ଆଜି ନେଦରଲାଣ୍ଡ୍‌ସକୁ ଭେଟିବ ଭାରତ

ଅହମଦାବାଦ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଆୟୋଜକ ଭାରତ ନିଜର ୩ ମ୍ୟାଚ୍‌ରୁ ୩ଟି ଯାକ ଜିତି ସୁପର-୮ ସ୍ଥାନ ନିଶ୍ଚିତ କରିଛି। ହେଲେ ଏହି ଦଳ ଏବେ ଗ୍ରୁପ୍‌-ଏ’ର ସମସ୍ତ ମ୍ୟାଚ୍‌ ଜିତି ସୁପର-୮ ଖେଳିବାର ଲକ୍ଷ୍ୟ ରଖିଛି। ତେଣୁ ବୁଧବାର ନେଦରଲାଣ୍ଡ୍‌ସ ବିପକ୍ଷ ଗ୍ରୁପ୍‌ର ଶେଷ ମ୍ୟାଚ୍‌ରେ ପୂରା ଶକ୍ତି ସହ ଓହ୍ଲାଇବ। କଲମ୍ବୋରେ ଚୀରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ଜିତି ଭାରତୀୟ ଖେଳାଳି ଅହମଦାବାଦରେ ସୋମବାର ପହଞ୍ଚି ଯାଇଛନ୍ତି। ବିପକ୍ଷରେ ଦୂର୍ବଳ ଦଳ ଥିଲେ ମଙ୍ଗଳବାର ମୋଟରା ଷ୍ଟାଡିୟମ୍‌ରେ ହାଲ୍‌କା ଅଭ୍ୟାସ କରିଛନ୍ତି।

ଗତ ୩ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲେ ମଧ୍ୟ ୨୦୯ ରନ୍‌ଠୁ ଅଧିକ ସ୍କୋର୍‌ କରିନି। ନେଦରଲାଣ୍ଡ୍‌ସ ବିପକ୍ଷରେ ବଡ଼ ସ୍କୋର୍‌ କରିବାକୁ ଚେଷ୍ଟା କରିବ ଭାରତ। ଅହମଦାବାଦ ପିଚ୍‌ ବି ସହାୟତା ଦେବା ସମ୍ଭାବନା ରହିଛି। ଏଠାରେ ଖେଳାଯାଇଥିବ ଗତ ୫ ମ୍ୟାଚ୍‌ରୁ ୪ ଥର ସ୍କୋର୍‌ ୨୧୦ ଉପରେ ରହିଛି। ଭାରତର ଯୁବ ବିସ୍ଫୋରକ ବ୍ୟାଟର୍‌ ଅଭିଷେକ ଶର୍ମା ୨ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ଖାତା ଖୋଲିପାରି ନାହାନ୍ତି। ଏହି ମ୍ୟାଚ୍‌ରେ ରନ୍‌ କରି ସୁପର-୮ ପୂର୍ବରୁ ନିଜ ଆତ୍ମବିଶ୍ବାସ ଉଚ୍ଚରେ ରଖିବା ଆଶାରେ ଅଛନ୍ତି ସେ। ଅଭିଷେକଙ୍କ ସହ ଈଶାନ କିଶାନଙ୍କ ବ୍ୟାଟ୍‌ ପୂର୍ବପରି ଚାଲିବ ତେବେ ଭାରତ ନିଶ୍ଚିତ ବଡ଼ ସ୍କୋର୍‌ କରିପାରିବ। ଗତ ମ୍ୟାଚ୍‌ରେ ଖେଳିଥିବା ଏକାଦଶରୁ ଭାରତ କେବଳ କୁଲଦୀବ ଯାଦବଙ୍କୁ ବାଦ୍‌ ଦେଇ ଅର୍ଶଦୀପ ସିଂହଙ୍କୁ ସାମିଲ କରିପାରେ। ତାରକା ଦ୍ରୁତବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦେବନି ବୋଲି ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟାକ୍‌ ସୂଚନା ଦେଇଛନ୍ତି।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ