୋଟ ଗ୍ରହଣ। ପ୍ରଥମ ପର୍ୟ୍ୟାୟରେ ୪୩ ସିଟ୍‌ରେ ନିର୍ବାଚନ ହେଉଛି। ପାଖାପାଖି ୧୩.୭ ମିଲିୟନ ଜନତା ବାଛିବେ ନିଜର ନେତା।

ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ମଇଦାନରେ ଅଛନ୍ତି ୬୮୩ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ ୬୦୯ ଜଣ ପୁରୁଷ ପ୍ରାର୍ଥୀ। ୭୩ ମହିଳା ପ୍ରାର୍ଥୀଙ୍କ ସମେତ ଜଣେ ତୃତୀୟ ଲିଙ୍ଗି ପ୍ରାର୍ଥୀ ହୋଇଛନ୍ତି। ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୧୫ ହଜାର ପୋଲିଂ ଷ୍ଟେସନ ପ୍ରତିଷ୍ଠା ହୋଇଛି।ଝାଡ଼ଖଣ୍ଡ ପୁଲିସ୍ ସହ ବିଏସଏଫ ଓ ସିଆରପିଏଫଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି। ସବୁଠି ଜେଏମଏମ-କଂଗ୍ରେସ ମେଣ୍ଟକୁ ଟକ୍କର ଦେଉଛି ଭାରତୀୟ ଜନତା ପାର୍ଟି।

ପ୍ରଥମ ପର୍ୟ୍ୟାୟର ଟପ୍ କ୍ୟାଣ୍ଡିଡେଟମାନେ ହେଲେ ଷଡ଼େଇକଳାରୁ ବିଜେପିର ଚମ୍ପାଇ ସୋରେନ, ରାଞ୍ଚିରୁ ଶାସକ ଜେଏମଏମର ମହୁଆ ମାଜି, ଜାମସେଦପୁରରୁ କଂଗ୍ରେସର ବାନା ଗୁପ୍ତା, ଜଗନ୍ନାଥପୁରରୁ ବିଜେପିର ଗୀତା କୋଡ଼ା, ଜାମସେଦପୁର ଇଷ୍ଟରୁ କଂଗ୍ରେସର ଅଜୟ କୁମାର, ଚକ୍ରଧରପୁରରୁ ଜେଏମଏମରୁ ସୁଖରାମ ଓରାନ୍।

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁଙ୍କୁ ଜାମସେଦପୁର ଇଷ୍ଟରୁ ପ୍ରାର୍ଥୀ କରାଯାଇଛି। ୨୦ଲକ୍ଷରୁ ଅଧିକ ଓଡ଼ିଆ ଭୋଟର ବି ଏଥର ନିର୍ଣ୍ଣାୟକ ସାଜିବେ।

  • Related Posts

    ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

    ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

    Continue reading
    କ୍ଷମା ମାଗିଲେ ନିଶିକାନ୍ତ ଦୁବେ: କ’ଣ କହିଲେ ଜାଣନ୍ତୁ

    ନୂଆଦିଲ୍ଲୀ : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆଜି କ୍ଷମା ମାଗିଛନ୍ତି ନିଶିକାନ୍ତ ଦୁବେ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏବଂ କହିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ