ଆଜି ପବିତ୍ର ବିଶ୍ୱକର୍ମା ପୂଜା

ଭୁବନେଶ୍ବର : ଆଜି ପବିତ୍ର ବିଶ୍ୱକର୍ମା ପୂଜା। ଶାସ୍ତ୍ର ଅନୁଯାୟୀ ବିଶ୍ୱକର୍ମାଙ୍କୁ ଦୁନିଆର ପ୍ରଥମ ଯନ୍ତ୍ରୀ ଏବଂ ବାସ୍ତୁକାରକ ବୋଲି କୁହାଯାଏ। ଏହି ପୂଜାର ନିତୀ ସୂର୍ଯ୍ୟଦେବତାଙ୍କୁ ଦର୍ଶନ କରି କରାଯାଏ।ମାନ୍ୟତା ଅନୁଯାୟୀ ପୌରାଣିକ କାଳରେ ଦେବତା ମାନଙ୍କ ଅସ୍ତ୍ରଶସ୍ତ୍ର , ମହଲ ମାନଙ୍କର ନିର୍ମାଣ ଭଗବାନ ବିଶ୍ୱକର୍ମାଙ୍କ ଦ୍ୱାରା ହୋଇଥିଲା। ତେଣୁ ତାଙ୍କୁ ନିର୍ମାଣ ଏବଂ ସୃଷ୍ଟିର ଦେବତା ବୋଲି କୁହାଯାଏ। ସେ ସୁନାର ଲଙ୍କା, ପୁଷ୍ପକ ବିମାନ, ଇନ୍ଦ୍ରଙ୍କବଜ୍ର, ମହାଦେବଙ୍କ ତ୍ରିଶୁଳ, ଶ୍ରୀ କୃଷ୍ଣଙ୍କ ନଗରୀ ଦ୍ୱାରିକା, ଇନ୍ଦ୍ରପୁରୀ, ହସ୍ତିନାପୁର, ସ୍ୱର୍ଗଲୋକ, ଆଦିର ନିର୍ମାଣ କରିଥିଲେ।
ବିଶ୍ୱକର୍ମାଙ୍କ ଶିଳ୍ପ କାରୁକାର୍ଯ୍ୟରେ ଅଗାଧ୍ୟ ପାଣ୍ଡିତ୍ୟ ଥିବାରୁ ତାଙ୍କୁ ଶିଳ୍ପକଳାର ଜନକ କୁହାଯାଏ। ପ୍ରତ୍ୟେକ ପର୍ବପର୍ବାଣିର ନିଜର ମହତ୍ୱ ରହିଛି। ଶାସ୍ତ୍ରରେ କୁହାଯାଇଛି ଭଗବାନ ବିଶ୍ୱକର୍ମାଙ୍କ ଆଶୀର୍ବାଦ ବିନା କୌଣସି କାର୍ଯ୍ୟ ସଫଳ ହୋଇନଥାଏ। ତେଣୁ ଏହି ପୂଜାର ଖୁବ ମାନ୍ୟତା, ମହତ୍ୱ ରହିଛି। ଏହି ପୂଜା କରିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହେବା ସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇଥାଏ।
ଏହି ପୂଜାର ମହତ୍ୱ –
ଭଗବାନ ବିଶ୍ୱକର୍ମାଙ୍କର ଅନେକ ରୂପ ରହିଛି। ୨, ୪ ଏବଂ ୧୦ ବାହୁ ବିଶିଷ୍ଟ। ୧, ୪ଏବଂ ୫ ମୁଖ ବିଶିଷ୍ଟ। ବିଶ୍ୱକର୍ମା ପୂଜା ଦିନ ଭାରତର ବିଭିନ୍ନ ରାଜ୍ୟରେ ଏହାକୁ ସାର୍ବଜନୀନ ଭାବେ ପାଳନ କରାଯାଏ। ଏହି ଦିନରେ ପୂଜା କଲେ ବେପାରବାଣିଜ୍ୟରେ ଅଧିକ ଉନ୍ନତି ହୋଇଥାଏ ବୋଲି ମାନ୍ୟତା ରହିଛି। ତେଣୁ ଏହି ଦିନରେ କାରଖାନା, ଦୋକାନ , ବିଭିନ୍ନ ଯାନ୍ତ୍ରିକ ଦୋକାନରେ ଥିବା ମେସିନ ମାନଙ୍କର ପୂଜା କରାଯାଏ। ଦୀପଧୂପ, ଫୁଲ, ଭୋଗ ଆଦି ଯଥାପୂର୍ବକ ଅର୍ପଣ କରାଯାଇ, ମହା ଆଡ଼ମ୍ବରରେ ପୂଜାର୍ଚ୍ଚନା କରାଯାଇଥାଏ।

  • Related Posts

    କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

    ଅବଢ଼ା ଯୋଜନାରେ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପ୍ରକଳ୍ପ ପାଇଁ ଅଧିକ ୧୦୦.୮୩ କୋଟି ଟଙ୍କା ବରାଦ କଲେ ମୁଖ୍ୟମନ୍ତ୍ରୀ ପୂର୍ବରୁ ପ୍ରକଳ୍ପ ମୂଲ୍ୟ ଥିଲା ୫୫୭.୧୯ କୋଟି, ଏବେ ହେଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ