ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ

ଚେନ୍ନାଇ,: ଆଜି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଫ୍ଲୋର୍ ଟେଷ୍ଟ। କଂଗ୍ରେସ ଓ ବାମଦଳ ସହାୟତାରେ ସରକାର ଗଢିଛନ୍ତି ବିଜୟ। ଟିଭିକେ ନିକଟରେ ୧୦୮ ବିଧାୟକ ରହିଛନ୍ତି। ତେବେତାମିଲନାଡ଼ୁ ବିଧାନସଭାରେ ଫ୍ଲୋର ଟେଷ୍ଟ ହେବା ପୂର୍ବରୁ ରାଜ୍ୟ ରାଜନୀତିରେ ବଡ଼ ହଇଚଇ ଦେଖିବାକୁ ମଳିଛି । AIADMK ଦଳର ରାଜନୈତିକ ଭବିଷ୍ୟତକୁ ଆଶଙ୍କା ସୃଷ୍ଟି ହୋଇଛି । ଆଜି ଫ୍ଲୋର ଟେଷ୍ଟରେ ଟିଭିକେକୁ ୪୭ ବିଧାୟକଙ୍କ ମଧ୍ୟରୁ ସମର୍ଥନ ଦେବେ ୩୦ ବିଦ୍ରୋହୀ ବିଧାୟକ
ମଙ୍ଗଳବାର ମୁଖ୍ୟମନ୍ତ୍ରୀ ତଥା ଟିଭିକେ ମୁଖ୍ୟ ସି. ଜୋସେଫ୍ ବିଜୟ ଏଆଇଏଡିଏମ୍‌କେର ବିଦ୍ରୋହୀ ବିଧାୟକଙ୍କ ନେତା ଏସ୍‌ପି ବେଲମଣି ଏବଂ ସିଭି ସନମୁଗମ୍‌ଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ବେଲୁମଣି-ଷନମୁଗମ ଗୋଷ୍ଠୀ ପାଖରେ ଏଆଇଏଡିଏମ୍‌କେର ୪୭ ବିଧାୟକଙ୍କ ମଧ୍ୟରୁ ୩୦ ବିଧାୟକଙ୍କ ସମର୍ଥନ ରହିଥିବା କୁହାଯାଉଛି। ଏହି ବିଧାୟକମାନେ ବୁଧବାର ବହୁମତ ପ୍ରମାଣ କରିବା ଲାଗି ହେବାକୁ ଥିବା ଫ୍ଲୋର ଟେଷ୍ଟରେ ଟିଭିକେ ସରକାର ପକ୍ଷରେ ନିଜ ସମର୍ଥନ ଦେବେ ବୋଲି ସନ୍‌ମଗମ୍ ଘୋଷଣା କରିଛନ୍ତି । ଏହା ହେଲେ ଏଆଇଏଡିଏମ୍‌କେରେ ବିଭାଜନ ହେବାର ଆଶଙ୍କା ରହିଛି । ତେବେ ଦଳକୁ ସେ ବିଭାଜିତ କରିବାକୁ ଚାହାନ୍ତିନି ବୋଲି ସନ୍‌ମଗମ୍ କହିଛନ୍ତି । ପ୍ରକାଶଥାଉ କି, ତାମିଲନାଡ଼ୁ ବିଧାନସଭାରେ ଟିଭିକେ ସରକାର ବୁଧବାର ଫ୍ଲୋର ଟେଷ୍ଟ ଦେବ ।

ଟିଭିକେ ବହୁମତ ସାବ୍ୟସ୍ତ କରିବା ଲାଗି ୧୧୮ ବିଧାୟକଙ୍କ ସମର୍ଥନ ଥିବା ପ୍ରମାଣ ଦେବେ । ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଟିଭିକେ ପାଖରେ ୧୦୭ ବିଧାୟକ ଥିବା ବେଳେ କଂଗ୍ରେସ, ବାମ ଦଳ, ଆଇୟୁଏମ୍ଏଲ୍ ଏବଂ ଭିସିକେର ୧୩ ବିଧାୟକଙ୍କ ସମର୍ଥନ ରହିଛି । ଯଦି ଏଆଇଏଡିଏମ୍‌କେର ୩୦ ବିଧାୟକ ଟିଭିକେକୁ ସମର୍ଥନ କରନ୍ତି ତେବେ ଏହି ମେଣ୍ଟରେ ମୋଟ ବିଧାୟକଙ୍କ ସଂଖ୍ୟା ୧୫୦ ହୋଇଯିବ ।

  • Related Posts

    ୨୫ ବିଧାୟକଙ୍କୁ ଦଳରୁ ବହିଷ୍କାର କଲା ଏଆଇଏଡିଏମକେ

    ଚେନ୍ନଇ:ତାମିଲନାଡୁରେ ଦୁଇ ଫାଳ ହେଲା ଏଆଇଏଡିଏମକେ। ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ଏଆଇଏଡିଏମକେରେ ଦେଖା ଯାଇଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି। ବୁଧବାର ଏଆଇଏଡିଏମକେର ମୁଖିଆ ଇଡାପାଡି କେ ପଲାନିସ୍ୱାମୀ ବିଦ୍ରୋହୀ ନେତାଙ୍କ ବିରୋଧରେ ଗ୍ରହଣ କରିଛନ୍ତି କାର୍ୟ୍ୟାନୁଷ୍ଠାନ।…

    Continue reading
    ଯଦି ଯୁଦ୍ଧ ଚାଲିବ ତେଲ ଦର ନିଶ୍ଚିତ ବଢ଼ିବ ଆର୍.ବି.ଆଇ:ଗଭର୍ଣ୍ଣର

    ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ସାରା ବିଶ୍ବରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି। କିନ୍ତୁ ଭାରତରେ ଆଜି ପର୍ଯ୍ୟନ୍ତ ତାହା ସ୍ଥିର ରହିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବିଶ୍ବର ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ବାଭାବିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ