ଆଜି ବ୍ରିକ୍ସ ସମ୍ମିଳନୀ

ନୂଆଦିଲ୍ଲୀ:ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌, ଇରାନ ରାଷ୍ଟ୍ରପତି ମାସୌଦ ପେଜେଶକିଆନ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ଏବଂ ଅନ୍ୟାନ୍ୟ ଦେଶର ନେତାମାନେ ଶୁକ୍ରବାର ଦିଲ୍ଲୀରେ ପହଞ୍ଚତ୍ଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଇଜିଷ୍ଟ ରାଷ୍ଟ୍ରପତି ଅବଦେଲ ଫତ୍ତେହ ଏଲ୍‌-ସିସି, ଉଗାଣ୍ଡା ଉପରାଷ୍ଟ୍ରପତି ଜେସିକା ଆଲୁପୋ, ନାଇଜେରିଆ ଉପରାଷ୍ଟ୍ରପତି କାଶିମ ଶେଟ୍ଟିମ୍ମା ପ୍ରମୁଖ ସମ୍ମିଳନୀରେ ଯୋଗଦେବା ପାଇଁ ଦିଲ୍ଲୀରେ ପହଞ୍ଚତ୍ଛନ୍ତି।
ବ୍ରିକ୍ସ ପ୍ରତିଷ୍ଠା ହେବା ପରେ ୨୦ତମ ବର୍ଷ ପୂରଣ କରିଥିବାବେଳେ ଭାରତ ଏଥର ସମ୍ମିଳନୀର ଆୟୋଜନ କରିଛି। ଏଥିପାଇଁ ନୂଆଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀ ଗଠନ ହୋଇଥିବାବେଳେ ୨୦୨୪ରେ ସେଥିରେ ଇଜିପ୍ଟ, ଇଥିଓପିଆ ଇରାନ, ୟୁଏଇ, ସାଉଦି ଆରବ ସାମିଲ ହୋଇଥିବାବେଳେ ଗତବର୍ଷ ଇଣ୍ଡୋନେସିଆ ସାମିଲ ହୋଇଥିଲା। ବେଲାରୁଷ, ବଲିଭିଆ, କାଜାକସ୍ତାନ, କ୍ୟୁବା, ମାଲେସିଆ, ସାଇବେରିଆ, ଥାଇଲାଣ୍ଡ, ଉଗାଣ୍ଡା, ଉଜ୍‌ବେକିସ୍ତାନ ଏବଂ ଭିଏତନାମ ଗତବର୍ଷ ବ୍ରିକ୍ସର ସହଯୋଗୀ ଦେଶ ହୋଇଛନ୍ତି।

  • Related Posts

    ଜ୍ଞାନେଶଙ୍କୁ ହଟାଇବା ଦାବି: ବିରୋଧୀଙ୍କ ଶୋଭାଯାତ୍ରା; ଧାରଣାରେ ରାହୁଲ ଏବଂ ପ୍ରିୟଙ୍କା

    ନୂଆଦିଲ୍ଲୀ : ବିରୋଧୀ ଦଳ ନେତା ଏବଂ ସାଂସଦମାନେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବା ଦାବି କରି ମଙ୍ଗଳବାର ସଂସଦରୁ ନିର୍ବାଚନ ଗୃହ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆରମ୍ଭ କରିଛନ୍ତି। ଯୋଜନାବଦ୍ଧ ପଦଯାତ୍ରାକୁ ଦୃଷ୍ଟିରେ ରଖି, ଦିଲ୍ଲୀ ପୁଲିସ…

    Continue reading
    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ